ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି:ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ
ଭୁବନେଶ୍ୱର,୩୦ା୧୨ (ବନ୍ଦନା ସେଠୀ):ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି। ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା। ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ଏମ୍ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୯୯ ବର୍ଷୀୟ ବିମ୍ବାଧରଙ୍କୁ ସଭାପତି କରାଯାଇଛି। ସେ ଏବେ କେନ୍ଦ୍ରାପଡା ସ୍ବାଧୀନତା ସଂଗ୍ରାମୀ ସମିତିର […] The post ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି:ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ appeared first on Dharitri Odia News.
ଭୁବନେଶ୍ୱର,୩୦ା୧୨ (ବନ୍ଦନା ସେଠୀ):ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି। ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା। ଅଖିଳ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ରାଷ୍ଟ୍ରୀୟ ଯୁବ ସାମ୍ମୁଖ୍ୟ ଅଧ୍ୟକ୍ଷ ଏମ୍ପି ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୯୯ ବର୍ଷୀୟ ବିମ୍ବାଧରଙ୍କୁ ସଭାପତି କରାଯାଇଛି। ସେ ଏବେ କେନ୍ଦ୍ରାପଡା ସ୍ବାଧୀନତା ସଂଗ୍ରାମୀ ସମିତିର ସଭାପତି ଭାବରେ କାର୍ଯ୍ୟ କରୁଛନ୍ତି। ସେହିପରି ଏହାର ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ମନୋନୀତ କରାଯାଇଛି। ଜାନୁଆରୀ ୨ରେ ୟୁନିଟ-୯ସ୍ଥିତ ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ସର୍ବଭାରତୀୟ ସ୍ବାଧୀନତା ସଂଗ୍ରାମୀ ଦିବସ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
The post ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି:ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ appeared first on Dharitri Odia News.