ମାର୍କେଟରେ ଆଖିବୁଜା ଗୁଳି ମାଡ଼, ୬ ଜଣଙ୍କ ଜୀବନ ଗଲା

ପୁଲିସର କହିବା କଥା ଯେ ଗୋଟିଏ ପ୍ରସିଦ୍ଧ ତାଜା ଖାଦ୍ୟ ବିକ୍ରି ହେଉଥିବା ବଜାରରେ ଏପରି ଗୁଳିମାଡ଼ ହୋଇଛି।

ମାର୍କେଟରେ ଆଖିବୁଜା ଗୁଳି ମାଡ଼, ୬ ଜଣଙ୍କ ଜୀବନ ଗଲା

ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକକୁ ଦୋହଲାଇ ଦେଇଛି ଭୟଙ୍କର ଗୁଳିମାଡ଼। କମ୍ବୋଡିଆ ଓ ଥାଇଲ୍ୟାଣ୍ଡ ଯୁଦ୍ଧ ଚାଲିଥିବା ବେଳେ ବ୍ୟାଙ୍କକର ଗୋଟିଏ ଜନଗହଳୀ ପୂର୍ଣ୍ଣ ମାର୍କେଟରେ ଆଖିବୁଜା ଗୁଳି ମାଡ଼ ହୋଇଛି। ଏଥିରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ପୁଲିସର କହିବା କଥା ଯେ ଗୋଟିଏ ପ୍ରସିଦ୍ଧ ତାଜା ଖାଦ୍ୟ ବିକ୍ରି ହେଉଥିବା ବଜାରରେ ଏପରି ଗୁଳିମାଡ଼ ହୋଇଛି।

ବ୍ୟାଙ୍କକର ବାଙ୍ଗ ସୁଇ ଜିଲ୍ଲାରେ ଏପରି ଘଟଣା ଘଟିଛି। ଏହାର ଡେପୁଟି ପୁଲିସ୍‌ ମୁଖ୍ୟ ଓରାପଟ ସୁକଥାଇ କହିଛନ୍ତି, “ପୁଲିସ ଗୁଳିମାଡ଼ର ଉଦ୍ଦେଶ୍ୟକୁ ଜାଣିବା ପାଇଁ ଚେଷ୍ଟା କରୁଛି। ଏଯାଏ ଏହାକୁ ଗୋଟିଏ ସାମୂହିକ ଗୁଳିମାଡ଼ ଘଟଣା ଭାବେ ବିବେଚନା କରାଯାଉଛି।” ଘଟଣା ପରେ ବନ୍ଧୁକଧାରୀ ଜଣକ ନିଜ ଜୀନବ ମଧ୍ୟ ନେଇ ଯାଇଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି। ମୃତାହତଙ୍କ ମଧ୍ୟରେ ଆକ୍ରମଣକାରୀ ନିଜେ ରହିଥିବା ମେଟ୍ରୋପଲିଟାଣ୍ଟ ପୁଲିସ୍‌ ବ୍ୟୁରୋରର ଡେପୁଟି କମିଶନର ଚାରିନ ଗୋପାଟ୍ଟା କହିଛନ୍ତି।

ଇରୱନ ଏମର୍ଜେନ୍ସି ମେଡିକାଲ ସେଣ୍ଟ ବ୍ୟାଙ୍କକର ହସ୍ପିଟାଲଗୁଡ଼ିକର ମନିଟର୍ସ କରେ। ଏହି ସଂସ୍ଥା କହିଛି ଯେ କୃଷି ଜାତୀୟ ଉତ୍ପାଦ ଓ ସ୍ଥାନୀୟ ଖାଦ୍ୟ ବିକ୍ରି ହେଉଥିବା ଓର ଟୋ କୋ ମାର୍କେଟରେ ଗୁଳିମାଡ଼ ହୋଇଛି। ଏଥିରେ ୪ ଜଣ ସିକ୍ୟୁରିଟା ଗାର୍ଡ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ସେହିପରି ଆଖିବୁଜା ଗୁଳି ମାଡ଼ ପରେ ବନ୍ଧୁକଧାରୀ ଜଣକ ଆତ୍ମହତ୍ୟା କରିଛି।

ଓର ଟୋର କୋର ମାର୍କେଟି ଚାତୁଚକ ମାର୍କେଟର ଅତି ନିକଟସ୍ଥ ଅଞ୍ଚଳ। ଏହି ସ୍ଥାନଟି ବ୍ୟାଙ୍କକର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନୀ ସ୍ଥଳ ଭାବେ ପରିଚିତ। ଅନ୍ୟପକ୍ଷରେ ସୀମାରେ ଥାଇଲ୍ୟାଣ୍ଡ ଓ କମ୍ବୋଡିଆ ଲଢ଼େଇ ସହ ମାର୍କେଟ ଗୁଳିକାଣ୍ଡର କିଛି ଲିଙ୍କ ରହିଛି କି ନାହିଁ, ତା’ର ଯାଞ୍ଚ ପୁଲିସ୍‌ ପକ୍ଷରୁ କୁହାଯାଇଛି।