ଥଣ୍ଡା ଥଣ୍ଡା ସୁନା ଆଇସକ୍ରିମ୍, ପକେଟ୍ ଗରମ ଥିଲେ ହିଁ ପାଟି ସୁଆଦ

ନୂଆଦିଲ୍ଲୀ: ଆଇସକ୍ରିମ୍ ସାଧାରଣ ସମସ୍ତଙ୍କ ପ୍ରିୟ। ଆଉ ଏବେ ଖରାଦିନେ ପିଲାଟୁ ଆରମ୍ଭ କରି ବୟସ୍କ ଖରା ତାତିରେ ସନ୍ତୁଳି ହେଉଛନ୍ତି ସମସ୍ତେ। ଏହି ସମୟରେ ଥଣ୍ଡା ପ୍ରତି ଟିକିଏ ସମସ୍ତେ ଆକର୍ଷିତ ହୁଅନ୍ତି ଯେମିତି କି ଥଣ୍ଡା ପାଣି, କୋଲ୍ଡ ଡ୍ରିଂକ୍ସ ଆଉ ଆଇସକ୍ରିମ୍ ପ୍ରତି ସମସ୍ତେ ଆଗ୍ରହୀ ହୁଅନ୍ତି। ବଜାରରେ ଅନେକ ପ୍ରକାର ଆଇସକ୍ରିମ୍ ମିଳୁଥିବା ଆପଣ ସମସ୍ତେ ଦେଖିଥିବେ ହେଲେ ସୁନାର ଆଇସକ୍ରିମ୍ ଆପଣ ଦେଖିଛନ୍ତି କି? ଆପଣ ଏହି କଥାଟିକୁ ଶୁଣି […]

ଥଣ୍ଡା ଥଣ୍ଡା ସୁନା ଆଇସକ୍ରିମ୍, ପକେଟ୍ ଗରମ ଥିଲେ ହିଁ ପାଟି ସୁଆଦ

ନୂଆଦିଲ୍ଲୀ: ଆଇସକ୍ରିମ୍ ସାଧାରଣ ସମସ୍ତଙ୍କ ପ୍ରିୟ। ଆଉ ଏବେ ଖରାଦିନେ ପିଲାଟୁ ଆରମ୍ଭ କରି ବୟସ୍କ ଖରା ତାତିରେ ସନ୍ତୁଳି ହେଉଛନ୍ତି ସମସ୍ତେ। ଏହି ସମୟରେ ଥଣ୍ଡା ପ୍ରତି ଟିକିଏ ସମସ୍ତେ ଆକର୍ଷିତ ହୁଅନ୍ତି ଯେମିତି କି ଥଣ୍ଡା ପାଣି, କୋଲ୍ଡ ଡ୍ରିଂକ୍ସ ଆଉ ଆଇସକ୍ରିମ୍ ପ୍ରତି ସମସ୍ତେ ଆଗ୍ରହୀ ହୁଅନ୍ତି।

ବଜାରରେ ଅନେକ ପ୍ରକାର ଆଇସକ୍ରିମ୍ ମିଳୁଥିବା ଆପଣ ସମସ୍ତେ ଦେଖିଥିବେ ହେଲେ ସୁନାର ଆଇସକ୍ରିମ୍ ଆପଣ ଦେଖିଛନ୍ତି କି? ଆପଣ ଏହି କଥାଟିକୁ ଶୁଣି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ଏଠାରେ ମିଳୁଛି ସୁନା ପରସ୍ତର ଆଇସକ୍ରିମ୍।

ଯାହାର ଭିଡିଓ ସୋସିଆଲ ମିଡିଆରେ ବୁଲୁଛି। ଆଉ ଏହାକୁ ଅମ୍ବାନୀ ଆଇସକ୍ରିମ୍ ମଧ୍ୟ କୁହାଯାଉଛି। ଜଣେ ୟୁଟ୍ୟୁବର ଏହି ଭିଡିଓକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ହାଇଦ୍ରାବାଦର ଇଜାଦ ରେଷ୍ଟୋରାରେ ମିଳୁଛି ସୁନା ଆଇସିକ୍ରିମ୍।

ଜଣେ ଫୁଡ ବ୍ଲଗର ଏହାର ଭିଡିଓକୁ ସୁଟ୍ କରିଛନ୍ତି। ଯାହା ଏହି ରେଷ୍ଟୋରାର ସବୁଠାରୁ ଦାମୀ ଆଇସ୍କ୍ରିମ ବୋଲି କୁହାଯାଉଛି। ଏହି  ଆଇସକ୍ରିମର ଦାମ୍ ୧୨ଶହ ଟଙ୍କା। ଭାଇରାଲ ହେଉଥିବା  ଆଇସକ୍ରିମ୍ ଭିଡିଓକୁ ଦେଖି ସୋସିଆଲ ମିଡିଆରେ ଲୋକେ ଅନେକ ପ୍ରତିକ୍ରିୟା ଦେଉଥିବା ମଧ୍ୟ ଦେଖିବାକୁ ମଳିଛି।

ଆଇସକ୍ରିମ୍ ରେଷ୍ଟୋରାର କର୍ମଚାରୀ କିପରି ଏହାକୁ କିପରି ପ୍ରସ୍ତୁତ କରୁଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି। ଏହା ସହ ଏହି ଆଇସକ୍ରିମରେ ସୁନାର ପରସ୍ତ ଲାଗିବା ସହ ସୁନା କିଛି ସ୍ପ୍ରେ କରାଯାଇ ଗ୍ରାହାକଙ୍କୁ ଦିଆଯାଉଛି। ଯାହା ଦେଖିବାକୁ ସୁନ୍ଦର ମଧ୍ୟ ଦିଶୁଛି ।