ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍‌ , କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧।୩: ଯଦି ଆପଣ ଟ୍ରିପ୍‌ରେ ଯିବାକୁ ଭଲ ପାଆନ୍ତି ଖାସ୍‌ କରି ଆପଣଙ୍କ ପାର୍ଟନରଙ୍କ ସହ, ତେବେ ସତର୍କ ହୋଇଯାଆନ୍ତୁ। ଯାତ୍ରା ସମୟରେ ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି ତେବେ ଆପଣଙ୍କୁ ଜେଲ୍‌ ହୋଇପାରେ। ଏହି ନିୟମ ବିମାନ ଯାତ୍ରା ସମୟରେ ଲାଗୁ କରାଯାଇଛି। ବିମାନରେ ଯାତ୍ରା କରୁଥିବାବେଳେ ଯଦି ଆପଣ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି, ଆପଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଏକ […] The post ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍‌ , କଡାକଡି ହେଲା ନିୟମ appeared first on Dharitri Odia News.

ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍‌ , କଡାକଡି ହେଲା ନିୟମ

ନୂଆଦିଲ୍ଲୀ,୧।୩: ଯଦି ଆପଣ ଟ୍ରିପ୍‌ରେ ଯିବାକୁ ଭଲ ପାଆନ୍ତି ଖାସ୍‌ କରି ଆପଣଙ୍କ ପାର୍ଟନରଙ୍କ ସହ, ତେବେ ସତର୍କ ହୋଇଯାଆନ୍ତୁ। ଯାତ୍ରା ସମୟରେ ଯଦି ଆପଣ ଆପଣଙ୍କ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି ତେବେ ଆପଣଙ୍କୁ ଜେଲ୍‌ ହୋଇପାରେ। ଏହି ନିୟମ ବିମାନ ଯାତ୍ରା ସମୟରେ ଲାଗୁ କରାଯାଇଛି। ବିମାନରେ ଯାତ୍ରା କରୁଥିବାବେଳେ ଯଦି ଆପଣ ପାର୍ଟନରଙ୍କ ସହ ଝଗଡା କରୁଛନ୍ତି, ଆପଣଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିକଟରେ ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଏକ ଲୁଫଥାନ୍ସ ଏୟାରଲାଇନ୍ସର ବିମାନକୁ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଏହା ପଛର କାରଣ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା। ସୂଚନା ଥାଉ କି, ବିମାନରେ ଉଡାଣ ଭରିବାବେଳେ ଏହି ଦମ୍ପତିଙ୍କ ମଧ୍ୟ ଝଗଡା ଆରମ୍ଭ ହୋଇଥିଲା। ପରିସ୍ଥିତିକୁ ଦେଖି କ୍ରୁ ମେମ୍ବରମାନେ ମାମଲାକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ଅନ୍ୟ ଯାତ୍ରୀଙ୍କୁ ସହିବାର ସୀମା ଲଘିଂଥିଲା ବିମାନକୁ ତୁରନ୍ତ ଜରୁରୀ ଅବତରଣ କରାଯାଇଥିଲା। ଏପରି ଘଟଣାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ ଏହି ନିୟମ କଡାକଡି କରିଛି।
ବିମାନରେ ଯାତ୍ରା କରିବାବେଳେ ଖାସ୍‌ କରି ସ୍ବାମୀଙ୍କୁ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ। ନଚେତ ସେ ଯଦି ସ୍ତ୍ରୀଙ୍କ ସହ ଝଗଡା କରନ୍ତି ତେବେ ତାଙ୍କୁ ଜେଲ୍‌ ହୋଇପାରେ।

The post ବିମାନ ଯାତ୍ରାବେଳେ ସ୍ତ୍ରୀଙ୍କ ସହ ଝଗଡା କଲେ ହୋଇଯିବ ଜେଲ୍‌ , କଡାକଡି ହେଲା ନିୟମ appeared first on Dharitri Odia News.