ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଯୁବକ ଗିରଫ
ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ବାରକୋଟ ଥାନା ଠାକୁରପାଲି ଗ୍ରାମର ସମୀର ମହାକୁଳ(୧୯)ଙ୍କୁ ଦେବଗଡ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଠାକୁରପାଲି ଗ୍ରାମର ସମୀର ମହାକୁଳ(୧୯) ନାମକ ଜଣେ ଯୁବକ ଗତ ମାର୍ଚ୍ଚ ମାସରେ ଦେବଗଡ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର […] The post ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଯୁବକ ଗିରଫ appeared first on Dharitri Odia News.
ଦେବଗଡ,୬।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ବାରକୋଟ ଥାନା ଠାକୁରପାଲି ଗ୍ରାମର ସମୀର ମହାକୁଳ(୧୯)ଙ୍କୁ ଦେବଗଡ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ମାତ୍ର ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଠାକୁରପାଲି ଗ୍ରାମର ସମୀର ମହାକୁଳ(୧୯) ନାମକ ଜଣେ ଯୁବକ ଗତ ମାର୍ଚ୍ଚ ମାସରେ ଦେବଗଡ ଥାନା ଅନ୍ତର୍ଗତ ଏକ ନିର୍ଦ୍ଦିଷ୍ଟ ଗ୍ରାମର ଜଣେ ଯୁବତୀ (୨୦)ସହ ବନ୍ଧୁତା ସ୍ଥାପନ କରିବା ପରେ ପ୍ରେମ ନିବେଦନ କରିଥିଲା । ଏଥିସହ ଗତ ଏପ୍ରିଲ ମାସରରେ ଘରର ପରିବାର ଲୋକେ ଅନୁପସ୍ଥିତ ଥିବା ସମୟରେ ଯୁବତୀଙ୍କ ଘରେ ପଶି ଯୁବତୀଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିଲା। ଯୁବତୀ ଜଣକ ଭୟଭୀତ ହୋଇ କାନ୍ଦାବାରୁ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ବଳାତ୍କାର କରି ଆସୁଥିଲା। ଏହି କ୍ରମରେ ଗତ ୨୮ ତାରିଖ ଦିନ ଉକ୍ତ ଯୁବତୀଙ୍କୁ ବଳାତ୍କାର କରୁଥିବାବେଳେ ତାଙ୍କ ମା’ ଓ ଗ୍ରାମବାସୀ ମାନେ ସମୀରକୁ କାବୁ କରବା ସହ ଉଭ୍ୟଙ୍କ ମଧ୍ୟରେ ବିବାହ କରାଇବା ପାଇଁ ସମୀରର ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ମାତ୍ର ଏଥିରେ ସମୀରର ପରିବାର ଲୋକେ ରାଜି ନ ହେବାରୁ ପୀଡିତା ଯୁବତୀ ଜଣକଗତ ୩ ତାରିଖ ରାତ୍ରୀରେ ଦେବଗଡ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଦେବଗଡ ଥାନା ପୋଲିସ ଅଭିଯୁକ୍ତ ସମୀର ବିରୋଧରେ ଏକ ବଳାତ୍କାର ମାମଲା ଋଜୁ କରିବାସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସେହିପରି ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ ଟିମର ସହାୟତା ଲୋଡିଥିଲା। ଅଭିଯୁକ୍ତ ସମୀରକୁ ଗିରଫ କରି କୋର୍ଟଚାଲାଣ କରିଥିଲା ।
The post ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ବଳାତ୍କାର ଘଟଣା: ଅଭିଯୁକ୍ତ ଯୁବକ ଗିରଫ appeared first on Dharitri Odia News.