ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା ଖଳନାୟକ କାହ୍ନା ସ୍ବାଇଁ ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝାଲାଇ ଝୁଲାଇ ନେଉଛନ୍ତି । ରଙ୍ଗମଞ୍ଚରେ ଅଭିନୟ କଲା ବେଳେ ସେ ଏପରି ଅପରାଧ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ ହେବା ପରେ କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ […] The post ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ appeared first on Dharitri Odia News.

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ
ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା ଖଳନାୟକ କାହ୍ନା ସ୍ବାଇଁ ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝାଲାଇ ଝୁଲାଇ ନେଉଛନ୍ତି । ରଙ୍ଗମଞ୍ଚରେ ଅଭିନୟ କଲା ବେଳେ ସେ ଏପରି ଅପରାଧ କରିଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଭାଇରାଲ ହେବା ପରେ କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି।
ଯାତ୍ରା ସିଂହବାହିନୀର ଷ୍ଟାର ଆକ୍ଟର ହେଉଛନ୍ତି କାହ୍ନା ସ୍ବାଇଁ। ସେ ଅନେକ ନାଟକରେ ଖଳ ଚରିତ୍ରରେ ନଜର ଆସିଥାନ୍ତି। ତେବେ ‘ବଡ଼ ବେଦରଦୀ କଳା ସାଆନ୍ତ’ ନାଟକରେ ସେ ମହାପ୍ରଭୁଙ୍କ ପ୍ରତିମାକୁ ଅପମାନିତ କରିଛନ୍ତି।
 ସେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାରେ ଲାଗିଥିବା ଫୁଲ ମାଳକୁ ଫିଙ୍ଗି ଦେଉଛନ୍ତି, ମହାପ୍ରଭୁଙ୍କୁ ଲୁଗାରେ ବାନ୍ଧି ପିଠିରେ ପକାଇ ଖେଳଣା ପରି ନେଉଛନ୍ତି। ମହାପ୍ରଭୁଙ୍କ ପ୍ରତିମାକୁ ହାତରେ ଝାଲାଇ ଝୁଲାଇ ନେଉଥିବା ଦେଖିବାକୁ ମିଳିଛି।
କେବଳ ଏତିକି ନୁହେଁ, ‘ବଡ଼ ବେଦରଦୀ କଳା ସାଆନ୍ତ’ରେ ଏକ ସଂଳାପରେ କାହ୍ନା କହୁଛନ୍ତି, … ମୁଁ ଜଗାକୁ ବୁଲାଇବାକୁ ନେଇଥିଲି।… ମୋ ଜଗା ଦିନ ରାତି ୨୪ ଘଣ୍ଟା ଗୋଟିଏ ମନ୍ଦିର ଭିତରେ ରହୁଛି। ତାକୁ କ’ଣ ଅଣ ନିଃଶ୍ୱାସୀ ଲାଗୁନଥିବ? ତାକୁ କ’ଣ ଟିକେ ବୋରିଂ ଲାଗୁନଥିବ? …. ଯଦି ଜଗାର ଜୀବନ ନାହିଁ, ତାହାହେଲେ ସକାଳେ ସା ବେଳେ ତାଙ୍କୁ କାହିଁକି ମୁଣ୍ଡିଆ ମାରୁଛନ୍ତି? ତା’ ପାଖକୁ କାହିଁକି ଗୁହାରି କରିବାକୁ ଆସୁଛନ୍ତି? ଜଗନ୍ନାଥଙ୍କୁ ନେଇ ପ୍ରଶ୍ନ କରାଯାଏନି। ମୋ’ ଜଗାର ଜୀବନ ଅଛି। ଆମେ ଖାଉଛୁ, ସିଏ ବି ଖାଉଛି। ଅଳପ ନୁହେଁ, ସାଠିଏ ପଉଠି ଛପନ ଭୋଗ ଖାଉଛି……। ଏମିତି କେତେ କ’ଣ କାହ୍ନା ସଂଳାପରେ କହୁଥିବା ଦେଖିବାକୁ ମିଳୁଛି।
ଏ ସବୁ ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ନେଇ କଟକ ବାଦାମବାଡ଼ି ଥାନାରେ କାହ୍ନାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

The post ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ appeared first on Dharitri Odia News.