ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ
ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। ୪୦ ଫୁଟରୁ ଊର୍ଦ୍ଧ୍ୱ ଉକ୍ତ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ଅନେକ ଶ୍ରମିକ ନିୟୋଜିତ ଅଛନ୍ତି। କିନ୍ତୁ ବିନା ସେ ଶ୍ରମିକମାନେ ବହୁ ଉଚ୍ଚରେ କାମ କରୁଥିବା ଦେଖିବାକୁ ମିଳିଛି। ଗରିବ ଶ୍ରେଣୀର ଶ୍ରମିକମାନେ ପେଟ ପାଟଣା ନିମନ୍ତେ ଠିକାଦାରଙ୍କ ପ୍ରରୋଚନାରେ ଉପରକୁ ଚଢ଼ି […] The post ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ appeared first on Dharitri Odia News.
ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି। ୪୦ ଫୁଟରୁ ଊର୍ଦ୍ଧ୍ୱ ଉକ୍ତ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ଅନେକ ଶ୍ରମିକ ନିୟୋଜିତ ଅଛନ୍ତି। କିନ୍ତୁ ବିନା ସେ ଶ୍ରମିକମାନେ ବହୁ ଉଚ୍ଚରେ କାମ କରୁଥିବା ଦେଖିବାକୁ ମିଳିଛି। ଗରିବ ଶ୍ରେଣୀର ଶ୍ରମିକମାନେ ପେଟ ପାଟଣା ନିମନ୍ତେ ଠିକାଦାରଙ୍କ ପ୍ରରୋଚନାରେ ଉପରକୁ ଚଢ଼ି କାମ କରିବାକୁ ବାଧ୍ୟ ହେଉଛନ୍ତି। ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେଉନାହାନ୍ତି କଣ୍ଟ୍ରାକ୍ଟର। ଯାହା ଫଳରେ ଅସୁରକ୍ଷିତ ଭାବେ ଶ୍ରମିକମାନେ କାମ କରୁଛନ୍ତି। କେତେବେଳେ ଯେ ଅଘଟଣ ଘଟିବ କହିହେବନି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଗରିବ ଶ୍ରମିକମାନଙ୍କ ପ୍ରତି ହେଉଥିବା ନିର୍ଯାତନାକୁ ରୋକି ଠିକାଦାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
The post ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ appeared first on Dharitri Odia News.