ବିବାହ ହେଉ ବା ନୋ-ବଲ, ଇଏ ସବୁକାମ ୩ ଥର କରିଥାଆନ୍ତି, ଶୋଏବଙ୍କ ୩ ନୋ-ବଲକୁ ନେଇ ମିମ
ଇସଲାମାବାଦ,୨୩।୨: ବାଂଲାଦେଶ ପ୍ରିମିୟର ଲିଗରେ ପାକିସ୍ତାନୀ ଅଲରାଉଣ୍ଡର ଶୋଏବ ମଲିକ ଗୋଟିଏ ଓଭରରେ ତିନୋଟି ନୋ-ବଲ ବୋଲିଂ କରିଥିଲେ। ଫର୍ଚୁନ ବାରିଶାଲ ପାଇଁ ଖେଳୁଥିବାବେଳେ ସେ ଖୁଲନା ଟାଇଗର୍ସଙ୍କ ବିରୋଧରେ ଏହି ଲଜ୍ଜାଜନକ ବୋଲିଂ କରିଥିଲେ। ସେ ଏହି ଓଭରରେ ମୋଟ ୧୮ ରନ ଦେଇଥିଲେ। ସୋସିଆଲ ମିଡିଆରେ ମଲିକଙ୍କ ଏହି ପ୍ରକାର ବୋଲିଂ ଉପରେ ଏବେ ଅନେକ ପ୍ରତିକ୍ରିୟା ଆସୁଛି। ତାଙ୍କ ଉପରେ ଅନେକ ମିମ ତିଆରି କରାଯାଉଛି। ଗତ ସପ୍ତାହରେ ଶୋଏବ ମଲିକ ତୃତୀୟ […] The post ବିବାହ ହେଉ ବା ନୋ-ବଲ, ଇଏ ସବୁକାମ ୩ ଥର କରିଥାଆନ୍ତି, ଶୋଏବଙ୍କ ୩ ନୋ-ବଲକୁ ନେଇ ମିମ appeared first on Dharitri Odia News.
ଇସଲାମାବାଦ,୨୩।୨: ବାଂଲାଦେଶ ପ୍ରିମିୟର ଲିଗରେ ପାକିସ୍ତାନୀ ଅଲରାଉଣ୍ଡର ଶୋଏବ ମଲିକ ଗୋଟିଏ ଓଭରରେ ତିନୋଟି ନୋ-ବଲ ବୋଲିଂ କରିଥିଲେ। ଫର୍ଚୁନ ବାରିଶାଲ ପାଇଁ ଖେଳୁଥିବାବେଳେ ସେ ଖୁଲନା ଟାଇଗର୍ସଙ୍କ ବିରୋଧରେ ଏହି ଲଜ୍ଜାଜନକ ବୋଲିଂ କରିଥିଲେ। ସେ ଏହି ଓଭରରେ ମୋଟ ୧୮ ରନ ଦେଇଥିଲେ। ସୋସିଆଲ ମିଡିଆରେ ମଲିକଙ୍କ ଏହି ପ୍ରକାର ବୋଲିଂ ଉପରେ ଏବେ ଅନେକ ପ୍ରତିକ୍ରିୟା ଆସୁଛି। ତାଙ୍କ ଉପରେ ଅନେକ ମିମ ତିଆରି କରାଯାଉଛି।
ଗତ ସପ୍ତାହରେ ଶୋଏବ ମଲିକ ତୃତୀୟ ଥର ପାଇଁ ବିବାହ କରିଥିଲେ। ଆୟେଶା ସିଦ୍ଦିକି ଏବଂ ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କ ସହ ବିବାହ ପରେ ସେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ସେ ବିବାହ କରିଥିଲେ। ସେ ବିବାହ ପରଠାରୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି। ଅଦ୍ୟାବଧି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କର ତୃତୀୟ ବିବାହ ବିଷୟରେ ମିମ ତିଆରି କରୁଥିଲେ, ବର୍ତ୍ତମାନ ଶୋଏବ ମଲିକ ସେମାନଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି।
ବାଂଲାଦେଶ ପ୍ରିମିୟର ଲିଗରେ ଏହି ତିନୋଟି ନୋ-ବଲ ହେତୁ ଶୋଏବଙ୍କୁ ବହୁତ ମିମ କରାଯାଉଛି । କିଛି ୟୁଜର ତାଙ୍କ ବୋଲିଂକୁ ମହମ୍ମଦ ଆମିରଙ୍କ ସହ ଯୋଡୁ ଥିବାବେଳେ ଅନ୍ୟମାନେ ତାଙ୍କୁ ଫିକ୍ସର୍ ବୋଲି କହୁଛନ୍ତି। କେତେଜଣ ଏମିତି ବି ଲେଖୁଛନ୍ତି ଯେ ଏହା ବିବାହ ହେଉ କିମ୍ବା ନୋ-ବଲ, ସେ ସବୁକିଛି ତିନିଥର କରନ୍ତି।
The post ବିବାହ ହେଉ ବା ନୋ-ବଲ, ଇଏ ସବୁକାମ ୩ ଥର କରିଥାଆନ୍ତି, ଶୋଏବଙ୍କ ୩ ନୋ-ବଲକୁ ନେଇ ମିମ appeared first on Dharitri Odia News.