‘ବିରୋଧି ନେତାଙ୍କୁ ଜେଲ, କଂଗ୍ରେସ ଉପରେ ଜୁଲମ’, ଘୋଷଣାପତ୍ର ଜାରି କରି ଏମିତି କହିଲେ ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ,୫।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ଭାଜପାକୁ ଟାର୍ଗେଟ କରିଥିଲେ। ଭାଜପା ଯୋଗୁ ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ରଖାଯାଉଛି ବୋଲି ସେ କହିଛନ୍ତି। ଦେଶରେ ସମ୍ବିଧାନ ବିପଦରେ ରହିଛି। ଏହା କରି ଭାଜପା ଆମକୁ ବା କଂଗ୍ରେସକୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ବି ସେ କହିଛନ୍ତି। ଖାର୍ଗେ କହିଛନ୍ତି, ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ରଖାଯାଇଛି। ନିର୍ବାଚନ ଲଢିବା ପାଇଁ ସମାନ ସୁଯୋଗ ଛାଡି ଦିଆଯାଉ ନାହିଁ। କଂଗ୍ରେସକୁ ହଇରାଣ କରାଯାଉଛି। […] The post ‘ବିରୋଧି ନେତାଙ୍କୁ ଜେଲ, କଂଗ୍ରେସ ଉପରେ ଜୁଲମ’, ଘୋଷଣାପତ୍ର ଜାରି କରି ଏମିତି କହିଲେ ମଲ୍ଲିକାର୍ଜୁନ appeared first on Dharitri Odia News.
ନୂଆଦିଲ୍ଲୀ,୫।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶୁକ୍ରବାର ଭାଜପାକୁ ଟାର୍ଗେଟ କରିଥିଲେ। ଭାଜପା ଯୋଗୁ ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ରଖାଯାଉଛି ବୋଲି ସେ କହିଛନ୍ତି। ଦେଶରେ ସମ୍ବିଧାନ ବିପଦରେ ରହିଛି। ଏହା କରି ଭାଜପା ଆମକୁ ବା କଂଗ୍ରେସକୁ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି ବି ସେ କହିଛନ୍ତି।
ଖାର୍ଗେ କହିଛନ୍ତି, ବିରୋଧୀ ଦଳର ନେତାମାନଙ୍କୁ ଜେଲରେ ରଖାଯାଇଛି। ନିର୍ବାଚନ ଲଢିବା ପାଇଁ ସମାନ ସୁଯୋଗ ଛାଡି ଦିଆଯାଉ ନାହିଁ। କଂଗ୍ରେସକୁ ହଇରାଣ କରାଯାଉଛି। ସମ୍ବିଧାନ ଏବଂ ଦେଶକୁ ବଞ୍ଚାଇବାକୁ ପଡିବ। ଏଭଳି ପରିସ୍ଥିତିରେ ଦେଶର ଲୋକଙ୍କୁ ଏକଜୁଟ ହୋଇ ମୋଦିଙ୍କୁ କ୍ଷମତାରୁ ହଟାଇବାକୁ ପଡିବ।
ସେ ଆହୁରି ମଧ୍ୟ କହିଛନ୍ତି, ଆମର ଏହି ଘୋଷଣା ପତ୍ର(ମନିଫେଷ୍ଟୋ) ଦେଶର ରାଜନୀତି ଇତିହାସରେ ନ୍ୟାୟର ଦଲିଲ ଭାବରେ ସ୍ମରଣୀୟ ହେବ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ୫ ଟି ସ୍ତମ୍ଭ ଉପରେ ଧ୍ୟାନ ଦେଇଥାଏ। ଏହି ସ୍ତମ୍ଭଗୁଡ଼ିକରୁ ୨୫ ଗ୍ୟାରେଣ୍ଟି ବାହାରିଥାଏ ।
The post ‘ବିରୋଧି ନେତାଙ୍କୁ ଜେଲ, କଂଗ୍ରେସ ଉପରେ ଜୁଲମ’, ଘୋଷଣାପତ୍ର ଜାରି କରି ଏମିତି କହିଲେ ମଲ୍ଲିକାର୍ଜୁନ appeared first on Dharitri Odia News.