ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ତାଙ୍କ ବିରୋଧରେ କେତେଜଣ ଅସନ୍ତୁଷ୍ଟ ନେତା ଓ କର୍ମୀ ସ୍ଲୋଗାନ ଦେବା ସହ ଭୋଟ ନ ଦେବା ପାଇଁ ଶପଥ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏବେ ତାଙ୍କ ପୋଷ୍ଟରରେ ଜୋତାମାଳ ଝୁଲିବା ଚିନ୍ତାର ବିଷୟ ହୋଇଛି। ଜୋତାମାଳ କେଉଁ ଅଞ୍ଚଳରେ ଲାଗିଛି […] The post ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ appeared first on Dharitri Odia News.
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ତାଙ୍କ ବିରୋଧରେ କେତେଜଣ ଅସନ୍ତୁଷ୍ଟ ନେତା ଓ କର୍ମୀ ସ୍ଲୋଗାନ ଦେବା ସହ ଭୋଟ ନ ଦେବା ପାଇଁ ଶପଥ ନେଉଥିବା ଭିଡିଓ ଭାଇରାଲ ହୋଇଥିଲା। ଏବେ ତାଙ୍କ ପୋଷ୍ଟରରେ ଜୋତାମାଳ ଝୁଲିବା ଚିନ୍ତାର ବିଷୟ ହୋଇଛି। ଜୋତାମାଳ କେଉଁ ଅଞ୍ଚଳରେ ଲାଗିଛି ଜଣା ପଡିନାହିଁ। ମାତ୍ର ଫଟୋ ଭାଇରାଲ ହେବା ପରେ ଏହାକୁ ଅନେକ ନାପସନ୍ଦ କରିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ନିର୍ବାଚନ ମଣ୍ଡଳୀରେ ସବୁ ଠିକ୍ ଚାଲିଥିବା ବେଳେ ପାଟଣାରେ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଦଳୀୟ ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ଏହା ଏକ ଷଡ଼ଯନ୍ତ୍ର। ଯେତେ ବଦନାମ କଲେ ମଧ୍ୟ ବିରୋଧୀ କେବେ ସଫଳ ହୋଇପାରିବେ ନାହିଁ ବୋଲି ଜଗନ୍ନାଥଙ୍କ ସମର୍ଥକମାନେ କହିଛନ୍ତି।
The post ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ appeared first on Dharitri Odia News.