ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ଘଣ୍ଟା ଧ୍ୟାନ କରିବେ ମୋଦି, ସୁରକ୍ଷାରେ ମୁତୟନ ହେବେ ୨୦୦୦ ସୁରକ୍ଷା କର୍ମୀ
ତିରୁନେଲଭେଲୀ ୨୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩୦ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କନ୍ୟାକୁମାରୀସ୍ଥିତ ପ୍ରଶିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ଧ୍ୟାନ କରିବେ। ଏହି ଅବଧିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ୨ହଜାର ପୋଲିସ କର୍ମୀଙ୍କ ସହିତ ଅନେକ ସୁରକ୍ଷା ଏଜେନ୍ସୀଙ୍କୁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଆଗାମୀ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ହେଉଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରାଜନୈତିକ ଗୁରୁତ୍ୱ ମଧ୍ୟ ବଢି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ମେ ସନ୍ଧ୍ୟାରୁ ୧ ଜୁନ ସନ୍ଧ୍ୟା ପର୍ଯ୍ୟନ୍ତ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନସ୍ଥ ରହିବେ। ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାଳରେ କୌଣସି ଅସୁରକ୍ଷା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ୨ହଜାର ପୋଲିସ କର୍ମଚାରୀ ମୁତୟନ ରହିବେ। ତିରୁନେଲଭେଲି ରେଞ୍ଜ ଡିଆଇଜି ପ୍ରବେଶ କୁମାର ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୋର ସୁରକ୍ଷା ଟିମ୍ ଅନେକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିସାରିଲେଣି। ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସୁରକ୍ଷା ସମେତ ଅନ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଇଛି। ୨୦୧୯ ନିର୍ବାଚନ ଅଭିଯାନ ପରେ କେଦାରନାଥ ଗୁମ୍ଫାରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ଧ୍ୟାନ ଗସ୍ତ। କୁହାଯାଏ ବିବେକାନନ୍ଦଙ୍କୁ ଏଠାରେ ଭାରତମାତାଙ୍
ତିରୁନେଲଭେଲୀ ୨୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୩୦ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କନ୍ୟାକୁମାରୀସ୍ଥିତ ପ୍ରଶିଦ୍ଧ ବିବେକାନନ୍ଦ ରକ୍ ମେମୋରିଆଲରେ ୪୫ ଘଣ୍ଟା ଧ୍ୟାନ କରିବେ। ଏହି ଅବଧିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ୨ହଜାର ପୋଲିସ କର୍ମୀଙ୍କ ସହିତ ଅନେକ ସୁରକ୍ଷା ଏଜେନ୍ସୀଙ୍କୁ ମୁତୟନ କରାଯିବ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଆଗାମୀ ସପ୍ତମ ପର୍ଯ୍ୟାୟ ଭୋଟଗ୍ରହଣ ପୂର୍ବରୁ ହେଉଛି। ଏଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତର ରାଜନୈତିକ ଗୁରୁତ୍ୱ ମଧ୍ୟ ବଢି ଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ମେ ସନ୍ଧ୍ୟାରୁ ୧ ଜୁନ ସନ୍ଧ୍ୟା ପର୍ଯ୍ୟନ୍ତ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନସ୍ଥ ରହିବେ। ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ କାଳରେ କୌଣସି ଅସୁରକ୍ଷା ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ୨ହଜାର ପୋଲିସ କର୍ମଚାରୀ ମୁତୟନ ରହିବେ। ତିରୁନେଲଭେଲି ରେଞ୍ଜ ଡିଆଇଜି ପ୍ରବେଶ କୁମାର ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କୋର ସୁରକ୍ଷା ଟିମ୍ ଅନେକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିସାରିଲେଣି।
ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସୁରକ୍ଷା ସମେତ ଅନ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଇଛି। ୨୦୧୯ ନିର୍ବାଚନ ଅଭିଯାନ ପରେ କେଦାରନାଥ ଗୁମ୍ଫାରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀଙ୍କ ଏହା ଦ୍ୱିତୀୟ ଧ୍ୟାନ ଗସ୍ତ। କୁହାଯାଏ ବିବେକାନନ୍ଦଙ୍କୁ ଏଠାରେ ଭାରତମାତାଙ୍କ ସମ୍ପର୍କରେ ଦିବ୍ୟ ଦୃଷ୍ଟି ପ୍ରାପ୍ତ ହୋଇଥିଲା। ମୋଦିଙ୍କ ଧ୍ୟାନ କାଳରେ ଉପକୂଳ ସୁରକ୍ଷା ଗ୍ରୁପ, ଭାରତୀୟ କଷ୍ଟଗାର୍ଡ, ଭାରତୀୟ ନୌସେନା ସମୁଦ୍ର ସୀମା ଉପରେ ନଜର ରଖିବେ। ସୁରକ୍ଷା ନିମନ୍ତେ ରକ ମେମୋରିଆଲ, ବୋଟ୍ ଜେଟି, ହେଲିପ୍ୟାଡ ଓ ରାଜ୍ୟ ଅତିଥି ଗୃହର ନିରୀକ୍ଷଣ କରାଯାଇଛି।