ବିଧାନସଭା ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି
ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ) – ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୭ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହରଦୀପ ସିଂହଙ୍କ ସଭାପତିତ୍ୱରେ ଅମ୍ବାପାଲିସ୍ଥିତ ସର୍କିଟ ହାଉସଠାରେ ପ୍ରସ୍ତୁତି ବୈଠକରେ ବିଧାନସଭା ଘେରାଉ ରୂପରେଖ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଦଳୀୟ ନେତାମାନେ କହିଥିଲେ, ରାଜ୍ୟରେ ମହିଳା ଚାଲାଣ, ଗଣବଳାତ୍କାର, ବଳାତ୍କାର ଆଦି ଅନୀତି କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ […] The post ବିଧାନସଭା ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି appeared first on Dharitri Odia News.
ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ) – ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ୨୭ତାରିଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବରଗଡ଼ ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ହରଦୀପ ସିଂହଙ୍କ ସଭାପତିତ୍ୱରେ ଅମ୍ବାପାଲିସ୍ଥିତ ସର୍କିଟ ହାଉସଠାରେ ପ୍ରସ୍ତୁତି ବୈଠକରେ ବିଧାନସଭା ଘେରାଉ ରୂପରେଖ ଉପରେ ଆଲୋଚନା ହୋଇଥିଲା। ବୈଠକରେ ଦଳୀୟ ନେତାମାନେ କହିଥିଲେ, ରାଜ୍ୟରେ ମହିଳା ଚାଲାଣ, ଗଣବଳାତ୍କାର, ବଳାତ୍କାର ଆଦି ଅନୀତି କାର୍ଯ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବା କାରଣରୁ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ବିଧାନସଭା ଗୃହରେ ଶାରୀରିକ ଆକ୍ରମଣ କରିବା ଏବଂ ପରବର୍ତ୍ତୀ ସମୟରେ ୭ ଦିନ ପାଇଁ ନିଲମ୍ବନ କରାଯାଇଥିଲା। ଏହାର ପ୍ରତିବାଦରେ ଆସନ୍ତା ୨୭ତାରିଖରେ ବିଧାନସଭା ଘେରାଉ କରାଯିବ। ବୈଠକରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତ ପର୍ଯ୍ୟବେକ୍ଷକ ମହମ୍ମଦ ଅକବର ଖାନ ଏବଂ ପ୍ରବକ୍ତା ଘାସିରାମ ମାଝି ଯୋଗଦାନ କରିଥିଲେ। ଦଳର ବରିଷ୍ଠ ନେତା ଯୁଗଳ ପ୍ରସାଦ ସିଂହ, ସରୋଜ କୁମାର ଷଡ଼ଙ୍ଗୀ, ବ୍ରହ୍ମା ମହାକୁଡ଼, କିଶୋର ଦଫାଦାର, ନିପନ କୁମାର ଦାଶ, ଟଙ୍କଧର ସାହୁ, ଅଭିଷେକ ସେଠ, ଅନନ୍ତ ସୟନ ପାଢ଼ୀ, ଅମିତ ଆଚ଼ାର୍ଯ୍ୟ, ସୁନୀତା ବାଗ, ନିଲିମା ଅଗ୍ରୱାଲ, ଭାବନା ଭୋସାଗର, ବବିତା ଗୁଆଲ, ଦିଲୀପ ନନ୍ଦ, ଚୂଡାମଣି ସାହୁ, ଶ୍ୟାମ ଅଗ୍ରୱାଲ, ପାଣ୍ଡବ କର୍ଣ୍ଣ, ଦିଲୀପ କୁମାର ଦାଶ, ଏକାଦଶିଆ ମାଝି, ଚିନ୍ତାମଣି ସାହୁ, ନରେନ୍ଦ୍ର ମେହେର, ତୁଲସୀରାମ ବେହେରା, ମୁଜାଫର ହୁସେନ, ସୁଶୀଲ କୁମାର ଭୋଇ, ଆନନ୍ଦ ପ୍ରଧାନ, ବିଜୟାନନ୍ଦ ପଟ୍ଟନାୟକ, ବିକାଶ ବହିଦାର, ରଞ୍ଜନ ସେଠୀ, ପପୁ କୁମ୍ଭାର, ଉମାକାନ୍ତ ଭୋଇ, ଅନନ୍ତ ତାଣ୍ଡି, ଶୁଭେନ୍ଦୁ ସାହୁ, ରମେଶ ପଣ୍ଡା, ନାରାୟଣ ମେହେର, ସୁଶାନ୍ତ ସାହୁ, ମାଧବ ସାହୁ, କ୍ଷୀରସିନ୍ଧୁ ଡାଙ୍ଗ, ଗୋବିନ୍ଦ ମେହେର, ରଥି କୁମ୍ଭାର, ବରଣ ସାଗର, ମଗଶିର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
The post ବିଧାନସଭା ଘେରାଉ ପାଇଁ କଂଗ୍ରେସର ପ୍ରସ୍ତୁତି appeared first on Dharitri Odia News.