ବିଧାନସଭାରେ ହାତାହାତି: ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି

ଭୁବନେଶ୍ୱର,୧୧।୩: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଙ୍ଗଳବାର ବାଚସ୍ପତିଙ୍କୁ ଏକ ଚିଠି ଲଖିଛନ୍ତି। ଚିଠିରେ ମନ୍ତ୍ରୀ, ଭାଜପା ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ମଙ୍ଗଳବାର ଗୃହରେ ହଟ୍ଟଗୋଳ ସମୟର ଭିଡିଓ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏପରିକି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ରଘୁରାମ ମାଛଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବିଧାନସଭାରେ ଚାଲିଛି ଦ୍ୱିତୀୟ […] The post ବିଧାନସଭାରେ ହାତାହାତି: ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି appeared first on Dharitri Odia News.

ବିଧାନସଭାରେ ହାତାହାତି: ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି

ଭୁବନେଶ୍ୱର,୧୧।୩: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଙ୍ଗଳବାର ବାଚସ୍ପତିଙ୍କୁ ଏକ ଚିଠି ଲଖିଛନ୍ତି। ଚିଠିରେ ମନ୍ତ୍ରୀ, ଭାଜପା ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ମଙ୍ଗଳବାର ଗୃହରେ ହଟ୍ଟଗୋଳ ସମୟର ଭିଡିଓ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏପରିକି ମନ୍ତ୍ରୀ ମୁକେଶ ମହାଲିଙ୍ଗ, ବିଧାୟକ ଜୟନାରାୟଣ ମିଶ୍ର, ବାବୁ ସିଂ, ରଘୁରାମ ମାଛଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ବିଧାନସଭାରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ। ବଜେଟ ଅଧିବେଶନର ମଙ୍ଗଳବାର ତୃତୀୟ ଦିନରେ ଗୃହରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଂଗ୍ରେସ ଏବଂ ବିଜେଡି ବିଧାୟକ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏଣୁ ଗୃହରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ନାରାବାଜି ଦେଇଥିଲେ। ଏହି ସମୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ଏଭଳି ସ୍ଥିତିରେ ଭାଜପା ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରାଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ପ୍ରଥମେ ଜୟନାରାୟଣ ମୋ କଲର୍‌ ଧରିଥିଲେ ବୋଲି ତାରା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଅନ୍ତର୍ଜାତୀୟ ମହିଳା ଦିବସରେ ଜୟନାରାୟଣ କୋଶଲ ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ବିଜେଡି ବିଧାୟକମାନେ କଳାପଟି ପିନ୍ଧି ଗୃହକୁ ଆସିଥିଲେ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳକୁ ଦୃଷ୍ଟିରେ ରଖି ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।

 

The post ବିଧାନସଭାରେ ହାତାହାତି: ମନ୍ତ୍ରୀ, ବିଧାୟକଙ୍କ ବିରୋଧରେ ଆକ୍ସନ ନେବାକୁ ବାଚସ୍ପତିଙ୍କୁ କଂଗ୍ରେସର ଚିଠି appeared first on Dharitri Odia News.