ବିପଦପୂର୍ଣ୍ଣ ଭାବେ ଗାଡ଼ିରେ ପିଲାଙ୍କୁ ନିଆଯାଉଛି
ପଟ୍ଟାମୁଣ୍ଡାଇ,୩୧।୭ (କଳ୍ପତରୁ ନାୟକ): ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେ କିଭଳି ପରିବହନ କରାଯିବ ଓ କେଉଁ ଭଳି ଗାଡ଼ିରେ ସେମାନଙ୍କୁ ନିଆଯିବ, ପିଲା ଯିବାବେଳେ ଗାଡ଼ିରେ କେଉଁମାନେ ରହିବେ, ଏହାକୁ ନଜରରେ ରଖି ସରକାର ବିଦ୍ୟାଳୟର ପିଲାଙ୍କ ପାଇଁ ପରିବହନ ନିୟମ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହା ଲାଗୁ ହୋଇପାରିଲାନାହିଁ। ଏଠାରେ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପରିବହନ ଉପରେ ନିଘା ନ ଥିବାବେଳେ କୁନିକୁନି ପିଲାଙ୍କୁ ଅଟୋ, […] The post ବିପଦପୂର୍ଣ୍ଣ ଭାବେ ଗାଡ଼ିରେ ପିଲାଙ୍କୁ ନିଆଯାଉଛି appeared first on Dharitri Odia News.
ପଟ୍ଟାମୁଣ୍ଡାଇ,୩୧।୭ (କଳ୍ପତରୁ ନାୟକ): ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ସୁରକ୍ଷା ବ୍ୟବସ୍ଥା ଭିତରେ କିଭଳି ପରିବହନ କରାଯିବ ଓ କେଉଁ ଭଳି ଗାଡ଼ିରେ ସେମାନଙ୍କୁ ନିଆଯିବ, ପିଲା ଯିବାବେଳେ ଗାଡ଼ିରେ କେଉଁମାନେ ରହିବେ, ଏହାକୁ ନଜରରେ ରଖି ସରକାର ବିଦ୍ୟାଳୟର ପିଲାଙ୍କ ପାଇଁ ପରିବହନ ନିୟମ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହା ଲାଗୁ ହୋଇପାରିଲାନାହିଁ। ଏଠାରେ ଥିବା ଘରୋଇ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପରିବହନ ଉପରେ ନିଘା ନ ଥିବାବେଳେ କୁନିକୁନି ପିଲାଙ୍କୁ ଅଟୋ, ଭ୍ୟାନ୍ରେ ଖୁନ୍ଦାଖୁନ୍ଦି କରି ବିପଜ୍ଜନକ ଅବସ୍ଥାରେ ସ୍କୁଲକୁ ନେବା ଆଣିବା କରାଯାଉଛି। ଫଳରେ ପିଲା ଅଣନିଃଶ୍ୱାସୀ ହେବା ଭଳି ସ୍ଥିତି ଉପୁଜୁଥିଲେ ମଧ୍ୟ ଏଥିପ୍ରତି କାହାର ନିଘା ନ ଥିବାବେଳେ ଯାଞ୍ଚ କରିବାକୁ କେହିନାହାନ୍ତି। ବିଶେଷକରି ପିଲାଙ୍କୁ ସ୍କୁଲ ନେବା ଆଣିବା ବେଳେ ଗାଡ଼ିର ମାଲିକମାନେ ଚରମ ବିଶୃଙ୍ଖଳା କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ସ୍କୁଲ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଘରୋଇ ବିଦ୍ୟାଳୟରେ ଚାଲୁଥିବା ସମସ୍ତ ସ୍କୁଲ ବସ୍ଗୁଡ଼ିକର ରଙ୍ଗ ହଳଦିଆ ହେବା ସହ ଅଗ୍ନି ନିରାପତ୍ତା ଯାଞ୍ଚ ହେବା ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ଖିଲାପ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ କମିଶନର ଅମିତାଭ ଠାକୁର ୨୧ ତାରିଖରେ ସବୁ ଆରଟିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୬ ଗାଇଡଲାଇନରେ ସ୍କୁଲ ବସ୍ ବ୍ୟତୀତ ଅନ୍ୟ କୌଣସି ଅଟୋ କିମ୍ବା ଗାଡିରେ ୧୩ ସିଟ୍ରୁ କମ୍ ଥିଲେ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରିବାକୁ ବାରଣ କରାଯାଇଛି। ସ୍କୁଲ ବସ୍ ବ୍ୟତୀତ ଅନ୍ୟ କୌଣସି ଗାଡ଼ିରେ ପିଲାଙ୍କୁ ପରିବହନ କରାଗଲେ ଗାଡ଼ିକୁ ଜବତ କରାଯିବା ସହିତ ନିୟମ ମୁତାବକ ସ୍କୁଲ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ନେଇ ସରକାର ଏକାଧିକ ଥର ସ୍କୁଲଗୁଡ଼ିକୁ ନିୟମ ପଠାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରିନାହିଁ। ଅଭିଭାବକ ମହାସଂଘ ସମ୍ପାଦକ ନରେନ୍ଦ୍ର ଧଳ କହିଛନ୍ତି, ସରକାରଙ୍କ ବାରମ୍ବାର ଚେତାବନୀ ପରେ ମଧ୍ୟ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଥିବା ସ୍କୁଲଗୁଡିକ ନିୟମ ମାନୁନାହାନ୍ତି। କେତେକ ସ୍କୁଲରେ ପରିବହନ ପାଇଁ କୌଣସି ସୁବିଧା ନ ଥିବାବେଳେ ଛୋଟ ଭ୍ୟାନ୍, ଅଟୋରେ ଛାତ୍ରୀଛାତ୍ରଙ୍କୁ ପରିବହନ କରାଯାଉଛି। ଛାତ୍ରୀଛାତ୍ରଙ୍କୁ ଖୁନ୍ଦିଖାନ୍ଦି ନିଆଯାଉଛି। ଅଟୋରେ ୫ ଜଣ ଓ ଟାଟା ଏସିରେ ୮ ଜଣ ବସିବା ନିୟମ ଥିବାବେଳେ ଗାଡ଼ି ଚାଳକ ୧୦ ରୁ ୧୫ ଓ ୧୮ରୁ୨୦ ଭଳି ପିଲାଙ୍କୁ ବୁହାଉଛନ୍ତି। ଖାଲି ସେତିକି ନୁହେଁ ବେଗ ୫୦ରୁ ୮୦ କିମି ଟପି ଯାଉଛି। ହେଲେ ଏସବୁର ତଦାରଖ କରିବାକୁ କେହି ନାହିଁ। ପରିବହନ ବିଭାଗ ପକ୍ଷରୁ ମଧ୍ୟ ରୀତିମତ ଯାଞ୍ଚ କରାଯାଉନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଶିକ୍ଷାବିତ୍ ପ୍ରେମାନନ୍ଦ ପଣ୍ଡା କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନର ସ୍କୁଲରେ ଏପରି ଅନିୟମିତାକୁ ନେଇ ଗତ ୨୧ ତାରିଖରେ ରାଜ୍ୟ ପରିବହନ ବିଭାଗ ପୁଣି ଥରେ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକୁ ସତର୍କ କରାଇଛି। ସ୍କୁଲ ଛାତ୍ରୀଛାତ୍ରଙ୍କୁ ପରିବହନ ବିଭାଗ କରିଥିବା ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଚେତାଇଛି। ଏହା ସତ୍ତ୍ୱେ ପରିସ୍ଥିତିରେ ବିଶେଷ ଫରକ୍ ପଡ଼ିନାହିଁ। ଏ ସଂକ୍ରାନ୍ତରେ କେନ୍ଦ୍ରାପଡ଼ା ଆରଟିଓ ଧୀରେନ୍ଦ୍ର କୁମାର ନାୟକଙ୍କୁ ପଚାରିବାରେ ସରକାରୀ ହେଉ କି ବେସରକାରୀ ସ୍କୁଲରେ ଯାଞ୍ଚ କରାଯିବା ସହିତ ଚେତାବନୀ ଦିଆଯାଉଛି। ଯେଉଁ ଗାଡି ମାଲିକମାନେ ମାନୁନାହାନ୍ତି କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ସେ କହିଛନ୍ତି।
The post ବିପଦପୂର୍ଣ୍ଣ ଭାବେ ଗାଡ଼ିରେ ପିଲାଙ୍କୁ ନିଆଯାଉଛି appeared first on Dharitri Odia News.