ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ ମୁଦ୍ରାରେ ବସିଲେ ପିଏମ୍ ମୋଦୀ, ଆଗାମୀ ୪୫ ଘଣ୍ଟା ଯାଏ ଅନ୍ନ ତ୍ୟାଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡ଼ୁର କନ୍ୟାକୁମାରୀ ପହଞ୍ଚିଥିଲେ । ଦେବୀ କନ୍ୟାକୁମାରୀଙ୍କୁ ସମର୍ପିତ ୧୦୮ ଶକ୍ତିପୀଠ ମଧ୍ୟରୁ ଏକ ଶ୍ରୀ ଭଗବତୀ ଅମ୍ମନ ମନ୍ଦିର ପହଞ୍ଚିଥିଲେ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ସଂଧ୍ୟା ୬ଟା ୪୫ ମିନିଟରେ ଧ୍ୟାନରେ ବସିଛନ୍ତି । ଏବେ ସେ ଆଗାମୀ ୪୫ ଘଣ୍ଟା ଯାଏ ଧ୍ୟାନ ଅବସ୍ଥାରେ ରହିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ସଂଧ୍ୟା ୬ଟା ୪୫ ମିନିଟରୁ ଆରମ୍ଭ ହୋଇଛି । ଆଗାମୀ ୪୫ ଘଣ୍ଟା ଯାଏ ତାଙ୍କର ଆହାର କେବଳ ପଇଡ ପାଣି, ଅଙ୍ଗୁର ରସ ଏବଂ ଅନ୍ୟ ପାନୀୟ ପଦାର୍ଥ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନ କକ୍ଷରୁ ବାହାରକୁ ବାହାରିବେ ନାହିଁ ଏବଂ ମୌନ ରହିବେ ।Tamil Nadu | Prime Minister Narendra Modi arrived at Vivekananda Rock Memorial in KanyakumariHe will meditate from 30th May evening to 1st June evening.PM Modi will meditate day and night at the same place where Swami Vivekanand did meditation, at the Dhyan Mandapam. pic.twitter.com/s3oX46ChZG— ANI (@ANI) May 30, 2024ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ପିଏମ୍ ମୋଦୀ ତାମିଲନାଡ଼ୁ ପହଞ୍ଚିବା ପରେ ସେଠାରେ ସ୍ଥିତ

ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ ମୁଦ୍ରାରେ ବସିଲେ ପିଏମ୍ ମୋଦୀ, ଆଗାମୀ ୪୫ ଘଣ୍ଟା ଯାଏ ଅନ୍ନ ତ୍ୟାଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡ଼ୁର କନ୍ୟାକୁମାରୀ ପହଞ୍ଚିଥିଲେ । ଦେବୀ କନ୍ୟାକୁମାରୀଙ୍କୁ ସମର୍ପିତ ୧୦୮ ଶକ୍ତିପୀଠ ମଧ୍ୟରୁ ଏକ ଶ୍ରୀ ଭଗବତୀ ଅମ୍ମନ ମନ୍ଦିର ପହଞ୍ଚିଥିଲେ ଏବଂ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ସଂଧ୍ୟା ୬ଟା ୪୫ ମିନିଟରେ ଧ୍ୟାନରେ ବସିଛନ୍ତି । ଏବେ ସେ ଆଗାମୀ ୪୫ ଘଣ୍ଟା ଯାଏ ଧ୍ୟାନ ଅବସ୍ଥାରେ ରହିବେ । 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଧ୍ୟାନ ସଂଧ୍ୟା ୬ଟା ୪୫ ମିନିଟରୁ ଆରମ୍ଭ ହୋଇଛି । ଆଗାମୀ ୪୫ ଘଣ୍ଟା ଯାଏ ତାଙ୍କର ଆହାର କେବଳ ପଇଡ ପାଣି, ଅଙ୍ଗୁର ରସ ଏବଂ ଅନ୍ୟ ପାନୀୟ ପଦାର୍ଥ ରହିବ । ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନ କକ୍ଷରୁ ବାହାରକୁ ବାହାରିବେ ନାହିଁ ଏବଂ ମୌନ ରହିବେ ।

ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ପିଏମ୍ ମୋଦୀ ତାମିଲନାଡ଼ୁ ପହଞ୍ଚିବା ପରେ ସେଠାରେ ସ୍ଥିତ ଭଗବତୀ ଅମ୍ମନ ମନ୍ଦିରରେ ପୂଜା କରିଥିଲେ । ଏଠାରୁ ସେ ବିବେକାନନ୍ଦ ରକ୍ ମେମୋରିୟଲ ପହଞ୍ଚିଥିଲେ ଏବଂ ପ୍ରାୟ ୨ ଘଣ୍ଟା ଯାଏ ଧ୍ୟାନ ମୁଦ୍ରାରେ ବସିଥିଲେ । ଜୁନ୍ ୧ରେ ନିଜ ପ୍ରସ୍ଥାନ ପୂର୍ବରୁ ପିଏମ୍ ମୋଦୀ ସନ୍ଥ ତିରୁବଲ୍ଲୁବରଙ୍କ ପ୍ରତିମୂର୍ତ୍ତି ଗସ୍ତ କରିପାରନ୍ତି । ସମୁଦ୍ର ମଧ୍ୟରେ ସ୍ଥିତ ସ୍ମାରକରେ ପିଏମ୍ ମୋଦୀଙ୍କ ୪୫ ଘଣ୍ଟାର ପ୍ରବାସ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପିଏମ୍ ୨୦୧୯ ନିର୍ବାଚନ ଅଭିଯାନ ପରେ କେଦାରନାଥ ଗୁମ୍ଫାରେ ଏହି ପରି ଧ୍ୟାନରେ ବସିଥିଲେ ।