ବିମାନରେ ବୋମା ଗୁଜବ, ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ
ନନ୍ଦିଘୋଷ ବ୍ୟୁରୋ: ବିମାନରେ ବୋମା ଗୁଜବରୁ ଜରୁରୀକାଳୀନ ଅବତରଣ। ନାଗପୁର ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କଲା ଇଣ୍ଡିଗୋ ବିମାନ। ମଧ୍ୟପ୍ରଦେଶ... The post ବିମାନରେ ବୋମା ଗୁଜବ, ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ appeared first on .
ନନ୍ଦିଘୋଷ ବ୍ୟୁରୋ: ବିମାନରେ ବୋମା ଗୁଜବରୁ ଜରୁରୀକାଳୀନ ଅବତରଣ। ନାଗପୁର ଏୟାରପୋର୍ଟରେ ଏମର୍ଜେନ୍ସି ଲ୍ଯାଣ୍ଡିଂ କଲା ଇଣ୍ଡିଗୋ ବିମାନ। ମଧ୍ୟପ୍ରଦେଶ ଜବଲପୁରରୁ ହାଇଦ୍ରାବାଦ ଯାଉଥିଲା ଏହି ବିମାନ। ବିମାନର ଟଏଲେଟରେ ଏକ କାଗଜ ଟୁକୁଡା ମିଳିଥିଲା। ଏଥିରେ ବିମାନରେ ବୋମା ଥିବା ନେଇ ଥିଲା ଲେଖା। ଯେଉଥିଲେ ଲେଖାଯାଇଥିଲା ବ୍ଲାଷ୍ଟ। ଏହାପରେ ବିମାନରେ ବୋମା ଗୁଜବ ସୃଷ୍ଟି ହୋଇଥିଲା। ଯାତ୍ରୀଙ୍କ ମଧ୍ୟରେ ବୋମାନ ଗୁଜବ ପରେ ବିମାନକୁ ନାଗପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ବିମାନରେ ଥିଲେ ମୋଟ ୬୯ ଯାତ୍ରୀ। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଜିଛି। ବିମାନର ଥିବା ଯାତ୍ରୀଙ୍କ ସମସ୍ତ ଆସବାବପତ୍ର ଯାଞ୍ଚ କରାଯାଉଛି। ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଯାଞ୍ଚ କରାଯାଉଛି। ବିମାନ ନିକଟରେ ଫାୟାର ଗାଡ଼ି, ଆମ୍ବୁଲାନ୍ସ , ସିଆଇଏସଏଫ ସୁରକ୍ଷଆକର୍ମୀ ସହ ଅନ୍ୟ ସହାୟତ ଦଳ ଉପସ୍ଥିତ ଅଛନ୍ତି। ବିମାନର ଯାଞ୍ଚ କରାଯାଉଛି।
The post ବିମାନରେ ବୋମା ଗୁଜବ, ଜରୁରୀକାଳୀନ ଅବତରଣ କଲା ଇଣ୍ଡିଗୋ ବିମାନ appeared first on .