ବିନା ବିଦ୍ୟୁତ୍, ଯନ୍ତ୍ରରେ ହେବେ ଜଳ ସେଚନ
ରାଇକିଆ,୨୪।୬(ପ୍ରଦୀପ ବେହେରା): ଚାଷୀଙ୍କୁ ବିନା ବିଦ୍ୟୁତ୍ ଏବଂ ଯନ୍ତ୍ରରେ ଜଳ ସେଚନର ସୁବିଧା ମିଳିବ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକ ଗୁମାମହା ପଞ୍ଚାୟତର ବାନ୍ଦା ଗ୍ରାମରେ ମାଧ୍ୟମ ଫାଉଣ୍ଡେଶନ ସହଯୋଗରେ ଜଳସେଚନ ପାଇଁ ଅଭିନବ ବ୍ୟବସ୍ଥା କରାଯାଇଛି। ୧୮୦୦ ମିଟର ଦୂରରୁ ପାଇପ୍ ଯୋଗେ ଝରଣାରୁ ପାଣି ଆଣି ଗାଁରେ ପହଞ୍ଚାଯାଇଛି। ଏହି ପାଣିକୁ ବିଭିନ୍ନ ଜମିକୁ ସେଚନର ବ୍ୟବସ୍ଥା କରାଯାଉଛି । ଯେଉଁଠି ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥl ନାହିଁ ସେହି ସ୍ଥାନରେ […] The post ବିନା ବିଦ୍ୟୁତ୍, ଯନ୍ତ୍ରରେ ହେବେ ଜଳ ସେଚନ appeared first on Dharitri Odia News.
ରାଇକିଆ,୨୪।୬(ପ୍ରଦୀପ ବେହେରା): ଚାଷୀଙ୍କୁ ବିନା ବିଦ୍ୟୁତ୍ ଏବଂ ଯନ୍ତ୍ରରେ ଜଳ ସେଚନର ସୁବିଧା ମିଳିବ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକ ଗୁମାମହା ପଞ୍ଚାୟତର ବାନ୍ଦା ଗ୍ରାମରେ ମାଧ୍ୟମ ଫାଉଣ୍ଡେଶନ ସହଯୋଗରେ ଜଳସେଚନ ପାଇଁ ଅଭିନବ ବ୍ୟବସ୍ଥା କରାଯାଇଛି।
୧୮୦୦ ମିଟର ଦୂରରୁ ପାଇପ୍ ଯୋଗେ ଝରଣାରୁ ପାଣି ଆଣି ଗାଁରେ ପହଞ୍ଚାଯାଇଛି। ଏହି ପାଣିକୁ ବିଭିନ୍ନ ଜମିକୁ ସେଚନର ବ୍ୟବସ୍ଥା କରାଯାଉଛି । ଯେଉଁଠି ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥl ନାହିଁ ସେହି ସ୍ଥାନରେ ବିକଳ୍ପ ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହାର ଉଦ୍ଘାଟନ କାର୍ଯ୍ୟକ୍ରମରେ ରାଇକିଆ ବିଡ଼ିଓ ସୀମାଞ୍ଚଳ ମଣ୍ଡଳ, ଏବଂ ଗୁମାମାହା ସରପଞ୍ଚ ପ୍ରମିଳା ପ୍ରଧାନ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି କ୍ଷୁଦ୍ର ପ୍ରକଳ୍ପ ମାଧ୍ୟମରେ ଗ୍ରାମର ୩୦ରୁ ଊଦ୍ଧର୍ବ ଜମିକୁ ଜଳ ସେଚନ ହୋଇପାରିବ। କାର୍ଯ୍ୟକ୍ରମକୁ ଫାଉଣ୍ଡେଶନର ସଞ୍ଜୀବ କୁମାର ଖଣ୍ଡଗିରି, ସୌଭାଗ୍ୟ ମିଶ୍ର, ସତ୍ୟଜିତ ରାୟ, ଅଶୋକ ବେହେରା ପରିଚାଳନା କରିଥିଲେ।
The post ବିନା ବିଦ୍ୟୁତ୍, ଯନ୍ତ୍ରରେ ହେବେ ଜଳ ସେଚନ appeared first on Dharitri Odia News.