ଭାଇଚାରର ପର୍ବ ଇଦ୍ ଉଲ୍ ଫିତର, ମସଜିଦ୍‌ରେ ନମାଜ ପାଠ ସହ ପର୍ବ ପାଳନ

ଭୁବନେଶ୍ୱର ୧୧/୦୪: ସାରା ଦେଶରେ ପାଳନ ହେଉଛି ଇଦ୍ ଉଲ୍ ଫିତର । ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା ଦେଶରେ ପାଳନ ହେବ ଇଦ୍। ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ଏପ୍ରିଲ ୧୧ ତାରିଖରେ ଇଦ-ଉଲ-ଫିତର ପାଳନ କରାଯିବ। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକର ପ୍ରମୁଖ ମସଜିଦ ମଧ୍ୟଏହା ନିଶ୍ଚିତ କରିଛନ୍ତି। ଏପ୍ରିଲ ୧୧ ତଥା ଆଜି ସାରା ଦେଶରେ ଇଦ୍ ଉଲ- ଫିତର ପାଳନ କରାଯାଉଛି । ଇଦ୍‌ ପାଳନ ପାଇଁ ଇସଲାମ ଧର୍ମାବଲମ୍ବି ମାନେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ସୂଚନାଥାଉକି, ଗତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା ପବିତ୍ର ରମଜାନ ମାସ । ରମଜାନ ମାସରେ ‘ରୋଜା’ ରଖୁଥିବା ଭାଇ,ଭଉଣୀମାନେ ସୂର୍ଯ୍ୟଦୋୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଖାଇଥାନ୍ତି ଏବଂ ଦିନସାରା ଉପବାସ କରିଥାନ୍ତି ।ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ନମାଜ ପାଠ କରିଥାନ୍ତି  ।

ଭାଇଚାରର ପର୍ବ ଇଦ୍ ଉଲ୍ ଫିତର, ମସଜିଦ୍‌ରେ ନମାଜ ପାଠ ସହ ପର୍ବ ପାଳନ

ଭୁବନେଶ୍ୱର ୧୧/୦୪: ସାରା ଦେଶରେ ପାଳନ ହେଉଛି ଇଦ୍ ଉଲ୍ ଫିତର । ଇସ୍ଲାମିକ କ୍ୟାଲେଣ୍ଡର ହିଜରୀ ଅନୂସାରେ,ରମଜାନ ମାସ ୨୯ ଦିନ କିମ୍ବା ୩୦ ଦିନର ହୋଇଥାଏ। କିନ୍ତୁ ଚଳିତ ବର୍ଷ ୨୯ ଦିନରେ ଇଦ୍ ଚାନ୍ଦ ଦେଖାନଯିବାରୁ ଏଥର ରମଜାନ ୩୦ ଦିନ ପାଳନ ହୋଇଛି । ଅର୍ଥାତ ୩୦ ଦିନରେ ଚାନ୍ଦ ଦେଖାଯାଇଥିବାରୁ ଆଜି ସାରା ଦେଶରେ ପାଳନ ହେବ ଇଦ୍। 

ଅଞ୍ଜୁମାନ ଇସଲାମିଆ ଆହେଲ ସୁନତ ଓ ଜମାତ ଚାନ୍ଦ କମିଟିର ନିଷ୍ପତ୍ତି ଅନୁସାରେ ଏପ୍ରିଲ ୧୧ ତାରିଖରେ ଇଦ-ଉଲ-ଫିତର ପାଳନ କରାଯିବ। ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକର ପ୍ରମୁଖ ମସଜିଦ ମଧ୍ୟଏହା ନିଶ୍ଚିତ କରିଛନ୍ତି। ଏପ୍ରିଲ ୧୧ ତଥା ଆଜି ସାରା ଦେଶରେ ଇଦ୍ ଉଲ- ଫିତର ପାଳନ କରାଯାଉଛି । ଇଦ୍‌ ପାଳନ ପାଇଁ ଇସଲାମ ଧର୍ମାବଲମ୍ବି ମାନେ ବେଶ ଉତ୍ସାହିତ ଥିବା ବେଳେ ବିଭିନ୍ନ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ପଢିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। 

ସୂଚନାଥାଉକି, ଗତ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଥିଲା ପବିତ୍ର ରମଜାନ ମାସ । ରମଜାନ ମାସରେ ‘ରୋଜା’ ରଖୁଥିବା ଭାଇ,ଭଉଣୀମାନେ ସୂର୍ଯ୍ୟଦୋୟ ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ପରେ ଖାଇଥାନ୍ତି ଏବଂ ଦିନସାରା ଉପବାସ କରିଥାନ୍ତି ।ଏହି ସମୟରେ ବିଭିନ୍ନ ମସଜିଦ ଗୁଡିକରେ ମୁସଲମାନ ସମ୍ପ୍ରଦାୟ ଏକାଠି ହୋଇ ନମାଜ ପାଠ କରିଥାନ୍ତି  ।