କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ ଅନ୍ୟାନ ଦାନ ସାମଗ୍ରୀ ଦୁର୍ବୃତ୍ତ ଲୁଟିନେଇଛନ୍ତି। ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଯାଇ ନ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟକ୍ଷମ ନାହିଁ ବୋଲି ଜଣାପଡ଼ିଛି। ନଚେତ୍‌ ସିସିଟିଭିରେ ଚୋରି ଦୃଶ୍ୟ […] The post କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ appeared first on Dharitri Odia News.

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ ଅନ୍ୟାନ ଦାନ ସାମଗ୍ରୀ ଦୁର୍ବୃତ୍ତ ଲୁଟିନେଇଛନ୍ତି।

ଗତ ରଥଯାତ୍ରା ପରଠୁ ହୁଣ୍ଡି ଖୋଲା ଯାଇ ନ ଥିବା ବେଳେ ଏଥିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଅନ୍ୟ ପକ୍ଷରେ ହୁଣ୍ଡି ନିକଟରେ ସିସିଟିଭି ଲାଗିଥିବା ବେଳେ ଏହା କାର୍ଯ୍ୟକ୍ଷମ ନାହିଁ ବୋଲି ଜଣାପଡ଼ିଛି। ନଚେତ୍‌ ସିସିଟିଭିରେ ଚୋରି ଦୃଶ୍ୟ କଏଦ ହୋଇଥାନ୍ତା ବୋଲି ଭକ୍ତମାନେ ମତବ୍ୟକ୍ତ କରିଛନ୍ତି।

The post କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ appeared first on Dharitri Odia News.