ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।ପ୍ରକାଶଥାଉକି, ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା। ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଥିଲା। ବିଧାୟକ ଅଭିଯୋଗ କରିଛନ୍ତି, ତାଙ୍କ ଚେନ ବି ଲୁଟ୍ ହୋଇଛି । ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ।
ଭୁବନେଶ୍ୱର: ଧର୍ମଶାଳା ବିଧାୟକ ହିଂମାଶୁ ସାହୁଙ୍କୁ ଆକ୍ରମଣ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ DSPଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ଗଠନ କରାଯାଇଛି। ବିଧାୟକଙ୍କ ଆକ୍ରମଣ ଘଟଣାରେ ୧୪ ଗିରଫ କରାଯାଇଛି।
ପ୍ରକାଶଥାଉକି, ଧର୍ମଶାଳା ବିଧାୟକ ବୁଧବାର ସଂଧ୍ୟାରେ ଡିଡିଏମ ଅଫିସ ଯାଉଥିବା ବେଳେ ଯାଜପୁର ନିର୍ବାଚନ ମଣ୍ଡଳୀ ବୁଢାଘାଟ ନିକଟରେ ବିଧାୟକଙ୍କ ଗାଡିକୁ ଆକ୍ରମଣ କରାଯାଇଥିଲା। ଗାଡିରେ ବିଧାୟକ ବସିଥିବା ବେଳେ ତାଙ୍କୁ ଆକ୍ରମଣ ହୋଇଥିଲା। ଆକ୍ରମଣରେ ବିଧାୟକଙ୍କ ଗାଡି ଭାଙ୍ଗିଯାଇଥିଲା।
ବିଧାୟକ ଅଭିଯୋଗ କରିଛନ୍ତି, ତାଙ୍କ ଚେନ ବି ଲୁଟ୍ ହୋଇଛି । ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ଲୋକ ଏହି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ।