ବିମାନବନ୍ଦରରେ ସଲମାନଙ୍କ ସ୍ବାଗ୍‌, ପିଲାଙ୍କ ସହ ମିଳାଇଲେ ହାତ

ମୁମ୍ବାଇ: ଭାଇଜାନ ସଲମାନ ଖାନ ଯୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଭେଟିବା ପାଇଁ ଏକାଠି ହୋଇଯାନ୍ତି। ସଲମାନ ତାଙ୍କ ପ୍ରଶଂସକଙ୍କୁ କେବେ ବି ନିରାଶ କରନ୍ତି ନାହିଁ ନିକଟରେ ସଲମାନ ମୁମ୍ବାଇ ଫେରିଛନ୍ତି ଏବଂ ବିମାନବନ୍ଦରରେ ତାଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଛି। ସଲମାନଙ୍କ ପ୍ରଶଂସକମାନେ ଏହି ଲୁକ୍‌କୁ ବହୁତ ପସନ୍ଦ କରନ୍ତି। ସଲମାନ ବିମାନବନ୍ଦରରେ ତାଙ୍କ ପ୍ରଶଂସକଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଉଥିବା ନଜର ଆସିଛନ୍ତି। ସଲମାନ କିଛି ସମୟ ପାଇଁ […] The post ବିମାନବନ୍ଦରରେ ସଲମାନଙ୍କ ସ୍ବାଗ୍‌, ପିଲାଙ୍କ ସହ ମିଳାଇଲେ ହାତ appeared first on Dharitri Odia News.

ବିମାନବନ୍ଦରରେ ସଲମାନଙ୍କ ସ୍ବାଗ୍‌, ପିଲାଙ୍କ ସହ ମିଳାଇଲେ ହାତ

ମୁମ୍ବାଇ: ଭାଇଜାନ ସଲମାନ ଖାନ ଯୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଭେଟିବା ପାଇଁ ଏକାଠି ହୋଇଯାନ୍ତି। ସଲମାନ ତାଙ୍କ ପ୍ରଶଂସକଙ୍କୁ କେବେ ବି ନିରାଶ କରନ୍ତି ନାହିଁ ନିକଟରେ ସଲମାନ ମୁମ୍ବାଇ ଫେରିଛନ୍ତି ଏବଂ ବିମାନବନ୍ଦରରେ ତାଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିଛି। ସଲମାନଙ୍କ ପ୍ରଶଂସକମାନେ ଏହି ଲୁକ୍‌କୁ ବହୁତ ପସନ୍ଦ କରନ୍ତି। ସଲମାନ ବିମାନବନ୍ଦରରେ ତାଙ୍କ ପ୍ରଶଂସକଙ୍କୁ ଭେଟି ସେମାନଙ୍କ ସହ ହାତ ମିଳାଉଥିବା ନଜର ଆସିଛନ୍ତି।

ସଲମାନ କିଛି ସମୟ ପାଇଁ ଦୁବାଇରେ ଥିଲେ। ସେଲିବ୍ରିଟି କ୍ରିକେଟ ଲିଗରେ ସେ ତାଙ୍କ ଭାଇ ସୋହେଲ ଖାନଙ୍କ ଦଳକୁ ସମର୍ଥନ କରିବା ଯାଇଥିଲେ। ସଲମାନ ଏବେ ଭାରତ ଫେରିଛନ୍ତି। ବିମାନ ବନ୍ଦରରେ ତାଙ୍କର ଲୁକ୍‌କୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି।

ବିମାନବନ୍ଦରରୁ ସଲମାନ ଖାନଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ବିମାନବନ୍ଦରରୁ ବାହାରକୁ ଯିବା ସମୟରେ କିଛି ପିଲା ସେଠାରେ ତାଙ୍କୁ ଭେଟିବାକୁ ଛିଡା ହୋଇଥିଲେ। ସଲମାନ ତାଙ୍କୁ ଦେଖି ହସିଛନ୍ତି ଏବଂ ହାତ ମିଳାଇଛନ୍ତି। ଭିଡିଓରେ ଥିବା ପିଲାମାନେ ସଲମାନଙ୍କୁ ଭେଟିବା ପରେ ବହୁତ ଖୁସି ଦେଖାଯାଉଛନ୍ତି।

The post ବିମାନବନ୍ଦରରେ ସଲମାନଙ୍କ ସ୍ବାଗ୍‌, ପିଲାଙ୍କ ସହ ମିଳାଇଲେ ହାତ appeared first on Dharitri Odia News.