ବିବାହ ପ୍ରସ୍ତାବ ଆଣି ଘରେ ବୁଲାଇଲେ କଳାକନା, ଚୋରକୁ ଖୋଜୁଛି ପୋଲିସ୍

ନୂଆଦିଲ୍ଲୀ ୨୫।୦୮: ୟୁପିର ହାଥରସରୁ ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ  ଆସିଛି । ବିବାହ ପ୍ରସ୍ତାବ ନେଇ ଆସିଥିବା ଦୁଇଜଣ  ଚୋର ଜଣଙ୍କ ଘରେ କଳାକନା ବୁଲାଇ ଚାଲିଯାଇଛନ୍ତି ।   ସେମାନେ ଘରେ ଥିବା ବୟସ୍କ ମହିଳା ଓ ତାଙ୍କ ପୁଅକୁ  ଦଉଡ଼ିରେ ବାନ୍ଧି ଘରୁ ଟଙ୍କା, ସୁନା ଗହଣା ଓ ମୋବାଇଲ  ଫୋନ୍‌ ନେଇ ଫେରାର ହୋଇଯାଇଛନ୍ତି । ମାମଲାଟି  ହାଥରସର ସଦର ଥାନା କୋତୱାଲି କ୍ଷେତ୍ରର । ଏଠାରେ  ଦୁଇଜଣ ବଦ୍‌ମାଶ ଚୋରି କରିବା ପୂର୍ବରୁ ଘରର ବୟସ୍କ  ମହିଳାଙ୍କ ସହ ଫୋନ୍‌ରେ ତାଙ୍କ ପୁଅର ବିବାହ ବିଷୟରେ  କଥା ହୋଇଥିଲେ । ଘରକୁ ଆସି ଜଳଖିଆ କରିବା  ପରେ ସେମାନେ ମା’-ପୁଅଙ୍କୁ ଦଉଡ଼ିରେ ବାନ୍ଧି ଘରେ  ବନ୍ଦ କରିଦେଲେ । ତା’ପରେ ଘରୁ ସବୁ ଟଙ୍କା-ସୁନା  ଲୁଟିନେଲେ । ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‌ ସ୍ଥାନୀୟ   ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ତେବେ ସିସିଟିଭି  କ୍ୟାମେରାରେ ଚୋରଙ୍କ ଦୃଶ୍ୟ କଏଦ ହୋଇଥିଲା । ସେହି ଆଧାରରେ ପୁଲିସ ସେମାନଙ୍କୁ ଖୋଜୁଛି ।  

ବିବାହ ପ୍ରସ୍ତାବ ଆଣି ଘରେ ବୁଲାଇଲେ କଳାକନା, ଚୋରକୁ ଖୋଜୁଛି ପୋଲିସ୍

ନୂଆଦିଲ୍ଲୀ ୨୫।୦୮: ୟୁପିର ହାଥରସରୁ ଏକ ଆଶ୍ଚର୍ଯ୍ୟଚକିତ ମାମଲା ସାମ୍ନାକୁ  ଆସିଛି । ବିବାହ ପ୍ରସ୍ତାବ ନେଇ ଆସିଥିବା ଦୁଇଜଣ  ଚୋର ଜଣଙ୍କ ଘରେ କଳାକନା ବୁଲାଇ ଚାଲିଯାଇଛନ୍ତି ।   ସେମାନେ ଘରେ ଥିବା ବୟସ୍କ ମହିଳା ଓ ତାଙ୍କ ପୁଅକୁ  ଦଉଡ଼ିରେ ବାନ୍ଧି ଘରୁ ଟଙ୍କା, ସୁନା ଗହଣା ଓ ମୋବାଇଲ  ଫୋନ୍‌ ନେଇ ଫେରାର ହୋଇଯାଇଛନ୍ତି । ମାମଲାଟି  ହାଥରସର ସଦର ଥାନା କୋତୱାଲି କ୍ଷେତ୍ରର । 

ଏଠାରେ  ଦୁଇଜଣ ବଦ୍‌ମାଶ ଚୋରି କରିବା ପୂର୍ବରୁ ଘରର ବୟସ୍କ  ମହିଳାଙ୍କ ସହ ଫୋନ୍‌ରେ ତାଙ୍କ ପୁଅର ବିବାହ ବିଷୟରେ  କଥା ହୋଇଥିଲେ । ଘରକୁ ଆସି ଜଳଖିଆ କରିବା  ପରେ ସେମାନେ ମା’-ପୁଅଙ୍କୁ ଦଉଡ଼ିରେ ବାନ୍ଧି ଘରେ  ବନ୍ଦ କରିଦେଲେ । ତା’ପରେ ଘରୁ ସବୁ ଟଙ୍କା-ସୁନା  ଲୁଟିନେଲେ । ସ୍ପଷ୍ଟ ଦିବାଲୋକରେ ଏଭଳି ଲୁଟ୍‌ ସ୍ଥାନୀୟ   ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ତେବେ ସିସିଟିଭି  କ୍ୟାମେରାରେ ଚୋରଙ୍କ ଦୃଶ୍ୟ କଏଦ ହୋଇଥିଲା । ସେହି ଆଧାରରେ ପୁଲିସ ସେମାନଙ୍କୁ ଖୋଜୁଛି ।