ରାସ୍ତାରେ କୁଢ଼ କୁଢ଼ ମଇଳା, ଭାସୁଛି କାଦୁଅ ପାଣି: ପ୍ରତିବାଦରେ ଟାୟାର ଜାଲି ରାସ୍ତାରୋକୋ
ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ପୁରୁଣା କୋର୍ଟଛକଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା ମରାମତି ସକାଶେ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ବିଭିନ୍ନ ସମୟରେ ଅବଗତ କରାଇଛନ୍ତି । ଏହି ରାସ୍ତାର ମରାମତି ଦାୟିତ୍ୱ ପୌରପାଳିକା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି । ହେଲେ […] The post ରାସ୍ତାରେ କୁଢ଼ କୁଢ଼ ମଇଳା, ଭାସୁଛି କାଦୁଅ ପାଣି: ପ୍ରତିବାଦରେ ଟାୟାର ଜାଲି ରାସ୍ତାରୋକୋ appeared first on Dharitri Odia News.
ପାରଳାଖେମୁଣ୍ଡି,୨୩।୩(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୀର୍ଘଦିନ ଧରି ମୁଖ୍ୟ ରାସ୍ତା ପୁରୁଣା କୋର୍ଟଛକଠାରୁ ଫାୟାର ଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ରାସ୍ତା ମରାମତି ସକାଶେ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କୁ ବିଭିନ୍ନ ସମୟରେ ଅବଗତ କରାଇଛନ୍ତି । ଏହି ରାସ୍ତାର ମରାମତି ଦାୟିତ୍ୱ ପୌରପାଳିକା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଛି । ହେଲେ ପୂର୍ତ୍ତ ବିଭାଗ ଅବହେଳା ଯୋଗୁ ଦୀର୍ଘଦିନ ଧରି ରାସ୍ତା ଏବଂ ନାଳ ମରାମତି ହୋଇପାରୁ ନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ କାଦୁଅ ପାଣି ଆସି ଘରେ ପଶିବା ସହ ରାସ୍ତା ଉପରେ ଚାଲୁଛି । ଏହାକୁ ନେଇ ଶନିବାର ସ୍ଥାନୀୟ ବାସିନ୍ଦା, ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସଂଗଠନ ଏକତ୍ରିତ ହୋଇ ସହରର କ୍ରିଷ୍ଣା ସିନେମା ହଲ ସମ୍ମୁଖରେ ଟାୟାର ଜାଳି ରାସ୍ତାରୋକୋ କରି ପ୍ରତିବାଦ କରିଛନ୍ତି ।
ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ଲୋକେ ମାନି ନ ଥିଲେ। ଏପରି କି ବିଭାଗୀୟ ମୁଖ୍ୟଯନ୍ତ୍ରୀ ଏବଂ ଜିଲାପାଳଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ଅଡି ବସିଥିଲେ। ବର୍ତ୍ତମାନ ସୁଦ୍ଧା ଲୋକେ ରାସ୍ତା ଅବରୋଧ କରିଛନ୍ତି। ଅନ୍ୟପଟେ ରାସ୍ତା ଅବରୋଧକୁ ହଟାଇବା ପାଇଁ ଏସ୍ଡିପିଓ ମାଧବାନନ୍ଦ ନାୟକ, ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ସହ ସମସ୍ୟାର ସମାଧାନ କରିବାକୁ କୁହାଯାଇଛି।
The post ରାସ୍ତାରେ କୁଢ଼ କୁଢ଼ ମଇଳା, ଭାସୁଛି କାଦୁଅ ପାଣି: ପ୍ରତିବାଦରେ ଟାୟାର ଜାଲି ରାସ୍ତାରୋକୋ appeared first on Dharitri Odia News.