ବିଧାନସଭାରେ ତେଜସ୍ୱୀଙ୍କ ରଣହୁଙ୍କାର: ଆପଣଙ୍କ ପୁତୁରା ମୋଦିଙ୍କୁ ଅଟକାଇବ

ସେ ନିଜକୁ ନୀତୀଶ କୁମାରଙ୍କ ପୁତୁରା ବୋଲି କହିବା ସହ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟାଇବେ ବୋଲି ତେଜସ୍ୱୀ ଦମ୍ଭୋକ୍ତି କରିଛନ୍ତି।

ବିଧାନସଭାରେ ତେଜସ୍ୱୀଙ୍କ ରଣହୁଙ୍କାର: ଆପଣଙ୍କ ପୁତୁରା ମୋଦିଙ୍କୁ ଅଟକାଇବ

ଆରଜେଡି ନେତା ତେଜସ୍ୱୀ ଯାଦବ ବିହାର ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କଟାକ୍ଷ କରିଛନ୍ତି। କିଛି ଦିନ ତଳେ ନୀତୀଶ କୁମାର ଆରଜେଡି ଓ କଂଗ୍ରେସକୁ ଛାଡ଼ି ବିଜେପି ସହ ହାତ ମିଳାଇ ୯ମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଆଜି ବିଧାନସଭାରେ ସେ ଶକ୍ତି ପରୀକ୍ଷା ଦେଉଥିବା ବେଳେ ତେଜସ୍ୱୀ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ନିଜକୁ ନୀତୀଶ କୁମାରଙ୍କ ପୁତୁରା ବୋଲି କହିବା ସହ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟାଇବେ ବୋଲି ତେଜସ୍ୱୀ ଦମ୍ଭୋକ୍ତି କରିଛନ୍ତି।

ସେ ବିଧାନସଭା ଭିତରେ କହିଛନ୍ତି, “ଆମେ ଆପଣଙ୍କୁ(ନୀତୀଶ କୁମାର) ଆମ ପରିବାରର ସଦସ୍ୟ ଭାବେ ବିବେଚନା କରିଛୁ। ଆମେ ସମାଜବାଦୀ ପରିବାରର। ଦେଶରେ ମୋଦିଙ୍କୁ ଅଟକାଇବା ପାଇଁ ଆପଣ କମାଣ ସମ୍ଭାଳିଥିଲେ। ଏବେ ଆପଣଙ୍କ ପୁତୁରା ବିହାରରେ ପ୍ରଧାନମନ୍ତ୍ରୀଙ୍କୁ ଅଟକାଇବା ପାଇଁ ପତାକା ଧରିବ।

ମୋତେ ଜେଡିୟୁ ବିଧାୟକଙ୍କୁ ଦେଖିଲେ ଦୁଃଖ ଲାଗୁଛି। କାରଣ ସେମାନଙ୍କୁ ହିଁ ଲୋକଙ୍କ ପାଖକୁ ଯିବାକୁ ପଡ଼ିବ ଓ ଉତ୍ତର ଦେବାକୁ ହେବ। ଯଦି କେହି ପଚାରନ୍ତି ନୀତୀଶ କୁମାର କାହିଁକି ୩ ଥର ଶପଥ ନେଲେ, ତା’ହେଲେ ଆପଣମାନେ କ’ଣ କହିବେ?

ପୂର୍ବରୁ ଆପଣ ସେମାନଙ୍କୁ(ବିଜେପି) ସମାଲୋଚନା କରୁଥିଲେ। ଏବେ ଆପଣ ସେମାନଙ୍କର ପ୍ରଶଂସା କରୁଛନ୍ତି। ଏହା ଉପରେ କ’ଣ କହିବେ? ଆମେ(ଆରଜେଡି) କହିବ ଯେ ଆମକୁ ଚାକିରି ମିଳିଛି।”

ସମାଲୋଚନା କରିଥିଲେ ମଧ୍ୟ ଆରଜେଡି ସବୁବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମ୍ମାନ କରିବ ବୋଲି ତେଜସ୍ୱୀ କହିଛନ୍ତି।