ବିଧାନସଭାରେ ପ୍ରଶ୍ନ ଉଠିବା ପରେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ ଅବଢ଼ା ଦର
କନକ ବ୍ୟୁରୋ : ଖୁବଶୀଘ୍ର ନିୟନ୍ତ୍ରଣକୁ ଆସିବ ମହାପ୍ରସାଦ ଦର । ଭକ୍ତ ମାନେ ଯେପରି କମ୍ ଦାମରେ ମହାପ୍ରସାଦ କିଣିପାରିବେ, ସେନେଇ ଗମ୍ଭୀରତାର ସହ ଚିନ୍ତା କରାଯାଉଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଅବଢାର ଅହେତୁକ ଦରବୃଦ୍ଧିକୁ ନେଇ ଗତକାଲି ବିଧାନସଭାରେ ପ୍ରଶ୍ନ କରିଥିଲେ ପୁରୀ ବିଧାୟକ ସୁନୀଲ ମହାନ୍ତି। ଅବଢାର ରେଟ୍ ଚାର୍ଟ କଥା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଏବେ ଶୁଦ୍ଧ ଘିଅ ବ୍ୟବହାର ପାଇଁ କୁହାଯିବା ପରେ ଯେଉଁ ସମସ୍ୟା ହୋଇଛି, କିଭଳି ସେଥିରେ ସମତୁଲତା ଆସିବ ଏବଂ ମହାପ୍ରସାଦ ଦର ଠିକ୍ ଠାକ୍ ରହିବ, ସେନେଇ ନିଷ୍ପତ୍ତି ନିଆଯିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।