ବିଧାନସଭା ନିର୍ବାଚନରେ ହାରିବା ପରେ ନିଜ ନାଁ ବଦଳାଇ ଦେଲେ ଏହି ନେତା
ଅମରାବତି,୨୧।୬: ନିକଟରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଭଲ ଭୋଟ ପାଇ ଜିତିଥିଲେ। ସେମାନଙ୍କ ପ୍ରତିଯୋଗିତାରେ ବରିଷ୍ଠ ଓ୍ବାଇଏସଆରସିପିର ବରିଷ୍ଠ ନେତା ମୁଦ୍ରଗଦା ପଦ୍ମନାଭମଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ସେ କହିଥିଲେ ଯେ ଯଦି ସେ ବିଧାନସଭା ନିର୍ବାଚନରେ ଏଥର ହାରିଯାଆନ୍ତି ତେବେ ସେ ତାଙ୍କ ନାମ ପରିବର୍ତ୍ତନ କରିବେ। ବର୍ତ୍ତମାନ ସେ ଏହି ପ୍ରତିଜ୍ଞା ପୂରଣ କରିଛନ୍ତି। ସେ ତାଙ୍କ […] The post ବିଧାନସଭା ନିର୍ବାଚନରେ ହାରିବା ପରେ ନିଜ ନାଁ ବଦଳାଇ ଦେଲେ ଏହି ନେତା appeared first on Dharitri Odia News.
ଅମରାବତି,୨୧।୬: ନିକଟରେ ତାମିଲନାଡୁରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ଜନସେନା ମୁଖ୍ୟ ପୱନ କଲ୍ୟାଣ ଭଲ ଭୋଟ ପାଇ ଜିତିଥିଲେ। ସେମାନଙ୍କ ପ୍ରତିଯୋଗିତାରେ ବରିଷ୍ଠ ଓ୍ବାଇଏସଆରସିପିର ବରିଷ୍ଠ ନେତା ମୁଦ୍ରଗଦା ପଦ୍ମନାଭମଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା।
ସୂଚନାଯୋଗ୍ୟ, ନିର୍ବାଚନ ସମୟରେ ସେ କହିଥିଲେ ଯେ ଯଦି ସେ ବିଧାନସଭା ନିର୍ବାଚନରେ ଏଥର ହାରିଯାଆନ୍ତି ତେବେ ସେ ତାଙ୍କ ନାମ ପରିବର୍ତ୍ତନ କରିବେ। ବର୍ତ୍ତମାନ ସେ ଏହି ପ୍ରତିଜ୍ଞା ପୂରଣ କରିଛନ୍ତି। ସେ ତାଙ୍କ ନାମକୁ ‘ପଦ୍ମନାଭ ରେଡ୍ଡି’ କୁ ବଦଳାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ଓ୍ବାଇଏସଆରସିପି ନେତା କଲ୍ୟାଣଙ୍କୁ ସେ ପରାସ୍ତ କରିବେ ବୋଲି ଚ୍ୟାଲେଞ୍ଜ କରିଥିଲେ। କିନ୍ତୁ କଲ୍ୟାଣ ପିଥାପୁରମ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜିତିଥିଲେ। ବର୍ତ୍ତମାନ ସେ କହିଛନ୍ତି, ମୋତେ ମୋର ନାମ ବଦଳାଇବାକୁ କେହି ବାଧ୍ୟ କଲେ ନାହିଁ । ମୁଁ ଏହାକୁ ମୋର ନିଜ ଇଚ୍ଛାରେ ପରିବର୍ତ୍ତନ କରିଛି। ଜନସେନା ମୁଖ୍ୟଙ୍କ ପ୍ରଶଂସକ ଏବଂ ଅନୁଗାମୀମାନେ ତାଙ୍କ ସହ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି।
ଏହା ଦେଖି ସେ କହିଛନ୍ତି, ଯେଉଁମାନେ ଯୁବକ (କଲ୍ୟାଣ) କୁ ଭଲ ପାଆନ୍ତି, ସେମାନେ ଲଗାତାର ଅପମାନଜନକ ବାର୍ତ୍ତା ପଠାଉଛନ୍ତି। ମୋ ଦୃଷ୍ଟିକୋଣରେ ଏହା ଠିକ ନୁହେଁ, ଅପବ୍ୟବହାର କରିବା ପରିବର୍ତ୍ତେ ଗୋଟିଏ କାମ କର ଏବଂ ଆମକୁ (ପରିବାରର ସମସ୍ତ ସଦସ୍ୟ) ବିଲୋପ କର। କାପୁ ସମ୍ପ୍ରଦାୟର ବିଶିଷ୍ଟ ନେତା ତଥା ପୂର୍ବତନ ମନ୍ତ୍ରୀ ରେଡ୍ଡୀ ମଧ୍ୟ କାପୁ ସଂରକ୍ଷଣ ପାଇଁ ପ୍ରଚାର କରିଥିଲେ।
The post ବିଧାନସଭା ନିର୍ବାଚନରେ ହାରିବା ପରେ ନିଜ ନାଁ ବଦଳାଇ ଦେଲେ ଏହି ନେତା appeared first on Dharitri Odia News.