କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା
ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା): ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଶୁକ୍ରବାର ଗୃହରେ ବିିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଏସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତର ପରେ ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ […] The post କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା appeared first on Dharitri Odia News.
ଭୁବନେଶ୍ୱର,୨୨ା୩ (ରବିନାରାୟଣ ଜେନା): ସମ୍ବଲପୁରୀ-କୋଶଳୀ ଭାଷାକୁ ରାଜ୍ୟ ଭାଷାର ମାନ୍ୟତା ଦାବି ସଂକ୍ରାନ୍ତୀୟ କୌଣସି ପ୍ରସ୍ତାବ ସରକାରଙ୍କ ହସ୍ତଗତ ହୋଇନାହିଁ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ଶୁକ୍ରବାର ଗୃହରେ ବିିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୂରଜ କହିଛନ୍ତି ଯେ, ଏସମ୍ପର୍କିତ ପ୍ରସ୍ତାବ ଏବେ ସରକାରଙ୍କ ପାଖରେ ନାହିଁ। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ଉତ୍ତର ପରେ ଭାଜପା ସଦସ୍ୟ ଜୟନାରାୟଣ ମିଶ୍ର କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରୀ-କୋଶଳୀ ଭାଷା ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଅବସରରେ ସେ ପୁରୁଣା କଥାକୁ ଦୋହରାଇ କହିଲେ, ଓଡ଼ିଶା ଗଠନ ହୋଇଛି ଉତ୍କଳ, କଳିଙ୍ଗ ଓ କୋଶଳକୁ ନେଇ। ଏବେ ସରକାର କହୁଛନ୍ତି, ଏହା ମୋ ବ୍ୟକ୍ତିଗତ ମତ କିନ୍ତୁ ଆଗକୁ ଏହା ସାମୁହିକ ମତ ହେବ ବୋଲି ଜୟନାରାୟଣ କହିଛନ୍ତି।
The post କୋଶଳୀକୁ ମିଳିବନି ରାଜ୍ୟ ଭାଷା ମାନ୍ୟତା appeared first on Dharitri Odia News.