ବିଭିନ୍ନ ମନ୍ଦିରରୁ ଚୋରି କରି ଜଣେ ଗିରଫ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କାଶିପାଲି ଗ୍ରାମର ବଲ୍ଲଭ ଭୁଏ(୪୫)। ଗିରଫ ଅଭିଯୁକ୍ତ ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ମନ୍ଦିର, ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି। ତାଙ୍କ ବିରୋଧରେ ଅମ୍ବାଭୋନା ଥାନାରେ ଏକ ମାମଲା (ନଂ.୧୪୭/୨୪) ରୁଜୁ ହୋଇଛି। The post ବିଭିନ୍ନ ମନ୍ଦିରରୁ ଚୋରି କରି ଜଣେ ଗିରଫ appeared first on Dharitri Odia News.

ବିଭିନ୍ନ ମନ୍ଦିରରୁ ଚୋରି କରି ଜଣେ ଗିରଫ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କାଶିପାଲି ଗ୍ରାମର ବଲ୍ଲଭ ଭୁଏ(୪୫)। ଗିରଫ ଅଭିଯୁକ୍ତ ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ମନ୍ଦିର, ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ପୋଲିସ କହିଛି। ତାଙ୍କ ବିରୋଧରେ ଅମ୍ବାଭୋନା ଥାନାରେ ଏକ ମାମଲା (ନଂ.୧୪୭/୨୪) ରୁଜୁ ହୋଇଛି।

The post ବିଭିନ୍ନ ମନ୍ଦିରରୁ ଚୋରି କରି ଜଣେ ଗିରଫ appeared first on Dharitri Odia News.