ମଣିପୁରରେ NPPର ସମର୍ଥନ ପ୍ରତ୍ୟାହାର ପରେ ସଂକଟରେ ବିଜେପି ସରକାର? ଜାଣନ୍ତୁ ବିଧାନସଭାର ସଂଖ୍ୟାଗଣିତ

ଇମ୍ଫାଲ ୧୭।୧୧: ମଣିପୁରରେ ଜାରି ଅଶାନ୍ତି ମଧ୍ୟରେ କନରାଡ ସଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲସ୍ ପାର୍ଟି (ଏନପିପି) ରବିବାର ବିଜେପି ନେତୃତ୍ୱାଧୀନ ଏନ.ବୀରେନ ସିଂହଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ପାର୍ଟି ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଲେଖିଥିବା ଅଧିକାରୀକ ପତ୍ରରେ କହିଛି ଯେ ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହଙ୍କ ନେତୃତ୍ୱରେ ମଣିପୁର ସରକାର ରାଜ୍ୟରେ ଜାତିଗତ ହିଂସା ନିୟନ୍ତ୍ରିତ କରିବା ଓ ସ୍ୱଭାବିକ ସ୍ଥିତି ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଣୁ ବର୍ତ୍ତମାନ ପରିସ୍ଥିତିକୁ ଧ୍ୟାନରେ ରଖି ଏନପିପି ତତ୍କାଳ ପ୍ରଭାବରେ ବୀରେନ ସିଂହଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଛି। ଏଥିରେ ମଣିପୁର କଂଗ୍ରେସ ସଭାପତି ତଥା ୱାଙ୍ଗଖେମରୁ ବିଧାୟକ କିସମ ମେଘଚନ୍ଦ୍ର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଯଦି ମଣିପୁର ଲୋକେ ରାଜ୍ୟରେ ଶାନ୍ତି ସ୍ଥାପନା ନିମନ୍ତେ ନୂଆ ଜନାଦେଶ ଆଣିବାକୁ ଚାହାଁନ୍ତି ତେବେ ମୁଁ ସବୁ କଂଗ୍ରେସ ବିଧାୟକଙ୍କ ସହ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ। ତାଙ୍କର ଏହି ପୋଷ୍ଟରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେସ ପ୍ରତିକ୍ରିୟା ଦେଇ ‘ସାବାସ’ ବୋଲି ଉଲ୍ଲେଖ କରିଛନ୍ତି।  ସେ ଲେଖିଛନ୍ତି ଯେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଦରକାର। I, along with all the Congress MLAs, am ready to resi

ମଣିପୁରରେ NPPର ସମର୍ଥନ ପ୍ରତ୍ୟାହାର ପରେ ସଂକଟରେ ବିଜେପି ସରକାର? ଜାଣନ୍ତୁ ବିଧାନସଭାର ସଂଖ୍ୟାଗଣିତ

ଇମ୍ଫାଲ ୧୭।୧୧: ମଣିପୁରରେ ଜାରି ଅଶାନ୍ତି ମଧ୍ୟରେ କନରାଡ ସଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲସ୍ ପାର୍ଟି (ଏନପିପି) ରବିବାର ବିଜେପି ନେତୃତ୍ୱାଧୀନ ଏନ.ବୀରେନ ସିଂହଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି। ପାର୍ଟି ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଲେଖିଥିବା ଅଧିକାରୀକ ପତ୍ରରେ କହିଛି ଯେ ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହଙ୍କ ନେତୃତ୍ୱରେ ମଣିପୁର ସରକାର ରାଜ୍ୟରେ ଜାତିଗତ ହିଂସା ନିୟନ୍ତ୍ରିତ କରିବା ଓ ସ୍ୱଭାବିକ ସ୍ଥିତି ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। 

ଏଣୁ ବର୍ତ୍ତମାନ ପରିସ୍ଥିତିକୁ ଧ୍ୟାନରେ ରଖି ଏନପିପି ତତ୍କାଳ ପ୍ରଭାବରେ ବୀରେନ ସିଂହଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରୁଛି। ଏଥିରେ ମଣିପୁର କଂଗ୍ରେସ ସଭାପତି ତଥା ୱାଙ୍ଗଖେମରୁ ବିଧାୟକ କିସମ ମେଘଚନ୍ଦ୍ର ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ ଯଦି ମଣିପୁର ଲୋକେ ରାଜ୍ୟରେ ଶାନ୍ତି ସ୍ଥାପନା ନିମନ୍ତେ ନୂଆ ଜନାଦେଶ ଆଣିବାକୁ ଚାହାଁନ୍ତି ତେବେ ମୁଁ ସବୁ କଂଗ୍ରେସ ବିଧାୟକଙ୍କ ସହ ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ। ତାଙ୍କର ଏହି ପୋଷ୍ଟରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେସ ପ୍ରତିକ୍ରିୟା ଦେଇ ‘ସାବାସ’ ବୋଲି ଉଲ୍ଲେଖ କରିଛନ୍ତି।  ସେ ଲେଖିଛନ୍ତି ଯେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବା ଦରକାର। 


