ବିଭିନ୍ନ ଦାବି ନେଇ ଥାନା ଆଗରେ ଶ୍ରମିକ ସଂଗଠନର ଧାରଣା

ଆଠଗଡ ୧।୧୦: ୧୧ ଦଫା ଦାବି ନେଇ ଖୁଣ୍ଟୁଣୀ ଥାନା ଆଗରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଲେ ଶ୍ରମିକ ସଂଗଠନ। ହିନ୍ଦ ମଜଦୁର ସଭା ଦ୍ବାରା ପରିଚାଳିତ ଆରତୀ ଷ୍ଟିଲ ଆଣ୍ଡ ପାଓ୍ବାର ମଜଦୁର ୟୁନିୟନ ପକ୍ଷରୁ ଏହି ଧାରଣା ଦିଆଯାଇଛି । ଶ୍ରମିକଙ୍କ ମଜୁରି ବୃଦ୍ଧି, ଧୂଳି ଓ ଉତ୍ତାପ ଭତ୍ତା ଦିନକୁ ୩୦ ଟଙ୍କା, ଓଡିଶା ଶ୍ରମିକ କଲ୍ୟାଣ ନିୟମ ଅନୁଯାୟୀ ଠିକା ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଭଳି ୧୧ ଦଫା ଦାବି ନେଇ ନିଧିପୁର ଠାରେ ଥିବା ଆରତୀ ଷ୍ଟିଲ ପ୍ଲାଣ୍ଟ ଆଗରେ ଧାରଣା ଦେବା ପାଇଁ ଦାବିପତ୍ର ଦେଇଥିଲେ । ପ୍ରଶାସନ ପକ୍ଷରୁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୬୩ ଧାରା ଜାରି କରିଥିଲେ ।  ଖୁଣ୍ଟୁଣୀ ଥାନା ସମ୍ମୁଖରେ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ୧୧ ଦଫା ଦାବି ଆଠଗଡ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆସିଷ୍ଟାଣ୍ଟ   କଲେକ୍ଟରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ପାଇଁ ୪ ପ୍ଲାଟୁନ ଫୋର୍ସ ସମେତ ଚୌଦ୍ବାର SDPO, କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳ ପ୍ରମୁଖ ଉପସ୍ଥିତ ଅଛନ୍ତି ।You Can Read:ଇଭିଏମ୍ ଟାମ୍ପରିଂ ଅଭିଯୋଗ ମାମଲା : ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍   

ବିଭିନ୍ନ ଦାବି ନେଇ ଥାନା ଆଗରେ ଶ୍ରମିକ ସଂଗଠନର ଧାରଣା

ଆଠଗଡ ୧।୧୦: ୧୧ ଦଫା ଦାବି ନେଇ ଖୁଣ୍ଟୁଣୀ ଥାନା ଆଗରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦେଲେ ଶ୍ରମିକ ସଂଗଠନ। ହିନ୍ଦ ମଜଦୁର ସଭା ଦ୍ବାରା ପରିଚାଳିତ ଆରତୀ ଷ୍ଟିଲ ଆଣ୍ଡ ପାଓ୍ବାର ମଜଦୁର ୟୁନିୟନ ପକ୍ଷରୁ ଏହି ଧାରଣା ଦିଆଯାଇଛି । ଶ୍ରମିକଙ୍କ ମଜୁରି ବୃଦ୍ଧି, ଧୂଳି ଓ ଉତ୍ତାପ ଭତ୍ତା ଦିନକୁ ୩୦ ଟଙ୍କା, ଓଡିଶା ଶ୍ରମିକ କଲ୍ୟାଣ ନିୟମ ଅନୁଯାୟୀ ଠିକା ଶ୍ରମିକଙ୍କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ଭଳି ୧୧ ଦଫା ଦାବି ନେଇ ନିଧିପୁର ଠାରେ ଥିବା ଆରତୀ ଷ୍ଟିଲ ପ୍ଲାଣ୍ଟ ଆଗରେ ଧାରଣା ଦେବା ପାଇଁ ଦାବିପତ୍ର ଦେଇଥିଲେ । ପ୍ରଶାସନ ପକ୍ଷରୁ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୬୩ ଧାରା ଜାରି କରିଥିଲେ ।  ଖୁଣ୍ଟୁଣୀ ଥାନା ସମ୍ମୁଖରେ ଶ୍ରମିକ ସଂଗଠନ ପକ୍ଷରୁ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରି ତୁରନ୍ତ ୧୧ ଦଫା ଦାବି ଆଠଗଡ ଉପଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଆସିଷ୍ଟାଣ୍ଟ   କଲେକ୍ଟରଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ପାଇଁ ୪ ପ୍ଲାଟୁନ ଫୋର୍ସ ସମେତ ଚୌଦ୍ବାର SDPO, କଟକ ଜିଲ୍ଲା ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପି ଦେବଦତ୍ତ ବରାଳ ପ୍ରମୁଖ ଉପସ୍ଥିତ ଅଛନ୍ତି ।

You Can Read:

ଇଭିଏମ୍ ଟାମ୍ପରିଂ ଅଭିଯୋଗ ମାମଲା : ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