ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ …

ନୂଆଦିଲ୍ଲୀ,୩।୨ : ୧୯୯୦ ଦଶକ ଆରମ୍ଭରେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣକୁ ନିଜ ରଥ ଯାତ୍ରା ମାଧ୍ୟମରେ ଜାତୀୟ ମାନ୍ୟତା ପ୍ରଦାନ କରିଥିବା ଭାଜପାର ଭେଟେରାନ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଆଡଭାନୀ ଭାରତ ରତ୍ନ ଘୋଷଣା ଉପରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ କୁହାଯାଇଛି, ବିନମ୍ରତା ଏବଂ କୃତଜ୍ଞତା ସହ ମୁଁ ଆଜି ଭାରତ ରତ୍ନକୁ ସ୍ବୀକାର କରୁଛି। […] The post ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ … appeared first on Dharitri Odia News.

ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ …

ନୂଆଦିଲ୍ଲୀ,୩।୨ : ୧୯୯୦ ଦଶକ ଆରମ୍ଭରେ ଅଯୋଧ୍ୟାରେ ଥିବା ରାମ ମନ୍ଦିର ନିର୍ମାଣକୁ ନିଜ ରଥ ଯାତ୍ରା ମାଧ୍ୟମରେ ଜାତୀୟ ମାନ୍ୟତା ପ୍ରଦାନ କରିଥିବା ଭାଜପାର ଭେଟେରାନ ଲାଲ କୃଷ୍ଣ ଆଡଭାନୀଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ।

ଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଆଡଭାନୀ ଭାରତ ରତ୍ନ ଘୋଷଣା ଉପରେ ଏକ ବିବୃତ୍ତି ଦେଇଛନ୍ତି। ଏଥିରେ କୁହାଯାଇଛି, ବିନମ୍ରତା ଏବଂ କୃତଜ୍ଞତା ସହ ମୁଁ ଆଜି ଭାରତ ରତ୍ନକୁ ସ୍ବୀକାର କରୁଛି। ଏହା କେବଳ ମୋ ପାଇଁ ଜଣେ ବ୍ୟକ୍ତି ଭାବରେ ନୁହେଁ, ଆଦର୍ଶ ଏବଂ ନୀତି ପାଇଁ ମଧ୍ୟ ଏକ ସମ୍ମାନ, ଯାହା ମୁଁ ମୋ ଜୀବନସାରା ମୋ ସାମର୍ଥ୍ୟ ଅନୁଯାୟୀ ସେବା କରିଛି ।

ଏହି ଘୋଷଣା ପରେ ଝିଅ ପ୍ରତୀଭା ଆଡଭାନୀ ବାପାଙ୍କୁ ମିଠା ଖୁଆଇ ତାଙ୍କୁ ଆଲିଙ୍ଗନ କରିଥିଲେ। ଏହା ଉପରେ ଖୁସି ବ୍ୟକ୍ତ କରି ସେ କହିଛନ୍ତି, ’ମୁଁ ଏବଂ ଆମ ସମଗ୍ର ପରିବାର ଏନେଇ ବହୁତ ଖୁସି। ନିଶ୍ଚିତ ଭାବରେ, ମୁଁ ଆଜି ଯାହାକୁ ଅଧିକ ମନେ ପକାଉଛି, ସେ ହେଉଛନ୍ତି ମୋର ମା, ଯିଏ ବାପାଙ୍କ ଜୀବନରେ ବହୁ ଅବଦାନ ରଖିଛନ୍ତି।

ଏହି ଖବର ଶୁଣିବା ପରେ ଲାଲକୃଷ୍ଣ ଆଡଭାନୀଙ୍କୁ ଆଖିରେ ଲୁହ ଆସିଯାଇଥିଲା। ସେ ଖୁସି ଏବଂ ସନ୍ତୁଷ୍ଟ ଯେ ସେ ତାଙ୍କର ସମଗ୍ର ଜୀବନକୁ ଦେଶର ସେବାରେ ଉତ୍ସର୍ଗ କରିଛନ୍ତି। ତେଣୁ, ଆମେ ବହୁତ ଖୁସି ବୋଲି ପ୍ରତୀଭା କହିଛନ୍ତି।

ନ୍ୟୁଜ ଏଜେନ୍ସି ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ଏଲ.କେ ଆଡଭାନୀଙ୍କ ପୁଅ ଜୟନ୍ତ କହିଛନ୍ତି, ’ମୁଁ ଏବଂ ମୋ ପରିବାର ଏହାକୁ ନେଇ ବହୁତ ଖୁସି। ମୋ ବାପାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଉଛି। ସାଧାରଣ ଜୀବନରେ ମୋର ପିତାଙ୍କ ଅବଦାନ ଅତୁଳନୀୟ ଏବଂ ଏହା ଦେଖି ଆଶ୍ଚର୍ଯ୍ୟଜନକ ଯେ ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ତାଙ୍କର ଏହି ପ୍ରୟାସକୁ ଏହି ଚମତ୍କାର ଉପାୟରେ ସ୍ବୀକୃତି ଦିଆଯାଉଛି।

 

 

The post ବିନମ୍ରତା ସହ ମୁଁ ଭାରତ ରତ୍ନକୁ ସ୍ବୀକାର କରୁଛି, ଏହି ୨ ନେତାଙ୍କୁ ମନେ ପକାଇ ହେଲେ ଭାବୁକ ଆଡଭାନୀ … appeared first on Dharitri Odia News.