ବିନା ପାନ୍‌, ଆଧାର ଯାଞ୍ଚରେ ଡାକଘର ଯୋଜନାରେ ହୋଇପାରିବନି ନିବେଶ

ନୂଆଦିଲ୍ଲୀ :  ଡାକଘର ଯୋଜନାରେ ନିବେଶ କ୍ଷେତ୍ରରେ ଆପଣଙ୍କର ପାନ୍ ଏବଂ ଆଧାର କାର୍ଡ ଯାଞ୍ଚ କରାଯିବ। ଏଣିକି ବିନା ପାନ୍‌ ଏବଂ ଆଧାର କାର୍ଡ ଯାଞ୍ଚରେ କୌଣସି ପ୍ରକାର ଡାକଘର ଯୋଜନାରେ ଆପଣ ନିବେଶ କରିପାରିବେ ନାହିଁ। ସେ କ୍ଷେତ୍ରରେ ଯଦି କୌଣସି ଗଡ଼ବଡ଼ି ଦେଖାଦେବ ତେବେ ଆପଣ ଡାକଘର ଯୋଜନାରେ ନିବେଶ କରିପାରିବେନି। ଆପଣଙ୍କର ପାନ୍‌ର ଭାଲିଡିଟି ବା ଅବଧÒକୁ ଆୟକର ବିଭାଗର ତଥ୍ୟ ସହିତ ମେଳ କରାଯାଇ ଯାଞ୍ଚ କରାଯିବ। ଏଥିରେ ଆପଣଙ୍କର […]

ବିନା ପାନ୍‌, ଆଧାର ଯାଞ୍ଚରେ ଡାକଘର ଯୋଜନାରେ ହୋଇପାରିବନି ନିବେଶ
Without PAN, Aadhaar verification cannot invest in post office schemes

ନୂଆଦିଲ୍ଲୀ :  ଡାକଘର ଯୋଜନାରେ ନିବେଶ କ୍ଷେତ୍ରରେ ଆପଣଙ୍କର ପାନ୍ ଏବଂ ଆଧାର କାର୍ଡ ଯାଞ୍ଚ କରାଯିବ। ଏଣିକି ବିନା ପାନ୍‌ ଏବଂ ଆଧାର କାର୍ଡ ଯାଞ୍ଚରେ କୌଣସି ପ୍ରକାର ଡାକଘର ଯୋଜନାରେ ଆପଣ ନିବେଶ କରିପାରିବେ ନାହିଁ। ସେ କ୍ଷେତ୍ରରେ ଯଦି କୌଣସି ଗଡ଼ବଡ଼ି ଦେଖାଦେବ ତେବେ ଆପଣ ଡାକଘର ଯୋଜନାରେ ନିବେଶ କରିପାରିବେନି। ଆପଣଙ୍କର ପାନ୍‌ର ଭାଲିଡିଟି ବା ଅବଧÒକୁ ଆୟକର ବିଭାଗର ତଥ୍ୟ ସହିତ ମେଳ କରାଯାଇ ଯାଞ୍ଚ କରାଯିବ। ଏଥିରେ ଆପଣଙ୍କର ପ୍ୟାନ ଆପଣଙ୍କ ଆଧାର ସହ ସଂଯୋଗ ହୋଇଛି କି ନା ତାହା ଦେଖାଯିବ। ଏ ନେଇ ମେ’ ୭ ତାରିଖରେ ଡାକଘର ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି।

ଏହି ଅନୁଯାୟୀ, ପାନ୍‌ କାର୍ଡ ଯାଞ୍ଚ ସମ୍ବନ୍ଧିତ ପ୍ରୋଟେନ୍‌ ସିଷ୍ଟମକୁ ମେ’ ପହିଲାଠାରୁ ସଂଶୋଧନ କରାଯାଇଛି। ଆୟକର ବିଭାଗ ପକ୍ଷରୁ ମେଳ କରାଯିବା ସମୟରେ ଯଦି ଆପଣଙ୍କର ପାନ୍‌ରେ ଥିବା ନାମ ଓ ଜନ୍ମ ତାରିଖ ଠିକ୍‌ ଭାବରେ ଦେଇ ନ ଥିବେ ତେବେ ଆପଣମାନେ ଡାକଘର ଯୋଜନାରେ ନିବେଶ କରିପାରିବେନାହିଁ। ପାନ ଭେରିଫିକେସନ ସିଷ୍ଟମ ପ୍ରୋଟେନ୍‌ ଇ-ଗଭ୍‌ ଟେକ୍ନୋଲୋଜିଜ (ପୂର୍ବରୁ ଏନଏସଡିଏଲ) ସିଷ୍ଟମ ସହ ସଂଯୋଗ ହୋଇଛି, ସେଥିରେ ଏବେ ସଂଶୋଧନ କରାଯାଇଛି। ସ୍ବଳ୍ପ ସଞ୍ଚୟ ଯୋଜନାରେ ନିବେଶ ପାଇଁ ଆଧାର ଓ ପାନ ବାଧ୍ୟତାମୂଳକ ହୋଇଥାଏ। ପିପିଏଫ୍‌, ଏନ୍‌ଏସ୍‌ସି ଓ ଅନ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନାରେ ନିବେଶ ପାଇଁ ପାନ୍‌ ଏବଂ ଆଧାର ବାଧ୍ୟତାମୂଳକ। ଏହି ଦୁଇ ଡକ୍ୟୁମେଣ୍ଟ ପରସ୍ପର ସହ ଲିଙ୍କ୍‌ ହୋଇଥିବା ଆବଶ୍ୟକ। ଯଦି ଲିଙ୍କ ହୋଇନଥିବ ତେବେ ଆପଣ ଏହି ସ୍କିମରେ ନିବେଶ କରିପାରିବେନାହିଁ।