ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ
ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିରିୟାନୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୩୧ରେ ଜିରୋ ନାଇଟ ସେଲିବ୍ରେଶନ ପାଇଁ ହାଇଦ୍ରାବାଦର ଗୋଟିଏ ଗ୍ରାଣ୍ଡ ହୋଟେଲରେ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଖଚାଖଚ ଭିଡ […] The post ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ appeared first on Dharitri Odia News.
ହାଇଦ୍ରାବାଦ,୨।୧: ବିରିୟାନୀକୁ ନେଇ ତୁମୁଳ କାଣ୍ଡ। ଘଟଣା ଏପରି ହେଲା କି, ହୋଟେଲର ଓ୍ବେଟରମାନେ ଗ୍ରାହକଙ୍କ ଉପରେ ଲାଠିଚାର୍ଜ କରିଛନ୍ତି। ନୂଆବର୍ଷରେ ଲୋକେ ରେଷ୍ଟୁରାଣ୍ଟ, କ୍ଲବ କିମ୍ବା ପବ୍କୁ ଯାଇ ପାଳନ କରୁଥିବାବେଳେ ଗୋଟିଏ ହୋଟେଲରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିରିୟାନୀକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୩୧ରେ ଜିରୋ ନାଇଟ ସେଲିବ୍ରେଶନ ପାଇଁ ହାଇଦ୍ରାବାଦର ଗୋଟିଏ ଗ୍ରାଣ୍ଡ ହୋଟେଲରେ ଜୋରଦାର ପ୍ରସ୍ତୁତି ଚାଲିଥିଲା। ଖଚାଖଚ ଭିଡ ହେବା ସହ ନାଚଗୀତର ମଧ୍ୟ ଆସର ଜମିଥିଲା। ଗ୍ରାହକଙ୍କୁ ସେମାନଙ୍କର ମନ ପସନ୍ଦର ଖାଦ୍ୟ ପାନୀୟ ପରଷା ଯାଉଥିଲା। ତେବେ ଏତିକି ବେଳେ କିଛି ଗ୍ରାହକ ବିରିୟାନୀ ଥଣ୍ଡା ପରଷା ଯାଉଥିବା ନେଇ ଅଭିଯୋଗ କରିଥିଲେ। ଜଣେ ଗ୍ରାହକ ରାଗିଯାଇ ହୋଟେଲର ଓ୍ବେଟରଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ଓ୍ବେଟରଙ୍କର ଗ୍ରୁପ ଗ୍ରାହକଙ୍କ ଉପରେ ଆକ୍ରମଣ କରିବା ପାଇଁ ଉଦ୍ୟତ ହୋଇଥିଲେ। ଓ୍ବେଟରମାନେ ବାଡି ଓ ଚେୟାର ବ୍ୟବହାର କରି ଗ୍ରାହକଙ୍କୁ ମାରପିଟ୍ କରିଥିଲେ।
Lathis fly as Biryani not ‘hot enough’! New Year’s Eve Biryani brawl caught on cam. @Journo_Abdul brings us more details.#HyderabadiBiryani #Hyderabad #ITVideo | @PoulomiMSaha pic.twitter.com/i56YbNyBjX
— IndiaToday (@IndiaToday) January 1, 2024
ଭିଡିଓରେ ହୋଟେଲର ଓ୍ବେଟର ଗୋଷ୍ଠୀ ସମ୍ମିଳିତ ଭାବେ ଗ୍ରାହକଙ୍କୁ ବାଡିରେ ଆକ୍ରମଣ କରୁଥିବା ନଜିର ରହିଛି। ଜଣେ ଓ୍ବେଟର ବଡ ଚାମଚରେ ମଧ୍ୟ ଗ୍ରାହକଙ୍କୁ ଆକ୍ରମଣ କରୁଥିବା ଦେଖାଯାଇଛି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ହୋଟେଲର ୫ଜଣ ସଦସ୍ୟଙ୍କ ବିରୋଧରେ ହୋଇଥିବାବେଳେ ଆଉ ଗୋଟିଏ ଜଣେ ଗ୍ରାହକଙ୍କ ବିରୋଧରେ ହୋଇଛି।
The post ବିରିୟାନୀକୁ ନେଇ ବିବାଦ: ଗ୍ରାହକଙ୍କୁ ଲାଠିଚାର୍ଜ କଲେ ହୋଟେଲର ଓ୍ବେଟର, ଭିଡିଓ ଭାଇରାଲ appeared first on Dharitri Odia News.