ବିନା କାରଣରେ ଆଣ୍ଟିବାୟୋଟିକ୍ ଲେଖିପାରିବେନି ଡାକ୍ତର

ଅନେକ ସମୟରେ ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଲେଖୁଥିବା ଅଭିଯୋଗ ହୁଏ। ତେଣୁ ବିନା କାରଣରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।

ବିନା କାରଣରେ ଆଣ୍ଟିବାୟୋଟିକ୍ ଲେଖିପାରିବେନି ଡାକ୍ତର

ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ସ ଦେଲେ, ତା’ର କାରଣ ଦର୍ଶାଇବେ। କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ମେଡିକାଲ କଲେଜକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS)। ଅନେକ ସମୟରେ ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ୍ସ ଲେଖୁଥିବା ଅଭିଯୋଗ ହୁଏ। ତେଣୁ ବିନା କାରଣରେ ଆଣ୍ଟିବାୟୋଟିକ୍ସ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି।