ରାସ୍ତାରେ ଗାଡି ଚାଳକଙ୍କୁ ଅଟକାଇ ମାରଣାତ୍ମକ ଆକ୍ରମଣ, ମାମଲା ରୁଜୁ
ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ନିକଟରେ ଜାତୀୟ ରାଜପଥ ଉପରେ ଜଣେ ଟାଟା ଏସିଇ ଗାଡି ଚାଳକଙ୍କୁ ଅଟକାଇ ଜଣେ ଅଚିହ୍ନା ଯୁବକଧମକ ସହ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ସିଙ୍ଗିପୁର ଗାଁର ପ୍ରଶାନ୍ତ କୁମାର ମୁନି ଏକ ଟାଟା ଏସିଇ ଗାଡିରେ ହିଞ୍ଜିଳିକାଟୁ କୁ କିଛି ସାମଗ୍ରୀ ବ୍ୟବସାୟ ପାଇଁ ଆସୁଥିଲେ। ବୃନ୍ଦାବନ ମିନି ଷ୍ଟାଡିୟମ ନିକଟରେ ଜାତୀୟ ରାଜପଥ ଉପରେ ପ୍ରଶାନ୍ତଙ୍କ […] The post ରାସ୍ତାରେ ଗାଡି ଚାଳକଙ୍କୁ ଅଟକାଇ ମାରଣାତ୍ମକ ଆକ୍ରମଣ, ମାମଲା ରୁଜୁ appeared first on Dharitri Odia News.
ହିଞ୍ଜିଳିକାଟୁ,୨୫।୩(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ନିକଟରେ ଜାତୀୟ ରାଜପଥ ଉପରେ ଜଣେ ଟାଟା ଏସିଇ ଗାଡି ଚାଳକଙ୍କୁ ଅଟକାଇ ଜଣେ ଅଚିହ୍ନା ଯୁବକଧମକ ସହ ମାରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ସିଙ୍ଗିପୁର ଗାଁର ପ୍ରଶାନ୍ତ କୁମାର ମୁନି ଏକ ଟାଟା ଏସିଇ ଗାଡିରେ ହିଞ୍ଜିଳିକାଟୁ କୁ କିଛି ସାମଗ୍ରୀ ବ୍ୟବସାୟ ପାଇଁ ଆସୁଥିଲେ। ବୃନ୍ଦାବନ ମିନି ଷ୍ଟାଡିୟମ ନିକଟରେ ଜାତୀୟ ରାଜପଥ ଉପରେ ପ୍ରଶାନ୍ତଙ୍କ ଗାଡ଼ି ସାମ୍ନାରୁ ଅଟକାଇ ଜଣେ ଅଚିହ୍ନା ଯୁବକ ଗାଳିଗୁଲଜ,ଧମକ ଦେଇଥିଲେ । ପ୍ରଶାନ୍ତ ଏହାକୁ ବିରୋଧ କରିବାରୁ ଅଚିହ୍ନା ଯୁବକ ଜଣକ ମାରଣାତ୍ମକ ଆକ୍ରମଣ କରିଥିଲେ। ଫଳରେ ପ୍ରଶାନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଅନ୍ୟ ପକ୍ଷରେ ଆହତ ପ୍ରଶାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅଚିହ୍ନା ଯୁବକ ଜଣକ ପୁଣି ହସ୍ପିଟାଲରେ ପହଞ୍ଚି ପ୍ରଶାନ୍ତଙ୍କ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ପ୍ରଶାନ୍ତଙ୍କ ଅଭିଯୋଗ କ୍ରମେ ଥାନାରେ ନଂ ୨୮୫/୨୪ରେ ମାମଲା ରୁଜୁ ହୋଇ ପୋଲିସତଦନ୍ତ ଚଳାଇଥିବା ଜଣାପଡ଼ିଛି।
The post ରାସ୍ତାରେ ଗାଡି ଚାଳକଙ୍କୁ ଅଟକାଇ ମାରଣାତ୍ମକ ଆକ୍ରମଣ, ମାମଲା ରୁଜୁ appeared first on Dharitri Odia News.