ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା

ପାତ୍ରପୁର,୧୨ା୨(ଉମା ଚରଣ ନେପାକ):ଗଞ୍ଜାମ ଜିଲା ଜରଡ଼ା ଥାନା ଆଦିବାସୀ ଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଟାଣିନେଇ ପିଟି ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। ମୃତକ ହେଲେ ଗୁରୁବାରିଆ ଡାକୁଆ। ତାଙ୍କ ସ୍ତ୍ରୀ ଶ୍ରୀମନ୍ତି ଡାକୁଆ ୭ ଝିଅଙ୍କୁ ଧରି ଆକ୍ରମଣକାରୀଙ୍କ କବଳରୁ ଖସି ଅନ୍ୟତ୍ର ପଳାଇଛନ୍ତି। ରବିବାର ସେ ଫୋନ ଯୋଗେ ଏହି ସୂଚନା ଦେବା ସହ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। […] The post ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା appeared first on Dharitri Odia News.

ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା

ପାତ୍ରପୁର,୧୨ା୨(ଉମା ଚରଣ ନେପାକ):ଗଞ୍ଜାମ ଜିଲା ଜରଡ଼ା ଥାନା ଆଦିବାସୀ ଅଧ୍ୟୁଷିତ ହଳଦୀବାଡ଼ ଗ୍ରାମରେ ଶନିବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଘରୁ ଟାଣିନେଇ ପିଟି ହତ୍ୟା କରିବା ପରେ ପୋଡ଼ି ଦିଆଯାଇଛି। ମୃତକ ହେଲେ ଗୁରୁବାରିଆ ଡାକୁଆ। ତାଙ୍କ ସ୍ତ୍ରୀ ଶ୍ରୀମନ୍ତି ଡାକୁଆ ୭ ଝିଅଙ୍କୁ ଧରି ଆକ୍ରମଣକାରୀଙ୍କ କବଳରୁ ଖସି ଅନ୍ୟତ୍ର ପଳାଇଛନ୍ତି। ରବିବାର ସେ ଫୋନ ଯୋଗେ ଏହି ସୂଚନା ଦେବା ସହ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଶ୍ରୀମନ୍ତି କହିଛନ୍ତି ଯେ, ତାଙ୍କ ସ୍ବାମୀ ଗୁରୁବାରିଆ ଆନ୍ଧ୍ରପ୍ରଦେଶର ହୁନାଳି ଗ୍ରାମରେ ମଇଁଷି ଜଗୁଥିଲେ। ଶନିବାର ସେ କାମରୁ ଆସି ଖାଇପିଇ ଶୋଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଲୋକ ଘରକୁ ପଶି ଆସି ତମ ପରିବାର ଗୁଣିଆ ବୋଲି କହି ଶ୍ରୀମନ୍ତିଙ୍କୁ ଟଣାଓଟରା କରିଥିଲେ। ଗୁରୁବାରିଆ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଟାଣି ନେଇ ଦାଣ୍ଡରେ ପ୍ରବଳ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ଶ୍ରୀମନ୍ତି କହିଛନ୍ତି। ଏପରିକି ସେ ସମୟରେ ତାଙ୍କୁ ମଧ୍ୟ କେତେଜଣ ଯୁବତୀ ଆକ୍ରମଣ କରିଥିଲେ ବୋଲି ସେ କହିଛନ୍ତି। ଦାଣ୍ଡରେ ସ୍ବାମୀଙ୍କୁ ମାଡ଼ହେବା ଦେଖି ଶ୍ରୀମନ୍ତି ତାଙ୍କର ୭ ଝିଅଙ୍କୁ ଧରି ଭୟରେ ଜଙ୍ଗଲ ରାସ୍ତାରେ ତିତିରିସିଙ୍ଗି ଗ୍ରାମକୁ ପଳାଇଥିଲେ। ରବିବାର ସକାଳେ ଗଣମାଧ୍ୟମକୁ ସେ ଏହି ବିଷୟ ଜଣାଇଛନ୍ତି। ତେବେ ଗୁରୁବାରିଆ ଝଡ଼ାଫୁଙ୍କା କରୁଥିବା ଯୋଗୁଁ ଗାଁରେ କାହାକୁ ରୋଗ ହେଲେ ସେ ଗୁଣିଗାରେଡ଼ି କରୁଥିବା ଅଭିଯୋଗ ହେଉଥିଲା। ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଝାଡ଼ାବାନ୍ତିରେ ଗୁରୁବାରିଆଙ୍କ ମୃତ୍ୟୁ ଘଟିଛି ବୋଲି ଗ୍ରାମର କେତେଜଣ ପ୍ରକାଶ କରିଛନ୍ତି।

The post ଗୁଣି ସନ୍ଦେହ: ସ୍ତ୍ରୀ ଆଗରେ ସ୍ବାମୀଙ୍କୁ ହତ୍ୟା appeared first on Dharitri Odia News.