ବିଶ୍ୱକପ୍‌ରୁ ବାଦ ପଡ଼ିବାରେ ରିଙ୍କୁ ସିଂହଙ୍କର କୌଣସି ଭୁଲ୍ ନାହିଁ: ଅଜିତ ଅଗରକର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରିଙ୍କୁ ସିଂହଙ୍କୁ ସ୍ଥାନ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାହିଁକି ତାଙ୍କୁ ଟିମ୍‌ରେ ସାମିଲ କରାଗଲା ନାହିଁ ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି। ବିଶ୍ୱକପ୍ ଟିମ୍ ଘୋଷଣା ନେଇ ଗୁରୁବାର ବିସିସିଆଇ ସାମ୍ବାଦିକ ସମ୍ମିଳନୀ କରିବାରୁ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକରଙ୍କୁ ସେହି ପ୍ରଶ୍ନ କରିଛନ୍ତି ସାମ୍ବାଦିକ। ଯାହାର ଉତ୍ତର ଦେଇ ଅଜିତ ଅଗରକର ରିଙ୍କୁଙ୍କ ପ୍ରଶଂସା କରିଛନ୍ତି।ବିସିସିଆଇ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏଥିରେ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ଓ ରୋହିତ ଶର୍ମା ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ରିଙ୍କୁ ସିଂହଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ଅଗରକର କହିଛନ୍ତି ଯେ ରିଙ୍କୁଙ୍କୁ ଅଣଦେଖା କରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା। ତେବେ ଏହା କମ୍ବିନେସନ ଉପରେ ନିର୍ଭର କରୁଥିଲା। ଯେହେତୁ ଆମେରିକାର ସ୍ଥିତି ସମ୍ପର୍କରେ ଆମେ ନିଶ୍ଚିତ ନଥିଲୁ। ଏଥିପାଇଁ ଆମକୁ ଅଧିକ ବିକଳ୍ପ ବାଛିବାକୁ ପଡ଼ିଲା। ଅଗରକର କହିଛନ୍ତି “ ଆମ ପାଇଁ ଏହା ସବୁଠାରୁ କଷ୍ଟକର ନିଷ୍ପତ୍ତି ଥିଲା। ସେ(ରିଙ୍କୁ) କିଛି ଭୁଲ୍ କରି ନାହାନ୍ତି କି ଗିଲ୍‌ ବି କିଛି ଭୁଲ୍ କରି ନାହାନ୍ତି। ରୋହିତଙ୍କ କହିବା ଭଳି ଏହା ମଧ୍ୟ କମ୍ବିନେସନ ଉପରେ ନିର୍ଭର କରୁଥିଲା। ଆମେ କେଉଁ ସ୍ଥିତିର ସାମ୍ନା କରିବୁ ଆମ ନିଶ୍ଚିତ ନାହୁଁ। ତେଣୁ ଆମେ ଅଧିକ ବିକଳ୍ପ ରଖ

ବିଶ୍ୱକପ୍‌ରୁ ବାଦ ପଡ଼ିବାରେ ରିଙ୍କୁ ସିଂହଙ୍କର କୌଣସି ଭୁଲ୍ ନାହିଁ: ଅଜିତ ଅଗରକର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରିଙ୍କୁ ସିଂହଙ୍କୁ ସ୍ଥାନ ନ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କାହିଁକି ତାଙ୍କୁ ଟିମ୍‌ରେ ସାମିଲ କରାଗଲା ନାହିଁ ସେହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଠିଛି। ବିଶ୍ୱକପ୍ ଟିମ୍ ଘୋଷଣା ନେଇ ଗୁରୁବାର ବିସିସିଆଇ ସାମ୍ବାଦିକ ସମ୍ମିଳନୀ କରିବାରୁ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକରଙ୍କୁ ସେହି ପ୍ରଶ୍ନ କରିଛନ୍ତି ସାମ୍ବାଦିକ। ଯାହାର ଉତ୍ତର ଦେଇ ଅଜିତ ଅଗରକର ରିଙ୍କୁଙ୍କ ପ୍ରଶଂସା କରିଛନ୍ତି।

ବିସିସିଆଇ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଏଥିରେ ମୁଖ୍ୟ ଚୟନ କର୍ତ୍ତା ଅଜିତ ଅଗରକର ଓ ରୋହିତ ଶର୍ମା ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ରିଙ୍କୁ ସିଂହଙ୍କ ସମ୍ପର୍କରେ ପ୍ରଶ୍ନ କରିବାରୁ ଅଗରକର କହିଛନ୍ତି ଯେ ରିଙ୍କୁଙ୍କୁ ଅଣଦେଖା କରିବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା। ତେବେ ଏହା କମ୍ବିନେସନ ଉପରେ ନିର୍ଭର କରୁଥିଲା। ଯେହେତୁ ଆମେରିକାର ସ୍ଥିତି ସମ୍ପର୍କରେ ଆମେ ନିଶ୍ଚିତ ନଥିଲୁ। ଏଥିପାଇଁ ଆମକୁ ଅଧିକ ବିକଳ୍ପ ବାଛିବାକୁ ପଡ଼ିଲା। 

