ବିମାନ ଦୁର୍ଘଟଣାରେ ୫ ମୃତ

ସାଓ ପାଓଲୋ,୧୬।୮: ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରାଜିଲର ମାଟୋ ଗ୍ରୋସୋ ସ୍ଥିତ ଆମାଜନିଆ ସହର ଆପିଆକାସରେ ଏକ ଟୁଇନ୍‌ ଇଞ୍ଜିନ ବିମାନ ତଳକୁ ଖସିପଡି ଏହି ଦୁର୍ଘଟଣା ଘଟିଛି। ବ୍ରାଜିଲର ଗ୍ଲୋବୋନ୍ୟୁଜ ନେଟୱାର୍କ ଅନୁଯାୟୀ ମୃତକଙ୍କ ମଧ୍ୟରେ କୃଷି ବ୍ୟବସାୟ ମାଲିକ ତଥା ୟୁନିଅନ ସ୍ପୋର୍ଟସ କ୍ଲବର ପୂର୍ବତନ ସଭାପତି ଏର୍ନି ସ୍ପିରିଙ୍ଗ, ତାଙ୍କର ଦୁଇ ନାତି, ତାଙ୍କ କମ୍ପାନୀର କର୍ମଚାରୀ ଏବଂ ପାଇଲଟ ଅଛନ୍ତି। ସାତ ଜଣ […] The post ବିମାନ ଦୁର୍ଘଟଣାରେ ୫ ମୃତ appeared first on Dharitri Odia News.

ବିମାନ ଦୁର୍ଘଟଣାରେ ୫ ମୃତ

ସାଓ ପାଓଲୋ,୧୬।୮: ବ୍ରାଜିଲରେ ଏକ ବିମାନ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରାଜିଲର ମାଟୋ ଗ୍ରୋସୋ ସ୍ଥିତ ଆମାଜନିଆ ସହର ଆପିଆକାସରେ ଏକ ଟୁଇନ୍‌ ଇଞ୍ଜିନ ବିମାନ ତଳକୁ ଖସିପଡି ଏହି ଦୁର୍ଘଟଣା ଘଟିଛି।
ବ୍ରାଜିଲର ଗ୍ଲୋବୋନ୍ୟୁଜ ନେଟୱାର୍କ ଅନୁଯାୟୀ ମୃତକଙ୍କ ମଧ୍ୟରେ କୃଷି ବ୍ୟବସାୟ ମାଲିକ ତଥା ୟୁନିଅନ ସ୍ପୋର୍ଟସ କ୍ଲବର ପୂର୍ବତନ ସଭାପତି ଏର୍ନି ସ୍ପିରିଙ୍ଗ, ତାଙ୍କର ଦୁଇ ନାତି, ତାଙ୍କ କମ୍ପାନୀର କର୍ମଚାରୀ ଏବଂ ପାଇଲଟ ଅଛନ୍ତି।

ସାତ ଜଣ କ୍ଷମତା ବିଶିଷ୍ଟ ଟୁଇନ-ଇଞ୍ଜିନ କିଙ୍ଗ ଏୟାର ବିମାନ ରୋଣ୍ଡିନୋପଲିସ ସହରକୁ ଯାଉଥିଲା ଏବଂ ଏହା ଦୁର୍ଘଟଣାଗ୍ରସ୍ତ ହେବାପରେ ପୋସଡା ଆମାଜନିଆ ଫିସିଙ୍ଗ ଲଜରୁ ଟେକଅପ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବାସିହ୍ନୁଆ ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।
ଏହି ଦୁର୍ଘଟଣାର ବର୍ଣ୍ଣନା କରି ବ୍ରାଜିଲର ବାୟୁସେନା କହିଛି ଯେ ଏରୋନେଟିକାଲ ଦୁର୍ଘଟଣା ଅନୁସନ୍ଧାନ ଏବଂ ନିରାକରଣ କେନ୍ଦ୍ରର ବିଶେଷଜ୍ଞମାନେ ଆପିଆକାସକୁ ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ପଠାଯାଇଛି।
ଭୋଏପାସ ଏୟାର କ୍ୟାରିୟର ଦ୍ୱାରା ପରିଚାଳିତ ଏକ ବିମାନ ବିଣ୍ଡେଡୋ ସହରରେ ଦୁର୍ଘଟଣାଗ୍ରସ୍ତ ହେବାର ଗୋଟିଏ ସପ୍ତାହରୁ କମ ସମୟ ପରେ ଏହି ଦୁର୍ଘଟଣା ଘଟିଛି।

The post ବିମାନ ଦୁର୍ଘଟଣାରେ ୫ ମୃତ appeared first on Dharitri Odia News.