ଏବେ ପ୍ରଶ୍ନ ଉଠୁଛି ସରକାରରୁ ଏନପିପି ସମର୍ଥନ ପ୍ରତ୍ୟାହାର କରିବା ପରେ ମଣିପୁରରେ ଏନ. ବୀରେନ ସିଂହ ସରକାର ସଂକଟକୁ ମୁହାଁଇବେକି? ତେବେ ଏହାର ଉତ୍ତର ହେଉଛି ନାଁ। ୨୦୨୨ ମଣିପୁର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ନଜର ପକାଇଲେ ବିଜେପିକୁ ୩୨, ଜେଡିୟୁକୁ ୬,କଂଗ୍ରେସକୁ ୫, ନାଗା ପ୍ୟୁପିଲସ ଫ୍ରଣ୍ଟକୁ ୫ ଓ ସଙ୍ଗମାଙ୍କ ଏନପିପିକୁ ୭ଟି ଆସନ ମିଳିଥିଲା। ଏହା ଛଡା କୁକି ପିପୁଲସ ଏଲାନ୍ସକୁ ୨ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ଜିତିଥିଲେ। 


୬୦ ସଦସୀୟ ମଣିପୁର ବିଧାନସଭାରେ ମ୍ୟାଜିକ ନମ୍ବର ୩୧ ଏଥିରେ ବିଜେପିର ନିଜର ୩୨ଜଣ ବିଧାୟକ ଅଛନ୍ତି। ୨୦୨୨ ବିଧାନସଭା ନିର୍ବାଚନର କିଛି ସମୟ ପରେ ଜେଡିୟୁର ୬ ମଧ୍ୟରୁ ୫ ବିଧାୟକ ଔପଚାରିକ ରୂପେ ବିଜେପିରେ ସାମିଲ ହୋଇଯାଇଥିଲେ। ଫଳରେ ବିଧାନସଭାରେ ବିଜେପିର ସଂଖ୍ୟା ୩୭ ହୋଇଯାଇଛି। ଏହିପ୍ରକାରେ ମଣିପୁରରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ସରକାରର ବହୁମତ ରହିଛି। ଏନପିପିର ୭ ବିଧାୟକ ସମର୍ଥନ ପ୍ରତ୍ୟାହାର କଲେବି ରାଜ୍ୟରେ ସରକାର ଅସ୍ଥିର ହେବନି। 

ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ପ୍ରସଙ୍ଗରେ କରିବେ ବୈଠକ
ଇମ୍ଫାଲ ଉପତ୍ୟାକାରେ ମିଥ୍ୟା ଖବର ପ୍ରସାରଣ ରୋକିବା ପାଇଁ ଇଣ୍ଟରନେଟ୍ ଓ ମୋବାଇଲ ଡାଟା ସର୍ଭିସ ସସପେଣ୍ଡ କରିଦିଆଯାଇଛି। ଏହା ସହିତ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ କର୍ଫ୍ୟୁ ମଧ୍ୟ ଜାରି ହୋଇଛି। ଏହି ଉପାୟ ବଢୁଥିବା ହିଂସାକୁ ରୋକିବା ପାଇଁ କରାଯାଇଛି, ଯେଉଁଥିରେ ଉଗ୍ର ଭୀଡ ଜନପ୍ରତିନିଧିମାନଙ୍କ ଘରକୁ ଟାର୍ଗେଟ କରୁଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କର ସମସ୍ତ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି। ସେ ଏବେ ଦିଲ୍ଲୀରୁ ମଣିପୁର ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶାହ ରବିବାର ଦିଲ୍ଲୀରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ଯେଉଁଥିରେ ମଣିପୁରର ସୁରକ୍ଷା ସ୍ଥିତି ସମୀକ୍ଷା କରାଯାଇଛି। ସେ ଏହି ପ୍ରସଙ୍ଗରେ ସୋମବାର ମଧ୍ୟ ବିସ୍ତୃତ ବୈଠକ କରିବେ।