ବିରାଟଙ୍କ ସହ ପ୍ରଥମ ଥର ହେଲା ଏମିତି, ଭାଙ୍ଗିଲେ କୋଟି କୋଟି ପ୍ରଶଂସକଙ୍କ ହୃଦୟ

ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଖରାପ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ବିଫଳ ହୋଇଥିବା ବିରାଟ କୋହଲି ସେମିଫାଇନାଲରେ ମଧ୍ୟ ଭଲ ବ୍ୟାଟିଂ କରିନଥିଲେ ଏବଂ କିଙ୍ଗ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ। ଭାରତୀୟ […] The post ବିରାଟଙ୍କ ସହ ପ୍ରଥମ ଥର ହେଲା ଏମିତି, ଭାଙ୍ଗିଲେ କୋଟି କୋଟି ପ୍ରଶଂସକଙ୍କ ହୃଦୟ appeared first on Dharitri Odia News.

ବିରାଟଙ୍କ ସହ ପ୍ରଥମ ଥର ହେଲା ଏମିତି, ଭାଙ୍ଗିଲେ କୋଟି କୋଟି ପ୍ରଶଂସକଙ୍କ ହୃଦୟ

ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳର ଖରାପ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ବିଫଳ ହୋଇଥିବା ବିରାଟ କୋହଲି ସେମିଫାଇନାଲରେ ମଧ୍ୟ ଭଲ ବ୍ୟାଟିଂ କରିନଥିଲେ ଏବଂ କିଙ୍ଗ ଶସ୍ତାରେ ପ୍ୟାଭିଲିୟନକୁ ଫେରିଥିଲେ।
ଭାରତୀୟ ଦଳ ଇନିଂସର ତୃତୀୟ ତଥା ଚତୁର୍ଥ ବଲରେ ପ୍ରଥମ ଝଟକା ଦେଇଥିଲା। ରିସ ଟୋପଲି ବିରାଟ କୋହଲିଙ୍କୁ ବୋଲିଂ କରିଥିଲେ। ୧୦୦ ଷ୍ଟ୍ରାଇକ ହାରରେ କୋହଲି ୯ ବଲରେ ୯ରନ ସଂଗ୍ରହ କରିଥିଲେ। ଟି-୨୦ ବିଶ୍ୱକପର ସେମିଫାଇନାଲରେ ଏହା ବିରାଟ କୋହଲିଙ୍କ ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ସେ ଟି -୨୦ ବିଶ୍ୱକପ ୨୦୧୪ର ସେମିଫାଇନାଲରେ ୪୪ଟି ବଲରେ ଅପରାଜିତ ୭୨ ରନ, ଟି -୨୦ ବିଶ୍ୱକପ ୨୦୧୬ ର ସେମିଫାଇନାଲରେ ୪୭ ଟି ବଲରେ ଅପରାଜିତ ୮୯ ରନ ଏବଂ ଟି-୨୦ ୨୦୨୨ ବିଶ୍ୱକପ ସେମିଫାଇନାଲରେ ୪୦ଟି ବଲରେ ୫୦ ରନ ସଂଗ୍ରହ କରିଥିଲେ।
ଚଳିତ ଥର ବିରାଟଙ୍କ ଏହି ସ୍କୋର ସର୍ବନିମ୍ନ ଥିବା ବେଳେ ଏହା ତାଙ୍କ କୋଟି କୋଟି ପ୍ରଶଂସକଙ୍କ ହୃଦୟକୁ ଆଘାତ ଦେଇଛି।

The post ବିରାଟଙ୍କ ସହ ପ୍ରଥମ ଥର ହେଲା ଏମିତି, ଭାଙ୍ଗିଲେ କୋଟି କୋଟି ପ୍ରଶଂସକଙ୍କ ହୃଦୟ appeared first on Dharitri Odia News.