ବିରିଡିହାରେ ରାମନବମୀ
ଆନନ୍ଦପୁର,୬ା୪: ବିରିଡିହା ଗ୍ରାମରେ ରବିବାର ଶ୍ରୀରାମ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରବିବାର ସକାଳେ ସମସ୍ତେ ଏକତ୍ରିତ ହୋଇ ବିରାଟ ବାଇକ୍ ଶୋଭାଯାତ୍ରାରେ ନିକଟସ୍ଥ ନଦl ପୋଖରୀରେ କଳସ ବୁଡ଼ାଇ ଶୋଭାଯାତ୍ରାରେ ରାମନବମୀ ମନ୍ଦିରରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ପୂଜକ ପୀତାମ୍ବର ପଣ୍ଡା ଏବଂ ହରିନାଥ ଷଡ଼ଙ୍ଗୀ ରୀତିନୀତି ଅନୁସାରେ କଳସ ପୂଜକରି ଶ୍ରୀରାମନବମୀ ପୂଜା ଯଥା ରୀତିକାନ୍ତି ଅନୁସାରେ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ କୁଶୋଧୋଜ ସାହୁ ରହିଥିବା ବେଳେ […] The post ବିରିଡିହାରେ ରାମନବମୀ appeared first on Dharitri Odia News.
ଆନନ୍ଦପୁର,୬ା୪: ବିରିଡିହା ଗ୍ରାମରେ ରବିବାର ଶ୍ରୀରାମ ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ରବିବାର ସକାଳେ ସମସ୍ତେ ଏକତ୍ରିତ ହୋଇ ବିରାଟ ବାଇକ୍ ଶୋଭାଯାତ୍ରାରେ ନିକଟସ୍ଥ ନଦl ପୋଖରୀରେ କଳସ ବୁଡ଼ାଇ ଶୋଭାଯାତ୍ରାରେ ରାମନବମୀ ମନ୍ଦିରରେ ପହଞ୍ଚି କଳସ ସ୍ଥାପନ କରିଥିଲେ। ପୂଜକ ପୀତାମ୍ବର ପଣ୍ଡା ଏବଂ ହରିନାଥ ଷଡ଼ଙ୍ଗୀ ରୀତିନୀତି ଅନୁସାରେ କଳସ ପୂଜକରି ଶ୍ରୀରାମନବମୀ ପୂଜା ଯଥା ରୀତିକାନ୍ତି ଅନୁସାରେ ଅନୁଷ୍ଠିତ ହୋଇଥିଲା। କର୍ତ୍ତା ଭାବେ କୁଶୋଧୋଜ ସାହୁ ରହିଥିବା ବେଳେ ସାଥୀରେ ଶରତ ସାହୁ, ମଦନ ସାହୁ, ବାବୁଲି ସାହୁ, ସିପୁନୁ ସାହୁ,ଗଦାଧର ଦାସ, କନ୍ଦେଶ୍ୱର ଦଳେଇ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାମନବମୀ ପୂଜା କମିଟର ଯୁବକମାନେ ସହଯୋଗ କରିଥିଲେ। ପୂଜା ତିନିଦିନ ଧରି ଚାଲୁରହିବ। ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟିର ସଦସ୍ୟ ସୁଦାମ ଚରଣ ସାହୁ କହିଛନ୍ତି l
The post ବିରିଡିହାରେ ରାମନବମୀ appeared first on Dharitri Odia News.