ବିନେଶଙ୍କୁ ମିଳିଲା ଗୋଲ୍ଡ ମେଡାଲ: କହିଲେ, ସନ୍ନ୍ୟାସ ନିଷ୍ପତ୍ତିରେ ପୂନର୍ବିଚାର କରିପାରେ ଯଦି…
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକରୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଭାରତ ଫେରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗାଟ। ତାଙ୍କୁ ସାରା ଦେଶରେ ବିଭିନ୍ନ ସ୍ଥାନର ସମ୍ମାନିତ କରାଯାଇଛି। ହରିଆଣା ରୋହତକ ଜିଲ୍ଲାର ଖାପ ପଞ୍ଚାୟତ ବିନେଶଙ୍କୁ ଗୋଲ୍ଡ ମେଡାଲ ଦେଇ ସମ୍ମାନ କରିବା ସହିତ ବିନେଶ କେକ୍ କାଟି ତାଙ୍କ ୩୦ ତମ ଜନ୍ମଦିନ ପାଳନ କରିଛନ୍ତି। ରୋହତକର ବୋହର ଗାଁର ନାନ୍ଦଲ ଭବନରେ ଏହି ସମାରୋହର ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ଖାପ୍ର ପ୍ରତିନିଧୀମାନେ ପହଞ୍ଚିଥିଲେ। ଜାମ୍ମୁ କାଶ୍ମୀରରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣା ପର୍ଯ୍ୟନ୍ତ ବିଭିନ୍ନ ଖାପ୍ର ପ୍ରତିନିଧୀମାନେ ସଭାରେ ସମ୍ବୋଧିତ କରିଛନ୍ତି। ସମାରୋହରେ ଯୋଗ ଦେଇଥିବା ଅଧିକାଂଶ ଖାପ ପ୍ରତିନିଧୀ କହିଥିଲେ ଯେ ବିନେଶ ଫୋଗାଟ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସରେ ଏକ ଷଡଯନ୍ତ୍ର କରି ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ଏଭଳି କହି ଖାପ୍ ପ୍ରତିନିଧୀମାନେ ପରୋକ୍ଷରେ ଭାରତ ସରକାର ଏବଂ ବ୍ରିଜ ଭୂଷଣ ଶରଣ ସିଂଙ୍କ ଆଡକୁ ଆଙ୍ଗୁଳି ଉଠାଇଥିଲେ।ସଭାରେ ସମ୍ବୋଧନ କରି ବିନେଶ ଫୋଗାଟ୍ କହିଛନ୍ତି ଯେ ତାଙ୍କ ସମାଜ ଆଜି(ଅଗଷ୍ଟ ୨୫) ତାଙ୍କୁ ଦେଇଥିବା ସମ୍ମାନ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକଠାରୁ ବହୁତ ଅଧିକ। ମୋତେ ଦିଆଯାଇଥିବା ସମ୍ମାନ କଦାପି ହ୍ରାସ କରିବାକୁ ଦେବି ନାହିଁ। ଏବଂ ମୋ ସମାଜର ସମ୍ମାନକୁ
ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକରୁ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇ ଭାରତ ଫେରିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗାଟ। ତାଙ୍କୁ ସାରା ଦେଶରେ ବିଭିନ୍ନ ସ୍ଥାନର ସମ୍ମାନିତ କରାଯାଇଛି। ହରିଆଣା ରୋହତକ ଜିଲ୍ଲାର ଖାପ ପଞ୍ଚାୟତ ବିନେଶଙ୍କୁ ଗୋଲ୍ଡ ମେଡାଲ ଦେଇ ସମ୍ମାନ କରିବା ସହିତ ବିନେଶ କେକ୍ କାଟି ତାଙ୍କ ୩୦ ତମ ଜନ୍ମଦିନ ପାଳନ କରିଛନ୍ତି। ରୋହତକର ବୋହର ଗାଁର ନାନ୍ଦଲ ଭବନରେ ଏହି ସମାରୋହର ଆୟୋଜନ କରାଯାଇଥିଲା। ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟରୁ ଖାପ୍ର ପ୍ରତିନିଧୀମାନେ ପହଞ୍ଚିଥିଲେ। ଜାମ୍ମୁ କାଶ୍ମୀରରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ, ପଞ୍ଜାବ ଏବଂ ହରିୟାଣା ପର୍ଯ୍ୟନ୍ତ ବିଭିନ୍ନ ଖାପ୍ର ପ୍ରତିନିଧୀମାନେ ସଭାରେ ସମ୍ବୋଧିତ କରିଛନ୍ତି।
ସମାରୋହରେ ଯୋଗ ଦେଇଥିବା ଅଧିକାଂଶ ଖାପ ପ୍ରତିନିଧୀ କହିଥିଲେ ଯେ ବିନେଶ ଫୋଗାଟ ସ୍ୱର୍ଣ୍ଣ ପଦକ ପାଇବାକୁ ଯୋଗ୍ୟ। କିନ୍ତୁ ପ୍ୟାରିସ ଅଲିମ୍ପିକ୍ସରେ ଏକ ଷଡଯନ୍ତ୍ର କରି ତାଙ୍କୁ ଅଯୋଗ୍ୟ କରାଯାଇଥିଲା। ଏଭଳି କହି ଖାପ୍ ପ୍ରତିନିଧୀମାନେ ପରୋକ୍ଷରେ ଭାରତ ସରକାର ଏବଂ ବ୍ରିଜ ଭୂଷଣ ଶରଣ ସିଂଙ୍କ ଆଡକୁ ଆଙ୍ଗୁଳି ଉଠାଇଥିଲେ।

ସଭାରେ ସମ୍ବୋଧନ କରି ବିନେଶ ଫୋଗାଟ୍ କହିଛନ୍ତି ଯେ ତାଙ୍କ ସମାଜ ଆଜି(ଅଗଷ୍ଟ ୨୫) ତାଙ୍କୁ ଦେଇଥିବା ସମ୍ମାନ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକଠାରୁ ବହୁତ ଅଧିକ। ମୋତେ ଦିଆଯାଇଥିବା ସମ୍ମାନ କଦାପି ହ୍ରାସ କରିବାକୁ ଦେବି ନାହିଁ। ଏବଂ ମୋ ସମାଜର ସମ୍ମାନକୁ ସର୍ବଦା ଉପରେ ରଖିବି। ସେ ଆହୁରି କହିଛନ୍ତି ଯେ ଏହି ଲଢ଼େଇ ଶେଷ ହୋଇନାହିଁ। ଏହା ଆରମ୍ଭ ମାତ୍ର। ତେବେ ଖେଳୁଥିବା ଝିଅମାନଙ୍କୁ ସାହସ ଦେଇ ବିନେଶ କହିଛନ୍ତି ଯେ ସେ ଏ କ୍ଷେତ୍ରରେ ନ ଡରି ଖେଳନ୍ତୁ ଓ ନିଜ କ୍ୟାରିୟର ଗଢ଼ନ୍ତୁ। ମୁଁ ସେମାନଙ୍କର ବିଜୟରେ ସାମିଲ ହେବି ଓ ପରାଜୟରେ ସାହସ ଦେବି ବୋଲି ବିନେଶ କହିଛନ୍ତି। ଏହି ଅବସରରେ ବିନେଶ ତାଙ୍କ ବାପାଙ୍କୁ ମନେ ପକାଇଥିଲେ। ବାପା ଥିଲେ ସେ ବହୁତ ଖୁସି ହୋଇଥାନ୍ତେ ବୋଲି କହିଥିଲେ।
ଅନ୍ୟପଟେ କୁସ୍ତିରେ ସନ୍ୟାସ ନେବା ନେଇ ମଧ୍ୟ ବିନେଶ ପ୍ରତିକ୍ରିୟା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଅମର ଉଜାଲାକୁ ସାକ୍ଷାତ୍କାର ଦେଇ ବିନେଶ କହିଛନ୍ତି ଯେ କମନୱେଲ୍ଥରେ ଆଗାମୀ ପିଢ଼ି ଖେଳିବେ। ମୁଁ ଆଉ ଖେଳିବି ନାହିଁ। ତେବେ ମୋର ଟାର୍ଗେଟ୍ ଥିଲା ଅଲିମ୍ପିକ। ମୋର ସ୍ୱପ୍ନ ଥିଲା। ଯଦି ମୋର ସେହି ସ୍ୱପ୍ନ ପୁଣିଥରେ ଜାଗ୍ରତ ହେଲା ତେବେ ମୁଁ ନିଶ୍ଚିତ ଚିନ୍ତା କରିବି। ହେଲେ ଏବେ ମୁଁ କୌଣସ ନିଷ୍ପତ୍ତି ନେବାର ସ୍ଥିତିରେ ନାହିଁ। ଆଗାମୀ ପିଢ଼ି ନ ଡରି ଆଗେଇ ଆସନ୍ତୁ। ସେମାନେ ଭଲ ଖେଳନ୍ତୁ ବୋଲି ବିନେଶ କହିଛନ୍ତି।