କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍‌ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କର କହିଛନ୍ତି, ଭାଜପା ଏକ ବିରାଟ ବିଭାଜନ ହୋଇଛି। ଦିନକୁ ଦିନ ଦଳ ଦୁର୍ବଳ ହେବାରେ ଲାଗିଛି ଏବଂ ଦଳ ମଧ୍ୟରେ ଫାଟ ବଢିଛି। କେବଳ […] The post କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ appeared first on Dharitri Odia News.

କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ

ଲକ୍ଷ୍ନୌ,୧୭।୭: ଉତ୍ତରପ୍ରଦେଶରେ ଭାଜପା ନେତୃତ୍ୱରେ ବିବାଦ ଲାଗିରହିଛି। ଏସବୁ ଭିତରେ ସମାଜବାଦୀ ପାର୍ଟି (ଏସପି) ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଅଖିଳେଶ ଯାଦବ ବୁଧବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟକୁ ନେଇ ଟାର୍ଗେଟ୍‌ କରିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କର କହିଛନ୍ତି, ଭାଜପା ଏକ ବିରାଟ ବିଭାଜନ ହୋଇଛି। ଦିନକୁ ଦିନ ଦଳ ଦୁର୍ବଳ ହେବାରେ ଲାଗିଛି ଏବଂ ଦଳ ମଧ୍ୟରେ ଫାଟ ବଢିଛି। କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି।
ନିକଟରେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ଏନଡିଏ ସରକାରଙ୍କ ‘ସବକା ସାଥ, ସବକା ବିକାଶ’ ସ୍ଲୋଗାନ ଦେଇ ଯିବେ ନାହିଁ ବୋଲି କହିଥିଲେ। ଏ ସମ୍ପର୍କରେ ଅଖିଳେଶ ଯାଦବ କହିଛନ୍ତି, ଜଣେ ଭାଜପା ନେତା ନିଜର ଶୀର୍ଷ ନେତୃତ୍ୱ ଦେଇଥିବା ସ୍ଲୋଗାନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସୂଚନାଯୋଗ୍ୟ,ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳକୁ ନେଇ ନିରାଶ ହୋଇ ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ଖରାପ ପ୍ରଦର୍ଶନ ଉପରେ ସମୀକ୍ଷା ଆରମ୍ଭ କରିଛି। ଏହି ସଂପର୍କରେ ୟୁପି ରାଜ୍ୟ ସଭାପତି ଭୁପେନ୍ଦ୍ର ଚୌଧୁରୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାୟ ଏକ ଘଣ୍ଟା ଧରି ଭେଟିଥିଲେ। ଏହି ବୈଠକରେ ପରାଜୟ ବିଷୟରେ ଆଲୋଚନା କରାଯାଇଥିଲା।
ସୂଚନାନୁସାରେ, ଦଳର କେନ୍ଦ୍ରୀୟ ନେତୃତ୍ୱ ବିଭିନ୍ନ ରାଜ୍ୟର ନେତାମାନଙ୍କୁ ଭେଟି ଫଳାଫଳକୁ ସମୀକ୍ଷା କରିବା ଏବଂ ଲୋକ ସଭା ନିର୍ବାଚନରେ ଖରାପ ପ୍ରଦର୍ଶନ ଉପରେ ମତାମତ ନେବାକୁ ଯାଉଛନ୍ତି। ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାରରେ କେନ୍ଦ୍ରୀୟ ନେତୃତ୍ୱ ୟୁପି ଡେପୁଟି ସିଏମ କେଶବ ମୌର୍ଯ୍ୟ ଏବଂ ୟୁପି ଭାଜପା ସଭାପତି ଭୁପେନ୍ଦ୍ର ଚୌଧୁରୀଙ୍କୁ ଭେଟି ମତାମତ ନେଇଥିଲେ।
କୁହାଯାଉଛି ଯେ, ଦଳର ରାଷ୍ଟ୍ରୀୟ ସଭାପତିଙ୍କ ସହ ପୃଥକ ବୈଠକରେ ଉଭୟ ନେତା କାର୍ଯ୍ୟକର୍ତ୍ତାଙ୍କ ଅବହେଳା ଏବଂ ପ୍ରଶାସନ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ନିର୍ବାଚନରେ ନ ଉଠାଇପାରିବା ଦଳର ଖରାପ ପ୍ରଦର୍ଶନ ହେବାର କାରଣ ବୋଲି ବିବେଚନା କରିଛନ୍ତି। ମୋଟ ଉପରେ ଭାଜପା ଏହାର ସମୀକ୍ଷା ରିପୋର୍ଟରେ ଏହି ପରାଜୟ ପାଇଁ ପ୍ରଶାସନକୁ ଦାୟୀ କରିଛି।

 

The post କେବଳ ଇଞ୍ଜିନ୍‌ ନୁହେଁ, ଏବେ ଡବା ବି ପରସ୍ପର ମୁହାଁମୁହିଁ ହେଲେଣି: ଏମିତି କାହିଁକି କହିଲେ ଅଖିଳେଶ appeared first on Dharitri Odia News.