ପାରାଦୀପ ବନ୍ଦରରୁ ହଟିଲା କଟକଣା, ଆରମ୍ଭ ହେଲା ମାଛଧରା
ପାରାଦୀପ ୧୫।୬: ସମୁଦ୍ରରେ ମାଛ ଧରିବାକୁ ସରକାରଙ୍କ ତରଫରୁ ଲାଗିଥିବା କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦୀପ ମାଛଧରା ବନ୍ଦର । କିଛି ବୋଟ୍ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଆଉ କିଛି ବୋଟ୍ ମାଛ ଧରିବାକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମାଛ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଥିବା କଟକଣା ଉଠିଯିବା ପରେ ପାରାଦୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ବୋଟ୍ ସମୁଦ୍ରକୁ ମାଛ ଧରିବାକୁ ବାହାରି ଯାଇଛନ୍ତି । ତେବେ ବିଗତ କିଛି ବର୍ଷ ହେବ ଭାରତବର୍ଷରେ ରହିଥିବା ପ୍ରମୁଖ ମାଛଧରା ବନ୍ଦର ମାନଙ୍କ ମଧ୍ୟରୁ ଏକ ସ୍ୱତନ୍ତ୍ର ପରିଚୟ ପାଇଥିବା ପାରାଦୀପ ମାଛଧରା ବନ୍ଦରର ମତ୍ସ୍ୟ ବ୍ୟବସାୟ କ୍ଷତିରେ ଚାଲୁଛି । ଦୁଇ ମାସର କଟକଣା ସରିବା ପୂର୍ବରୁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ହୋମ ଯଜ୍ଞ କରାଯାଇ ଠାକୁରଙ୍କ ଆର୍ଶୀବାଦ ନେଇ ବୋଟ୍ କର୍ମଚାରୀମାନେ ବୋଟ୍ ଗୁଡିକରେ ତେଲ ଠାରୁ ଆରମ୍ଭ କରି ବରଫ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରିସାରିଛନ୍ତି ।You Can Read :ଜୋରରେ ଶବ୍ଦ କରି ଫାଟିଲା ମୋବାଇଲ୍, ଶିଶୁ ଆହତ
ପାରାଦୀପ ୧୫।୬: ସମୁଦ୍ରରେ ମାଛ ଧରିବାକୁ ସରକାରଙ୍କ ତରଫରୁ ଲାଗିଥିବା କଟକଣା ଉଠିବା ପରେ ଚଳଚଞ୍ଚଳ ହୋଇଉଠିଛି ପାରାଦୀପ ମାଛଧରା ବନ୍ଦର । କିଛି ବୋଟ୍ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ଆଉ କିଛି ବୋଟ୍ ମାଛ ଧରିବାକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମାଛ ବଂଶ ବୃଦ୍ଧି ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ମାସ ଧରି ସମୁଦ୍ରରେ ମାଛଧରା ଉପରେ ଲାଗିଥିବା କଟକଣା ଉଠିଯିବା ପରେ ପାରାଦୀପ ମାଛଧରା ବନ୍ଦର ମଧ୍ୟରୁ ପାଖାପାଖି ୩୦୦ରୁ ଉର୍ଦ୍ଧ୍ବ ବୋଟ୍ ସମୁଦ୍ରକୁ ମାଛ ଧରିବାକୁ ବାହାରି ଯାଇଛନ୍ତି ।
ତେବେ ବିଗତ କିଛି ବର୍ଷ ହେବ ଭାରତବର୍ଷରେ ରହିଥିବା ପ୍ରମୁଖ ମାଛଧରା ବନ୍ଦର ମାନଙ୍କ ମଧ୍ୟରୁ ଏକ ସ୍ୱତନ୍ତ୍ର ପରିଚୟ ପାଇଥିବା ପାରାଦୀପ ମାଛଧରା ବନ୍ଦରର ମତ୍ସ୍ୟ ବ୍ୟବସାୟ କ୍ଷତିରେ ଚାଲୁଛି । ଦୁଇ ମାସର କଟକଣା ସରିବା ପୂର୍ବରୁ ବରୁଣ ଦେବତାଙ୍କ ଉଦ୍ଦେଶ୍ୟରେ ହୋମ ଯଜ୍ଞ କରାଯାଇ ଠାକୁରଙ୍କ ଆର୍ଶୀବାଦ ନେଇ ବୋଟ୍ କର୍ମଚାରୀମାନେ ବୋଟ୍ ଗୁଡିକରେ ତେଲ ଠାରୁ ଆରମ୍ଭ କରି ବରଫ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ପ୍ରସ୍ତୁତ କରିସାରିଛନ୍ତି ।
You Can Read :