ମହାରାଷ୍ଟ୍ରରେ କିଏ ମାରିବ ବାଜି ? ଜାଣନ୍ତୁ ଫଲୋଦି ସଟ୍ଟା ବଜାରର ପୂର୍ବାନୁମାନ
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ନଭେମ୍ୱର ୨୦ରେ ମତଦାନ ହେବ । ରାଜ୍ୟରେ ଶାସନରେ ଥିବା ମହାୟୁତି କ୍ଷମତା ବଜାୟ ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ମହା ବିକାଶ ଅଘାଡ଼ି ସରକାରକୁ ଫେରିବା ପାଇଁ ଉଦ୍ୟମ କରୁଛି । ରାଜ୍ୟରେ କିଏ ସରକାର ଗଠନ କରିବ ପରିଣାମ ଆସିବା ପରେ ସ୍ପଷ୍ଟ ହେବ, କିନ୍ତୁ ଏହା ପୂର୍ବରୁ ଫଲୋଦି ସଟ୍ଟା ବଜାରର ପୂର୍ବାନୁମାନ ଆସିଛି । ଜି ନ୍ୟୁଜ୍ ଅନୁସାରେ ରାଜ୍ୟରେ ମହାୟୁତି ସରକାର ହେଉଥିବା ସଟ୍ଟା ବଜାରର ପୂର୍ବାନୁମାନ କରିଛି । ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ) ଏବଂ ଏନସିପି (ଶରଦ ପାୱାର) ମେଣ୍ଟ ୧୪୪ରୁ ୧୫୨ ଆସନ ପାଇପାରେ । ରାଜସ୍ଥାନର ଫଲୋଦୀ ସଟ୍ଟା ବଜାର ଅତୀତର ନିଜର ସଠିକ୍ ଅନୁମାନ ପାଇଁ ପରିଚିତ । ତେବେ ଚଳିତ ବର୍ଷ ଆରମ୍ଭରେ ରାଜସ୍ଥାନରେ ବିଜେପି ଫେରିବା ଉପରେ ଆକଳନ ଭୁଲ୍ ହୋଇଥିଲା ।ମହାରାଷ୍ଟ୍ର ବିଧାନସଭା ପାଇଁ ସୋମବାର ପ୍ରଚାର ଅଭିଯାନ ଶେଷ ହୋଇଛି । ରାଜ୍ୟର ୨୮୮ ଆସନରେ ନଭେମ୍ୱର ୨୦ରେ ମତଦାନ ହେବ । ନଭେମ୍ୱର ୨୩ରେ ଭୋଟ ଗଣତି କରାଯିବ । ଚଳିତ ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ବୟାନବାଜି ହୋଇଥିଲା । କିଛି ଦଳର ନେତା ମହିଳା ପ୍ରାର୍ଥୀଙ୍କ ଉପରେ ଅଶୋଭନୀୟ ଟିପ୍ପଣୀ କରିଥିଲେ । ଯାହାପରେ ନିର୍ବାଚନ ଆୟୋଗ ଏଭଳି ଘଟଣାରେ ଆକ୍ସନ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚଳିତ ବିଧାନସଭା ନିର୍ବାଚନର
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରରେ ନଭେମ୍ୱର ୨୦ରେ ମତଦାନ ହେବ । ରାଜ୍ୟରେ ଶାସନରେ ଥିବା ମହାୟୁତି କ୍ଷମତା ବଜାୟ ରଖିବା ପାଇଁ ଉଦ୍ୟମ କରୁଥିବା ବେଳେ ମହା ବିକାଶ ଅଘାଡ଼ି ସରକାରକୁ ଫେରିବା ପାଇଁ ଉଦ୍ୟମ କରୁଛି । ରାଜ୍ୟରେ କିଏ ସରକାର ଗଠନ କରିବ ପରିଣାମ ଆସିବା ପରେ ସ୍ପଷ୍ଟ ହେବ, କିନ୍ତୁ ଏହା ପୂର୍ବରୁ ଫଲୋଦି ସଟ୍ଟା ବଜାରର ପୂର୍ବାନୁମାନ ଆସିଛି ।
ଜି ନ୍ୟୁଜ୍ ଅନୁସାରେ ରାଜ୍ୟରେ ମହାୟୁତି ସରକାର ହେଉଥିବା ସଟ୍ଟା ବଜାରର ପୂର୍ବାନୁମାନ କରିଛି । ବିଜେପି, ଶିବସେନା (ସିନ୍ଦେ ଗୋଷ୍ଠୀ) ଏବଂ ଏନସିପି (ଶରଦ ପାୱାର) ମେଣ୍ଟ ୧୪୪ରୁ ୧୫୨ ଆସନ ପାଇପାରେ । ରାଜସ୍ଥାନର ଫଲୋଦୀ ସଟ୍ଟା ବଜାର ଅତୀତର ନିଜର ସଠିକ୍ ଅନୁମାନ ପାଇଁ ପରିଚିତ । ତେବେ ଚଳିତ ବର୍ଷ ଆରମ୍ଭରେ ରାଜସ୍ଥାନରେ ବିଜେପି ଫେରିବା ଉପରେ ଆକଳନ ଭୁଲ୍ ହୋଇଥିଲା ।
ମହାରାଷ୍ଟ୍ର ବିଧାନସଭା ପାଇଁ ସୋମବାର ପ୍ରଚାର ଅଭିଯାନ ଶେଷ ହୋଇଛି । ରାଜ୍ୟର ୨୮୮ ଆସନରେ ନଭେମ୍ୱର ୨୦ରେ ମତଦାନ ହେବ । ନଭେମ୍ୱର ୨୩ରେ ଭୋଟ ଗଣତି କରାଯିବ । ଚଳିତ ମହାରାଷ୍ଟ୍ର ନିର୍ବାଚନ ପ୍ରଚାରରେ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ତୀବ୍ର ବୟାନବାଜି ହୋଇଥିଲା । କିଛି ଦଳର ନେତା ମହିଳା ପ୍ରାର୍ଥୀଙ୍କ ଉପରେ ଅଶୋଭନୀୟ ଟିପ୍ପଣୀ କରିଥିଲେ । ଯାହାପରେ ନିର୍ବାଚନ ଆୟୋଗ ଏଭଳି ଘଟଣାରେ ଆକ୍ସନ ନେବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଚଳିତ ବିଧାନସଭା ନିର୍ବାଚନରେ ୬୦୦ କୋଟି ଟଙ୍କାରୁ ଅଧିକ ନଗଦ, ମଦ, ଡ୍ରଗ୍ସ, ଉପହାର ଜବତ ହୋଇଛି । ଚଳିତ ଥରର ଜବତ ପରିମାଣ ୨୦୧୯ଠାରୁ ୭ ଗୁଣା ଅଧିକ ।
(Disclaimer: ସଟ୍ଟା ବଜାରର ଆକଳନରେ ପ୍ରଭାବିତ ହୁଅନ୍ତୁ ନାହିଁ । ସଟ୍ଟା ଖେଳିବା ବେଆଇନ । ନ୍ୟୁଜ୍ 7 ଡଟ୍ କମ୍ ସଟ୍ଟା ବଜାର ଦାବିର ସମର୍ଥନ କରୁନାହିଁ ।)