ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ, ପରିବାର ଆଣିଲେ ହତ୍ୟା ଅଭିଯୋଗ
ଭୁବନେଶ୍ୱର ୦୪।୦୭ : ଭୁବନେଶ୍ୱର ରଙ୍ଗମାଟି ତଳସାହିରେ ଅଘଟଣ । ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମଞ୍ଚେଶ୍ୱର ଥାନାରେ ପହଞ୍ଚି ମହିଳାଙ୍କ ପରିବାର ଲୋକେ ଜ୍ୱାଇଁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଖବର ଅନୁଯାୟୀ, ତିନି ବର୍ଷର ବିବାହ ପରେ ସ୍ତ୍ରୀକୁ ବାରମ୍ବାର ମାଡ ମାରୁଥିଲେ। ତେଣୁ ମାଡ ମାରି ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ୱାମୀ ସରୋଜ ବିଶ୍ୱାଳକୁ ପୋଲିସ ଥାନାରେ ଅଟକ ରଖି ଜେରା କରୁଛି । ସେହିପରି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।
ଭୁବନେଶ୍ୱର ୦୪।୦୭ : ଭୁବନେଶ୍ୱର ରଙ୍ଗମାଟି ତଳସାହିରେ ଅଘଟଣ । ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ସେପଟେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମଞ୍ଚେଶ୍ୱର ଥାନାରେ ପହଞ୍ଚି ମହିଳାଙ୍କ ପରିବାର ଲୋକେ ଜ୍ୱାଇଁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଛନ୍ତି ।
ଖବର ଅନୁଯାୟୀ, ତିନି ବର୍ଷର ବିବାହ ପରେ ସ୍ତ୍ରୀକୁ ବାରମ୍ବାର ମାଡ ମାରୁଥିଲେ। ତେଣୁ ମାଡ ମାରି ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ୱାମୀ ସରୋଜ ବିଶ୍ୱାଳକୁ ପୋଲିସ ଥାନାରେ ଅଟକ ରଖି ଜେରା କରୁଛି । ସେହିପରି ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।