ଅଗରକର କହିଛନ୍ତି “ ଆମ ପାଇଁ ଏହା ସବୁଠାରୁ କଷ୍ଟକର ନିଷ୍ପତ୍ତି ଥିଲା। ସେ(ରିଙ୍କୁ) କିଛି ଭୁଲ୍ କରି ନାହାନ୍ତି କି ଗିଲ୍‌ ବି କିଛି ଭୁଲ୍ କରି ନାହାନ୍ତି। ରୋହିତଙ୍କ କହିବା ଭଳି ଏହା ମଧ୍ୟ କମ୍ବିନେସନ ଉପରେ ନିର୍ଭର କରୁଥିଲା। ଆମେ କେଉଁ ସ୍ଥିତିର ସାମ୍ନା କରିବୁ ଆମ ନିଶ୍ଚିତ ନାହୁଁ। ତେଣୁ ଆମେ ଅଧିକ ବିକଳ୍ପ ରଖିବାକୁ ଚେଷ୍ଟା କରିଛୁ। ଏକାଧିକ ସ୍ପିନରେ ଥିଲେ ବି ରୋହିତଙ୍କୁ ଅଧିକ ବିକଳ୍ପ ଦେବା ପାଇଁ ଚହଲ ଓ କୁଲଦୀପ ଯାଦବଙ୍କୁ ଟିମ୍‌ଙ୍କୁରେ ସାମିଲ୍ କରାଯାଇଛି।”

ପଢ଼ନ୍ତୁ-ପୁଅ ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେବ ଭାବି ଖୁସିରେ ବାଣ ଓ ମିଠା ରଖିଥିଲି: ଦୁଃଖ ପ୍ରକାଶ କଲେ ରିଙ୍କୁ ସିଂହଙ୍କ ବାପା
ରିଙ୍କୁଙ୍କୁ ଟିମ୍‌ରେ ସ୍ଥାନ ନ ମିଳିବା ଦୁର୍ଭାଗ୍ୟର କଥା। ହେଲେ ଅଗରକରଙ୍କୁ ଲାଗିଲା ଯେ ଟିମ୍‌ରେ ଆଉ ଏକ ବୋଲର ରହିବା ଟୁର୍ଣ୍ଣାମେଣ୍ଟ ପାଇଁ ଲାଭପ୍ରଦ ହେବ। ରିଙ୍କୁ ଟିମ୍‌ରେ ସାମିଲ୍ ହେବା ପାଇଁ ପ୍ରବଳ ଦାବିଦାର ଥିଲେ। ତାଙ୍କୁ ଟିମ୍‌ରେ କାଟିବା କଷ୍ଟକର ବ୍ୟପାର ଥିଲା ବୋଲି ଅଗରକର କହିଛନ୍ତି। 

ସେ କହିଛନ୍ତି “ ଏହା ଦୁର୍ଭାଗ୍ୟର କଥା। ତାଙ୍କୁ(ରିଙ୍କୁ) ଟିମ୍‌ରେ ସ୍ଥାନ ନ ମିଳିବା ତାଙ୍କର ଭୁଲ୍ ନୁହେଁ। ଏଥିରେ ରିଙ୍କୁ ସିଂହଙ୍କର କୌଣସି ନେଣଦେଣ ନାହିଁ। ୧୫ ଜଣିଆ ଟିମ୍‌ରେ ଆମେ ଦୁଇ କିପର ଦେଇଥିଲୁ, ଯେଉଁମାନେ ଭଲ ବ୍ୟାଟର ମଧ୍ୟ। ତେଣୁ ଆମେ ଭାବିଲୁ ଯେ ଟିମ୍‌ ପାଇଁ ଆଉ ଜଣେ ବୋଲରର ବିକଳ୍ପ ରଖିବା ଆବଶ୍ୟକ। ରିଙ୍କୁ ଏତେ ପ୍ରଭାବୀ ଥିଲେ ଯେ ଏହା ବାଦ୍‌ ବି ସେ ଟିମ୍‌ ସହ ଯିବେ। ତାଙ୍କୁ ହଟାଇବା ଯଦିଓ କଷ୍ଟକର ଥିଲା, ତେବେ ବି ଟିମ୍ ପାଇଁ ଶେଷରେ ୧୫ ଜଣିଆ ଖେଳାଳି ହିଁ ବାଛିବାର ଥିଲା।”

ସୂଚନା ଥାଉକି ରିଙ୍କୁ ଭାରତ ପାଇଁ ୧୫ଟି ଟ-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୮୯ ହାରରେ ରନ୍ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ୍‌ ରେଟ୍ ୧୭୬ ରହିଛି।