ବିମାନବନ୍ଦରରୁ ସୁନା ଓ ରୁପା ଜବତ ଘଟଣା, ଅଢେଇ କିଲୋ ସୁନାର ତଥ୍ୟ ମିଳୁନି
ଭୁବନେଶ୍ୱର ୩୦/୮: ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଓ ରୁପା ଜବତ ଘଟଣା । ବକ୍ସ ଖୋଲିବା ପରେ ସାମ୍ନାକୁ ଆସିଲା ସୁନା ଓ ରୁପାର ରହସ୍ୟ । ବଡ଼ ବଡ଼ ବକ୍ସରେ ଥିଲା ସୁନା ଓ ରୁପା ଅଳଙ୍କାର । ସୁନାର ଇ-ୱେ ବିଲରେ ଲେଖାଥିଲା ୮୭ କିଲୋ, କିନ୍ତୁ ବକ୍ସ ଖୋଲିବା ପରେ ୩୦ କିଲୋ ସ୍ପଷ୍ଟ ହେଲା । ସେହିପରି ରୁପା ଇ-ୱେ ବିଲ୍ରେ ଲେଖା ଥିଲା ୨ କୁଇଣ୍ଟାଲ, କିନ୍ତୁ ବକ୍ସ ଖୋଲିବା ପରେ ଦେଢ଼ କୁଇଣ୍ଟାଲ ଓଜନ ହୋଇଥିବା ଜଣାପଡିଛି । ୩୦ କିଲୋ ସୁନାରୁ ଅଢେଇ କିଲୋ ସୁନାର ତଥ୍ୟ ମିଳୁନି । କାଗଜପତ୍ର ଯାଞ୍ଚ ବେଳେ ଅଢେଇ କିଲୋ ସୁନା ତଥ୍ୟ ମିଳୁନି । ଅଢେଇ କିଲୋ ସୁନା କିଛି ଅନାମଧେୟ ବ୍ୟବସାୟୀଙ୍କ ନାଁରେ ଆସିଥିଲା । ସେହିପରି ରୁପା ୮୦ କିଲୋର ତଥ୍ୟ ମିଳୁନି । ତଥ୍ୟ ମିଳୁ ନଥିବା ସୁନାକୁ ଜବତ କରିଲା ତଦନ୍ତକାରୀ ଟିମ୍ । ତଥ୍ୟ ମିଳୁନଥିବା ସୁନା ଓ ରୁପାକୁ ଟ୍ରେଜେରି ଅଫିସକୁ ପଠାଇବ ସିଟି ଜିଏସଟି । ନିର୍ଦ୍ଧାରିତ ସମୟ ଭିତରେ ଜବତ ସୁନା ଓ ରୁପାର ତଥ୍ୟ ନମିଳିଲେ ବାଜ୍ୟାପ୍ତି କରାଯିବ ବୋଲି ସିଟି ଜିଏସଟି ପକ୍ଷରୁ ସୂଚନା ମିଳିଛି । ସୂଚନା ଥାୁକି, ଗତ ୨୬ରେ ତାରିଖରେ ଏୟରପୋର୍ଟ ନିକଟରୁ ମିଳିଥିଲା ୮୦ କେଜି ସୁନା । ଦୁଇଟି କଣ୍ଟେନର ଭିତରୁ ସୁନା ଏବଂ ରୂପା ଜବତ କଲା CT GST ବିଭାଗ । ୮୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା । କହିବାକୁ ଗଲେ ମୁମ୍ବାଇରୁ ଭୁବନ
ଭୁବନେଶ୍ୱର ୩୦/୮: ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଓ ରୁପା ଜବତ ଘଟଣା । ବକ୍ସ ଖୋଲିବା ପରେ ସାମ୍ନାକୁ ଆସିଲା ସୁନା ଓ ରୁପାର ରହସ୍ୟ । ବଡ଼ ବଡ଼ ବକ୍ସରେ ଥିଲା ସୁନା ଓ ରୁପା ଅଳଙ୍କାର । ସୁନାର ଇ-ୱେ ବିଲରେ ଲେଖାଥିଲା ୮୭ କିଲୋ, କିନ୍ତୁ ବକ୍ସ ଖୋଲିବା ପରେ ୩୦ କିଲୋ ସ୍ପଷ୍ଟ ହେଲା ।
ସେହିପରି ରୁପା ଇ-ୱେ ବିଲ୍ରେ ଲେଖା ଥିଲା ୨ କୁଇଣ୍ଟାଲ, କିନ୍ତୁ ବକ୍ସ ଖୋଲିବା ପରେ ଦେଢ଼ କୁଇଣ୍ଟାଲ ଓଜନ ହୋଇଥିବା ଜଣାପଡିଛି । ୩୦ କିଲୋ ସୁନାରୁ ଅଢେଇ କିଲୋ ସୁନାର ତଥ୍ୟ ମିଳୁନି । କାଗଜପତ୍ର ଯାଞ୍ଚ ବେଳେ ଅଢେଇ କିଲୋ ସୁନା ତଥ୍ୟ ମିଳୁନି । ଅଢେଇ କିଲୋ ସୁନା କିଛି ଅନାମଧେୟ ବ୍ୟବସାୟୀଙ୍କ ନାଁରେ ଆସିଥିଲା ।
ସେହିପରି ରୁପା ୮୦ କିଲୋର ତଥ୍ୟ ମିଳୁନି । ତଥ୍ୟ ମିଳୁ ନଥିବା ସୁନାକୁ ଜବତ କରିଲା ତଦନ୍ତକାରୀ ଟିମ୍ । ତଥ୍ୟ ମିଳୁନଥିବା ସୁନା ଓ ରୁପାକୁ ଟ୍ରେଜେରି ଅଫିସକୁ ପଠାଇବ ସିଟି ଜିଏସଟି । ନିର୍ଦ୍ଧାରିତ ସମୟ ଭିତରେ ଜବତ ସୁନା ଓ ରୁପାର ତଥ୍ୟ ନମିଳିଲେ ବାଜ୍ୟାପ୍ତି କରାଯିବ ବୋଲି ସିଟି ଜିଏସଟି ପକ୍ଷରୁ ସୂଚନା ମିଳିଛି ।
ସୂଚନା ଥାୁକି, ଗତ ୨୬ରେ ତାରିଖରେ ଏୟରପୋର୍ଟ ନିକଟରୁ ମିଳିଥିଲା ୮୦ କେଜି ସୁନା । ଦୁଇଟି କଣ୍ଟେନର ଭିତରୁ ସୁନା ଏବଂ ରୂପା ଜବତ କଲା CT GST ବିଭାଗ । ୮୦ କେଜି ସୁନା ସହ ୨ କ୍ୱିଣ୍ଟାଲ ରୂପା ଜବତ ହୋଇଥିଲା । ଜବତ ସୁନାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ କୋଟି ଟଙ୍କା । କହିବାକୁ ଗଲେ ମୁମ୍ବାଇରୁ ଭୁବନେଶ୍ବରକୁ ଆସୁଥିଲା ସୁନା । ଘଟଣାରେ ୪ ଜଣଙ୍କୁ ଅଟକ ରଖିଥିଲା CT GST ବିଭାଗ ।