ବିନା ପଞ୍ଜିକରଣରେ ଲିଭ୍‌-ଇନ୍‌ ରେ ରହିଲେ ଦେଇପାରନ୍ତି ଜରିମାନା

ନୂଆଦିଲ୍ଲୀ : ଲିଭ୍-ଇନ୍ ସମ୍ପର୍କ ପାଇଁ ଦରକାର ରେଜିଷ୍ଟ୍ରେସନ । ନହେଲେ ୬ ମାସର ଜେଲ୍ କିମ୍ବା ଗଣିବାକୁ ହେବ ୨୫ ହଜାର ଫାଇନ। ଉତ୍ତରାଖଣ୍ଡ ବିଧାନସଭାରେ UCC ଲାଗୁ ହେବା ପରେ ରାଜ୍ୟରେ ୱେବ୍ ପୋର୍ଟାଲରେ ଲାଇଭ୍ ଇନ୍ ସମ୍ପର୍କ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ। ପ୍ରସ୍ତାବିତ ବିଲ୍ ଅନୁସାରେ ଯେଉଁମାନେ ମାସକରୁ ଅଧିକ ଦିନ ଲିଭ୍-ଇନ୍ ରେ ରହୁଛନ୍ତି କିମ୍ବା ଭବିଷ୍ୟତରେ ରହିବାକୁ ଯୋଜନା କରୁଛନ୍ତି, ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ। ପଞ୍ଜୀକରଣ ନକଲେ […] The post ବିନା ପଞ୍ଜିକରଣରେ ଲିଭ୍‌-ଇନ୍‌ ରେ ରହିଲେ ଦେଇପାରନ୍ତି ଜରିମାନା appeared first on KNews Odisha.

ବିନା ପଞ୍ଜିକରଣରେ ଲିଭ୍‌-ଇନ୍‌ ରେ ରହିଲେ ଦେଇପାରନ୍ତି ଜରିମାନା
couple

ନୂଆଦିଲ୍ଲୀ : ଲିଭ୍-ଇନ୍ ସମ୍ପର୍କ ପାଇଁ ଦରକାର ରେଜିଷ୍ଟ୍ରେସନ । ନହେଲେ ୬ ମାସର ଜେଲ୍ କିମ୍ବା ଗଣିବାକୁ ହେବ ୨୫ ହଜାର ଫାଇନ। ଉତ୍ତରାଖଣ୍ଡ ବିଧାନସଭାରେ UCC ଲାଗୁ ହେବା ପରେ ରାଜ୍ୟରେ ୱେବ୍ ପୋର୍ଟାଲରେ ଲାଇଭ୍ ଇନ୍ ସମ୍ପର୍କ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ। ପ୍ରସ୍ତାବିତ ବିଲ୍ ଅନୁସାରେ ଯେଉଁମାନେ ମାସକରୁ ଅଧିକ ଦିନ ଲିଭ୍-ଇନ୍ ରେ ରହୁଛନ୍ତି କିମ୍ବା ଭବିଷ୍ୟତରେ ରହିବାକୁ ଯୋଜନା କରୁଛନ୍ତି, ସେମାନଙ୍କୁ ପଞ୍ଜିକରଣ କରିବାକୁ ପଡ଼ିବ।

ପଞ୍ଜୀକରଣ ନକଲେ ସେମାନଙ୍କୁ ୬ ମାସ ଜେଲ୍ କିମ୍ବା ୨୫ ହଜାର ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ। ରେଜିଷ୍ଟ୍ରାର ପଞ୍ଜୀକରଣର ରସିଦ ଦେବେ, ପିତାମାତା ଏବଂ ଅଭିଭାବକଙ୍କୁ ସୂଚନା ଦେବାକୁ ପଡ଼ିବ। ଯଦି ଲିଭ୍-ଇନ୍ ଦମ୍ପତିଙ୍କ ବୟସ୨୧ ବର୍ଷରୁ କମ୍ ତେବେ ତାଙ୍କ ପାଇଁ ପିତାମାତାଙ୍କ ସମ୍ମତି ଆବଶ୍ୟକ ଏବଂ ସେମାନେ ଉତ୍ତରାଖଣ୍ଡର ବାସିନ୍ଦା କି ନୁହେଁ ତାହା ପଞ୍ଜୀକରଣ କରିବା ଆବଶ୍ୟକ। ଏପରିକି ଏହି ପଞ୍ଜୀକରଣ ରସିଦ ଆଧାରରେ ସେମାନେ ଭଡ଼ା ଘର, ହଷ୍ଟେଲ କିମ୍ବା ପିଜି ପାଇପାରିବେ। ଯଦି ଲିଭ୍-ଇନ୍ ରେ ରହିବା ପରେ ମହିଳାଙ୍କୁ ପୁରୁଷ ବନ୍ଧୁ ଛାଡ଼ି ଦିଅନ୍ତି ତେବେ ମହିଳା ଜଣକ ରକ୍ଷଣାବେକ୍ଷଣ ପାଇଁ କୋର୍ଟରେ ଆବେଦନ କରିପାରିବେ। ସେହିପରି ଲିଭ୍-ଇନ୍ ସଂପର୍କ ପରେ ଯଦି କୌଣସି ସନ୍ତାନ ହୁଏ, ତେବେ UCC ବ୍ୟବସ୍ଥା ଅନୁଯାୟୀ ଶିଶୁଟିକୁ ଦମ୍ପତିଙ୍କର ବୈଧ ସନ୍ତାନ ବୋଲି ଘୋଷଣା କରାଯିବ। ତେବେ ଯଦି ଲିଭ୍-ଇନ୍ ସମ୍ପର୍କକୁ ଶେଷ କରିବାକୁ ଚାହୁଁଥିବେ ତେବେ କୋର୍ଟରେ ଏନେଇ ଅପିଲ କରିପାରିବେ। ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଏହି ବିଲରେ ଲିଭ୍-ଇନ୍ ସମ୍ପର୍କ ପଞ୍ଜିକରଣ ସହିତ, ସବୁ ଧର୍ମର ଝିଅମାନଙ୍କ ପାଇଁ ସମାନ ବିବାହ ବୟସ, ସବୁ ଧର୍ମ ପାଇଁ ସମାନ ଛାଡ଼ପତ୍ର ଆଇନ, ବାଧ୍ଯତାମୂଳକ ବିବାହ ପଞ୍ଜିକରଣ, ପୈତୃକ ସମ୍ପତ୍ତି ଉପରେ ପୁଅଝିଅଙ୍କ ସମାନ ଅଧିକାର ଭଳି ବ୍ୟବସ୍ଥା ରହିଛି।

The post ବିନା ପଞ୍ଜିକରଣରେ ଲିଭ୍‌-ଇନ୍‌ ରେ ରହିଲେ ଦେଇପାରନ୍ତି ଜରିମାନା appeared first on KNews Odisha.