ଲୁଣରେ ତିଆରି ହୋଟେଲ
ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନା। କହିବାକୁ ଗଲେ ଖାଦ୍ୟର ଏକ ମୁଖ୍ୟ ଉପାଦାନ ହେଉଛି ଲୁଣ। ତେବେ ଏହି ଲୁଣକୁ ଖାଦ୍ୟ ବ୍ୟତିତ ଆଉ କେଉଁଥିରେ କ’ଣ ବ୍ୟବହାର କରାଯାଏ?ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ହୋଟେଲ ଅଛି, ଯାହା ସମ୍ପୂର୍ଣ୍ଣଭାବେ ଲୁଣରେ ତିଆରି। ଦକ୍ଷିଣ ଆମେରିକାର ଆଣ୍ଡିଜ ପର୍ବତମାଳାରେ ଏହି ହୋଟେଲ ଅଛି। ଉକ୍ତ ହୋଟେଲର ଆସବାବପତ୍ର, କାନ୍ଥ, ଚଟାଣ, ସଜାଯାଇଥିବା ମୂର୍ତ୍ତି ସବୁକିଛି ଲୁଣରେ ତିଆରି। ଖାଦ୍ୟ ବି ଏଠାରେ ଲୁଣର ମିଳେ। […] The post ଲୁଣରେ ତିଆରି ହୋଟେଲ appeared first on Dharitri Odia News.
ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନା। କହିବାକୁ ଗଲେ ଖାଦ୍ୟର ଏକ ମୁଖ୍ୟ ଉପାଦାନ ହେଉଛି ଲୁଣ। ତେବେ ଏହି ଲୁଣକୁ ଖାଦ୍ୟ ବ୍ୟତିତ ଆଉ କେଉଁଥିରେ କ’ଣ ବ୍ୟବହାର କରାଯାଏ?ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ହୋଟେଲ ଅଛି, ଯାହା ସମ୍ପୂର୍ଣ୍ଣଭାବେ ଲୁଣରେ ତିଆରି। ଦକ୍ଷିଣ ଆମେରିକାର ଆଣ୍ଡିଜ ପର୍ବତମାଳାରେ ଏହି ହୋଟେଲ ଅଛି। ଉକ୍ତ ହୋଟେଲର ଆସବାବପତ୍ର, କାନ୍ଥ, ଚଟାଣ, ସଜାଯାଇଥିବା ମୂର୍ତ୍ତି ସବୁକିଛି ଲୁଣରେ ତିଆରି। ଖାଦ୍ୟ ବି ଏଠାରେ ଲୁଣର ମିଳେ। ବଲିଭିଆର ଐତିହାସିକ ହ୍ରଦ ସଲାର ଡି ଉଇୟୁନୀ ତଟରେ ଥିବା ଏହି ହୋଟେଲର ନାମ ହେଉଛି ‘ହୋଟେଲ ପାଲାସିୟୋ ଡି ସାଲ’, ଯାହାର ଅର୍ଥ ହେଉଛି ଲୁଣର ମହଲ। ଏହି ତଟରେ ୪୦୦୦ ବର୍ଗ ମାଇଲର ଲୁଣର ମରୁଭୂମି ଅଛି। ଲୁଣ ମରୁଭୂମିରେ ଥିବା ଉକ୍ତ ହୋଟେଲକୁ ଆସୁଥିବା ଲୋକେ ଏକ ନିଆରା ଅନୁଭୂତି ସାଉଁଟନ୍ତି। କେହି କେହି ତ ଏହାର କାନ୍ଥ, ଆସବାବପତ୍ର ଚାଟି ଚେକ୍ କରନ୍ତି ସତରେ ଏହା ଲୁଣରେ ତିଆରି କି ନାହିଁ। ଉକ୍ତ ହୋଟେଲକୁ ତିଆରି କରିବା ଲାଗି ୨ ବର୍ଷ ସମୟ ଲାଗିଥିଲା।
The post ଲୁଣରେ ତିଆରି ହୋଟେଲ appeared first on Dharitri Odia News.