ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। କାରଣ ସେ ବିବାହ ବାର୍ଷିକୀରେ ମା’ ହୋଇଛନ୍ତି। ଜ୍ୱାଲା ୨୨ ଏପ୍ରିଲ ୨୦୨୧ରେ ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କୁ ବିବାହ କରିଥିଲେ। ଏବେ ୨୨ ଏପ୍ରିଲ ୨୦୨୫ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଜ୍ୱାଲାଙ୍କ ମା’ ହେବାର ଖବର ତାଙ୍କ ସ୍ବାମୀ ବିଷ୍ଣୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। […] The post ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ appeared first on Dharitri Odia News.

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି। କାରଣ ସେ ବିବାହ ବାର୍ଷିକୀରେ ମା’ ହୋଇଛନ୍ତି। ଜ୍ୱାଲା ୨୨ ଏପ୍ରିଲ ୨୦୨୧ରେ ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କୁ ବିବାହ କରିଥିଲେ। ଏବେ ୨୨ ଏପ୍ରିଲ ୨୦୨୫ରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।

ଜ୍ୱାଲାଙ୍କ ମା’ ହେବାର ଖବର ତାଙ୍କ ସ୍ବାମୀ ବିଷ୍ଣୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ପୋଷ୍ଟରେ ଝିଅ ହାତର ଏକ ଫଟୋ ଶେୟାର କରି ଲେଖିଛନ୍ତି, ଆମ ଚତୁର୍ଥ ବିବାହ ବାର୍ଷିକୀରେ ଆମେ ଏହି ଉପହାର ପାଇଲୁ।

ଜ୍ୱାଲା ଗୁଟ୍ଟା ବିଷ୍ଣୁଙ୍କ ଦ୍ୱିତୀୟ ପତ୍ନୀ। ୨୦୧୯ ମସିହାରୁ ପରସ୍ପରକୁ ଡେଟ କରିବା ପରେ, ଦୁହେଁ ୨୦୨୧ ମସିହାରେ ବିବାହ କରିଥିଲେ।
ବ୍ୟାଡମିଣ୍ଟନ କୋର୍ଟରେ ତାଙ୍କର ଚମତ୍କାର ଖେଳ ବ୍ୟତୀତ, ଜ୍ୱାଲା ଗୁଟ୍ଟା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ଥା’ନ୍ତି। ଜ୍ୱାଲାଙ୍କ ନାମ ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ସହ ମଧ୍ୟ ଜଡିତ ଥିଲା।

ବିଷ୍ଣୁ ବିଶାଲ ମଧ୍ୟ ଜ୍ୱାଲାଙ୍କ ଦ୍ୱିତୀୟ ସ୍ବାମୀ ଥିଲେ। ସେ ପ୍ରଥମେ ବ୍ୟାଡମିଣ୍ଟନ ଖେଳାଳି ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ। କିନ୍ତୁ, ୨୦୦୫ ମସିହାରେ ହୋଇଥିବା ସେହି ବିବାହ ୨୦୧୧ ମସିହାରେ ଭାଙ୍ଗିଯାଇଥିଲା।

 

View this post on Instagram

 

A post shared by Vishnu Vishal (@thevishnuvishal)

The post ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ appeared first on Dharitri Odia News.