ବିନା ସର୍ତ୍ତରେ ମୋଦୀଙ୍କୁ ସମର୍ଥନ କରିବେ ନୀତୀଶ

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ବିଜେପି ଏହାର ୨ ମେଣ୍ଟ ସହଯୋଗୀ ଜେଡିୟୁ ଏବଂ ଟିଡିପି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଯଦି ଜେଡିୟୁ ମୁଖ୍ୟ ନୀତୀଶ କୁମାର କିମ୍ବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ କେହି ବି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନିଅନ୍ତି ତେବେ ବିଜେପିର ଖେଳ ବିଗିଡ଼ିଯିବ। ଜେଡିୟୁ ବିହାରରେ ୧୨ ଆସନରେ ଜିତିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଟିଡିପି ୧୬ ଲୋକସଭା ଆସନରେ ଜିତିଛି। ତେଣୁ ଉଭୟ […]

ବିନା ସର୍ତ୍ତରେ ମୋଦୀଙ୍କୁ ସମର୍ଥନ କରିବେ ନୀତୀଶ

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିନଥିବାରୁ ବିଜେପି ଏହାର ୨ ମେଣ୍ଟ ସହଯୋଗୀ ଜେଡିୟୁ ଏବଂ ଟିଡିପି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ଯଦି ଜେଡିୟୁ ମୁଖ୍ୟ ନୀତୀଶ କୁମାର କିମ୍ବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ କେହି ବି ଏନଡିଏରୁ ସମର୍ଥନ ପ୍ରତ୍ୟାହାର କରିନିଅନ୍ତି ତେବେ ବିଜେପିର ଖେଳ ବିଗିଡ଼ିଯିବ। ଜେଡିୟୁ ବିହାରରେ ୧୨ ଆସନରେ ଜିତିଥିବା ବେଳେ ଆନ୍ଧ୍ରପ୍ରଦେଶରେ ଟିଡିପି ୧୬ ଲୋକସଭା ଆସନରେ ଜିତିଛି। ତେଣୁ ଉଭୟ ନୀତୀଶ ଏବଂ ନାଇଡ଼ୁଙ୍କୁ କିଙ୍ଗମେକର କୁହାଯାଉଛି। ତେବେ କୁହାଯାଉଛି ଯେ ନୀତୀଶ ଏବଂ ନାଇଡ଼ୁ ଏବେ ଏନଡିଏକୁ ସମର୍ଥନ କରିବାପାଇଁ ଅନେକ କିଛି ଦାବି କରିଛନ୍ତି। ଜେଡିୟୁ ନୂଆ ମନ୍ତ୍ରିମଣ୍ଡଳରେ ୪ଟି କ୍ୟା ବିନେଟ୍ ପାହ୍ୟା ଚାହିବା ସହ ଅଗ୍ନିବୀର ଯୋଜନାର ପୁନଃସମୀକ୍ଷା କରାଯାଉ ବୋଲି କହିଥିଲା। କିନ୍ତୁ ନୀତୀଶ କୁମାର ଆଜି ବିଜେପି ନେତୃତ୍ବାଧୀନ ଏନଡିଏ ସାଂସଦମାନଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କୁ ନିଃସର୍ତ୍ତ ସମର୍ଥନ କରୁଛନ୍ତି। ନୀତୀଶ କହିଛନ୍ତି, ଆପଣମାନେ ଯେତେଦିନ ଆମକୁ ଚାହିବେ ଆମେ ସେତେଦିନ ପର୍ଯ୍ୟନ୍ତ ଆପଣଙ୍କ ସହ ରହିବୁ। ନୀତୀଶ କହିଛନ୍ତି ଜେଡିୟୁ ଏନଡିଏ ନେତାଙ୍କୁ ସମର୍ଥନ କରୁଛି ଏବଂ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ କରୁଛି।